Xiaomi 18 Fold ସହିତ ପ୍ରିମିୟମ୍ ଟାବଲେଟ୍ Xiaomi Pad 9 Pro Maxକୁ ୭ ସେପ୍ଟେମ୍ବରରେ ଲଞ୍ଚ କରିବ
Xiaomi ନିଜର ଆଗାମୀ ଫୋଲ୍ଡେବଲ୍ ଫୋନ୍ Xiaomi 18 Fold ସହିତ ପ୍ରିମିୟମ୍ ଟାବଲେଟ୍ Xiaomi Pad 9 Pro Maxକୁ ଶୋକେସ୍ କରିଛି । ଏହି ଦୁଇଟି ପ୍ରଡକ୍ଟ ୭ ସେପ୍ଟେମ୍ବରରେ ଲଞ୍ଚ ହେବ । Xiaomi 18 Fold କମ୍ପାନୀର ପ୍ରଥମ ଚଉଡ଼ା ଡିସପ୍ଲେ ଥିବା ଫୋଲ୍ଡେବଲ୍ ଫୋନ୍ ହେବ । ଅନ୍ୟପଟେ, Pad 9 Pro Maxରେ ୧୩.୩ ଇଞ୍ଚର ବଡ଼ ଡିସ୍ପ୍ଲେ ସହିତ ୧୦,୦୦୦mAhର ବଡ଼ ବ୍ୟାଟେରୀ ମିଳିବ ।
Xiaomi Pad 9 Pro Maxର ଫିଚର୍ସ:
Xiaomiର ଏହି ଫ୍ଲାଗଶିପ୍ ଟାବଲେଟରେ ୧୩.୩ ଇଞ୍ଚର LCD ଡିସ୍ପ୍ଲେ ଦିଆଯାଇଛି । ଏହାକୁ PC ଲେଭଲ୍ ଆପ୍ ସପୋର୍ଟ ସହ ଡିଜାଇନ୍ କରାଯାଇଛି । ବଡ଼ ସ୍କ୍ରିନ୍ ଥିବାରୁ ଏହାକୁ ଲାପଟପ୍ ଭଳି ବ୍ୟବହାର କରିହେବ । କଣ୍ଟେଣ୍ଟ କ୍ରିଏସନ୍ ସହିତ ବିଭିନ୍ନ ପ୍ରଡକ୍ଟିଭିଟି କାମ ପାଇଁ ଏହା ଉପଯୋଗୀ ହୋଇପାରେ ।
ଏହି ଟାବଲେଟ୍ରେ Xiaomi 18 Fold ଭଳି Xring O3 ଇନ୍-ହାଉସ୍ ଚିପସେଟ୍ ବ୍ୟବହାର କରାଯାଇଛି । କମ୍ପାନୀର ଦାବି ଅନୁସାରେ, ଏହି ଚିପ୍ ଗ୍ରାଫିକ୍ସ ପରଫର୍ମାନ୍ସ ଦେବା ସମୟରେ କମ୍ ପାୱାର୍ ଖର୍ଚ୍ଚ କରେ । ଏଥିରେ Android 17 ଆଧାରିତ HyperOS 4 ଅପରେଟିଂ ସିଷ୍ଟମ୍ ମିଳିବ ।
ପୂର୍ବରୁ ସାମ୍ନାକୁ ଆସିଥିବା ସୂଚନା ଅନୁସାରେ, ଟାବଲେଟ୍ରେ ୧୦,୦୦୦mAh ବ୍ୟାଟେରୀ ଏବଂ ୬୭W ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିପାରେ । ଏହା ୫୧୨GB ଏବଂ ୧TB ଷ୍ଟୋରେଜ୍ ଭାରିଆଣ୍ଟରେ ଆସିପାରେ । ତେବେ କମ୍ପାନୀ ପକ୍ଷରୁ ଏହାର ଅନ୍ୟ ଫିଚର୍ସ ବିଷୟରେ ଅଧିକ ସୂଚନା ଦିଆଯାଇନାହିଁ ।
Xiaomi 18 Foldର ଫିଚର୍ସ:
Xiaomiର ଆଗାମୀ ଫୋଲ୍ଡେବଲ୍ ଫୋନ୍ Xiaomi 18 Foldରେ ୫.୩୮ ଇଞ୍ଚର କଭର୍ ଡିସ୍ପ୍ଲେ ଏବଂ ୭.୫୮ ଇଞ୍ଚର ଫ୍ଲେକ୍ସିବଲ୍ ଡିସ୍ପ୍ଲେ ମିଳିପାରେ । ଫୋନର ବ୍ୟାକରେ Google Pixel ଭଳି କ୍ୟାମେରା ମଡ୍ୟୁଲ୍ ଦେଖିବାକୁ ମିଳିପାରେ ।
କମ୍ପାନୀର ପ୍ରମୋସନାଲ୍ ସୂଚନା ଅନୁସାରେ, ଏଥିରେ Dragon Bone ହିଞ୍ଜ୍ ଦିଆଯିବ । ଫୋଲ୍ଡେବଲ୍ ସ୍କ୍ରିନକୁ ବାରମ୍ବାର ଖୋଲିବା ଓ ବନ୍ଦ କରିବା ପରେ ମଧ୍ୟ ଡିସପ୍ଲେରେ କ୍ରିଜ୍ କମ୍ ଦେଖାଯିବ ବୋଲି କମ୍ପାନୀ ଦାବି କରୁଛି । କ୍ୟାମେରା ବିଷୟରେ କହିଲେ, ଫୋନରେ ୨୦୦MP ମେନ୍ କ୍ୟାମେରା ଏବଂ ୫୦MP ଟେଲିଫୋଟୋ କ୍ୟାମେରା ମିଳିପାରେ। ସୁରକ୍ଷା ପାଇଁ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଦିଆଯିବ । ଫୋନକୁ ପତଳା ରଖିବା ପାଇଁ ଏଥିରେ ୬,୦୦୦mAh ସିଲିକନ୍ କାର୍ବନ୍ ବ୍ୟାଟେରୀ ଦିଆଯାଇପାରେ । ଏହାସହ ୬୭W ୱାୟାର୍ଡ ଏବଂ ୫୦W ୱାୟାରଲେସ୍ ଚାର୍ଜିଂ ସପୋର୍ଟ ମିଳିବାର ସମ୍ଭାବନା ରହିଛି ।