ଟାଟା ମୋଟର୍ସ ଆଣିଛି ନୂଆ Curvv Series X।,ଟେକ୍ନୋଲୋଜି ଓ ସେଫ୍ଟି ଉପରେ ଗୁରୁତ୍ୱ, ଜାଣନ୍ତୁ ପ୍ରାଇସ୍

ନୂଆ SUV କିଣିବାକୁ ଯୋଜନା କରୁଥିଲେ ଆପଣଙ୍କ ପାଇଁ ଏହା ଏକ ଜରୁରୀ ଖବର। ଟାଟା ମୋଟର୍ସ ଆଣିଛି ନୂଆ Curvv Series X। କମ୍ପାନୀ ନିଜର ଲୋକପ୍ରିୟ SUV କୁପେ Curvvର ଏହି ନୂଆ ଲାଇନଅପ୍‌ରେ ଡିଜାଇନ୍, କମଫର୍ଟ, ଟେକ୍ନୋଲୋଜି ଓ ସେଫ୍ଟି ଉପରେ ଗୁରୁତ୍ୱ ଦେଇଛି। ନୂଆ ସିରିଜ୍‌ର ଏକ୍ସ-ଶୋରୁମ୍ ମୂଲ୍ୟ ୯.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। କର୍ଭ ସିରିଜ୍ ଏକ୍ସରେ ସ୍ମାର୍ଟ ଏକ୍ସ, ପ୍ୟୁର ଏକ୍ସ, ପ୍ୟୁର ଏକ୍ସ ପ୍ଲସ, କ୍ରିଏଟିଭ ଏକ୍ସ ପ୍ଲସ୍, ଏକମ୍ପ୍ଲିସ୍ଡ ଏକ୍ସ ପ୍ଲ,ସ୍ ଭଳି ଭାରିଆଣ୍ଟ ରହିଛି। କିଛି ଭାରିଆଣ୍ଟରେ ଡାର୍କ ଏଡିସନର ବିକଳ୍ପ ମଧ୍ୟ ମିଳୁଛି।

ବେସ୍ ଭାରିଆଣ୍ଟ ସ୍ମାର୍ଟର ଏକ୍ସର ଦାମ ୯.୯୯ ଲକ୍ଷ ଟଙ୍କା ରହିଛି। ଏଥିରେ ଆର୍-କମଫର୍ଟ ସିଟ୍ସ, ଆର-୧୭ ଏରୋ ଷ୍ଟାଇଲ୍ ହ୍ୱିଲ୍, ଫ୍ଲଶ୍ ଡୋର ହ୍ୟାଣ୍ଡଲ୍, ମଲ୍ଟି-ଡ୍ରାଇଭ୍ ମୋଡ୍, ଡିଜିଟାଲ୍ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ ରିଭର୍ସ ଗାଇଡ୍ ପାର୍କିଂ ଆସିଷ୍ଟ ରହିଛି। ସେଫ୍ଟି ପାଇଁ ୬ଟି ଏୟାରବ୍ୟାଗ୍, ଏଏସପି,ଏବିଏସ୍ ସହ ଇବିଡି, ଏଲଇଡି ହେଡଲ୍ୟାମ୍ପ, ଡିଆରଏଲଏସ ଓ ଏଲଇଡି ଟେଲ୍ ଲ୍ୟାମ୍ପ ଷ୍ଟାଣ୍ଡାର୍ଡ ଦିଆଯାଇଛି।

ପ୍ୟୁର ଏକ୍ସର ଦାମ ୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୧୦.୨୫ ଇଞ୍ଚ ହରମନ ଅଲ୍ଟ୍ରା ଭ୍ୟୁ, ଇନ୍ଫୋଟେନମେଣ୍ଟ ସିଷ୍ଟମ୍, ୱାୟାରଲେସ୍ ଆଣ୍ଡ୍ରଏଡ ଅଟୋ ଓ ଆପଲ କାର ପ୍ଲେ, କ୍ରୁଜ କଣ୍ଟ୍ରୋଲ୍, ସ୍ମାର୍ଟ କି, ୬ ସ୍ପିକର ଏବଂ ଫୁଲି ଅଟୋମେଟିକ୍ ଟେମ୍ପରେଚର୍ କଣ୍ଟ୍ରୋଲ୍ ରହିଛି।

Pure X+ର ଦାମ ୧୧.୭୯ ଲକ୍ଷ ଟଙ୍କା। ଏଥିରେ ଓଏଷ୍ଟର ହ୍ଲାଇଟ୍ ଲେଦରେଟ୍ ସିଟ୍ ଓ R17 ଡାଏମଣ୍ଡ-କଟ୍ ଆଲଏ ହ୍ୱିଲ୍ ମିଳୁଛି। ଏହାର ଡାର୍କ ଏଡିସନର ଦାମ ୧୧.୯୯ ଲକ୍ଷ ଟଙ୍କାରୁ ଆରମ୍ଭ।

Creative X+ର ଦାମ ୧୨.୯୦ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଏଥିରେ ଭଏସ୍-ଆସିଷ୍ଟେଡ୍ ପାନୋରାମିକ୍ ସନରୁଫ୍, R18 ଡାଏମଣ୍ଡ-କଟ୍ ଆଲଏ ହ୍ୱିଲ୍, ୩୬୦-ଡିଗ୍ରୀ 3D ସୋରାଉଣ୍ଡ ଭ୍ୟୁ କ୍ୟାମେରା, ବ୍ଲାଇ ଭ୍ୟୁ ମନିଟର, ୧୦.୨୫ ଇଞ୍ଚ ଡିଜିଟାଲ୍ କକ୍ପିଟ୍, ଟିପିଏମଏସ୍, ଅଟୋମେଟିକ୍ ହେଡଲ୍ୟାମ୍ପ ଓ ରେନ୍-ସେନ୍ସିଂ ୱାଇପର୍ ଭଳି ଫିଚର୍ସ ରହିଛି।

ଟପ୍ ଭାରିଆଣ୍ଟ Accomplished X ଓ Accomplished X+ରେ ଏଲ୨ ଏଡିଏଏସ୍, ସିକ୍ୱେନ୍ସିଆଲ୍ ଲାଇଟ୍ ସାବର୍ LED DRLs ଓ ଟେଲ୍ ଲ୍ୟାମ୍ପ, ଆମ୍ବିଏଣ୍ଟ ମୁଡ୍ ଲାଇଟିଂ ଏବଂ ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଭଳି ପ୍ରିମିୟମ୍ ଫିଚର୍ ରହିଛି।

ଏହା ସହ ଜେବିଏଲ ଅଡିଓ ସିଷ୍ଟମ୍, ୧୨.୩ ଇଞ୍ଚ ହରମାନ ଅଲ୍ଟ୍ରା ଭ୍ୟୁ ଇନ୍ଫୋଟେନମେଣ୍ଟ, ୯ ସ୍ପିକର, ୱାୟାରଲେସ୍ ଚାର୍ଜର୍, ଟ୍ୱିନ୍-ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ୍, ବ୍ରେଥ ଆଇକ୍ୟୁ ଏୟାର ପ୍ୟୁରିଫାୟର୍, ଆଇଆରଏ କନେକ୍ଟେଡ୍ କାର୍ ଟେକ୍ନୋଲୋଜି, ଆଲେକ୍ସା ଇଣ୍ଟିଗ୍ରେସନ୍, ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍, ଅଟୋ ହୋଲ୍ଡ ଓ ଇଲେକ୍ଟ୍ରୋକ୍ରୋମିକ୍ ଆଇଆରଭିଏମ ମିଳୁଛି। Accomplished X+ରେ ଅତିରିକ୍ତ ଭାବେ ଜେଶ୍ଚର-କଣ୍ଟ୍ରୋଲ୍ଡ ପାୱାର ଟେଲଗେଟ୍ ଦିଆଯାଇଛି।

Leave a comment