ପାପାରାଜିଙ୍କ ଉପରେ ରାଗିଲେ ସଲମାନ ଖାନ,ଜାଣନ୍ତୁ କାରଣ

ଟିଭିର ସବୁଠାରୁ ଚର୍ଚ୍ଚିତ ରିଆଲିଟି ସୋ ବିଗ୍ ବସ୍ ର ନୂଆ ସିଜନ୍ ଆରମ୍ଭ ହେବା ପୂର୍ବରୁ ହିଁ ସଲମାନ ଖାନ ଚର୍ଚ୍ଚାରେ ଆସିଛନ୍ତି । ସୋ’ର ୨୦ତମ ସିଜନ୍‌ର ଗ୍ରାଣ୍ଡ ପ୍ରିମିୟର୍‌ର ସୁଟିଂ ଆରମ୍ଭ ହୋଇସାରିଛି ଏବଂ ସେଟ୍‌ ରୁ ସଲମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି । ତେବେ ଏଥର ତାଙ୍କ ଲୁକ୍ କିମ୍ବା ହୋଷ୍ଟିଂକୁ ନେଇ ନୁହେଁ, ବରଂ ପାପାରାଜିଙ୍କ ସହ ହୋଇଥିବା ଏକ କଥାବାର୍ତ୍ତାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି ।

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପାପାରାଜିଙ୍କ ଉପରେ ରାଗିଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଖବର ମୁତାବକ ମୁମ୍ବାଇରେ ଏକ ଇଭେଣ୍ଟର ସୁଟିଂ ସମୟରେ ସେଠାରେ ଥିବା ଫଟୋଗ୍ରାଫରମାନେ ତାଙ୍କୁ ବାବା ବୋଲି ଡାକିବାରୁ ଭାଇଜାନଙ୍କ ରାଗ ବଢ଼ିଯାଇଥିଲା।

ଡାର୍କ ବ୍ଲୁ ଜିନ୍ସ, ବ୍ଲାକ୍ ଟି-ସର୍ଟ ଏବଂ କାଉବୟ ହ୍ୟାଟ୍‌ ରେ ନଜର ଆସିଥିବା ସଲମାନ ତୁରନ୍ତ କଡ଼ା ସ୍ୱରରେ ପାପାରାଜିଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳିଛି । ସୁଟିଂ ସମୟରେ କିଛି ଫଟୋଗ୍ରାଫରଙ୍କ କଥାରେ ସଲମାନ ଅସନ୍ତୁଷ୍ଟ ନଜର ଆସିଥିଲେ ଏବଂ ସେମାନଙ୍କୁ ସିଧାସଳଖ ଜବାବ ଦେଇଥିଲେ । ଏହି କ୍ଲିପ୍‌ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବାବା ବୋଲି ଡାକିବାରୁ ରାଗିଗଲେ ସଲମାନ:

ସେପ୍ଟେମ୍ବର ୪ ତାରିଖରେ ମୁମ୍ବାଇରେ ବିଗ୍ ବସ୍ ୨୦ ର ଗ୍ରାଣ୍ଡ ପ୍ରିମିୟର୍‌ର ସୁଟିଂ ସମୟରେ ସଲମାନ ଖାନ ପାପାରାଜିଙ୍କ ପାଇଁ ପୋଜ୍ ଦେଉଥିଲେ । ଏହି ସମୟରେ ଜଣେ ଫଟୋଗ୍ରାଫର ତାଙ୍କୁ ବାବା ବୋଲି ଡାକିଥିଲେ । ଏହା ଶୁଣି ସଲମାନ ଜବାବ ଦେଇଥିଲେ, ବାବା? ଏହା ତୋର କାମ ନୁହେଁ । ମୋତେ କ୍ୟାମେରା ଆଗକୁ ଆସିବାର କୌଣସି ଆବଶ୍ୟକତା ନାହିଁ।

ଏହାପରେ ଫଟୋଗ୍ରାଫରମାନେ ଲଗାତାର ତାଙ୍କୁ ଫଟୋ ପାଇଁ ପୋଜ୍ ଦେବାକୁ କହିବାରୁ ସଲମାନ ରାଗିଯାଇ ଫଟୋ… ଫଟୋ… ଫଟୋ ବୋଲି କହିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବିଗ୍ ବସ୍ ୨୦ର ଗ୍ରାଣ୍ଡ ପ୍ରିମିୟର୍ ୬ ସେପ୍ଟେମ୍ବର ୨୦୨୬ରେ ହେବ । ତେବେ ଏଥର ମଧ୍ୟ ସଲମାନ ଖାନ ହିଁ ସୋ’ର ହୋଷ୍ଟ ଭାବେ ନଜର ଆସିବେ।

Leave a comment