ଏୟାରବସ୍ ବିମାନ କ୍ରୟ ସମ୍ପର୍କିତ ଦୁର୍ନୀତି ମାମଲାରେ ଗିରଫ ହେଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ ନମାଲ ରାଜପକ୍ଷେ
ଶ୍ରୀଲଙ୍କା ଦୁର୍ନୀତି ନିବାରଣ ସଂସ୍ଥା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରଜପକ୍ଷେଙ୍କ ପୁଅ ତଥା ସାଂସଦ ନମାଲ ରାଜପକ୍ଷେଙ୍କୁ ୨୦୧୩ ଏୟାରବସ୍ ବିମାନ କ୍ରୟ ସମ୍ପର୍କିତ ଦୁର୍ନୀତି ମାମଲାରେ ଗିରଫ କରିଛି। ଲାଞ୍ଚ ଅଥବା ଦୁର୍ନୀତି ଅଭିଯୋଗର ଯାଞ୍ଚ କରୁଥିବା ଆୟୋଗ (ସିଆଇଏବିଓସି) କହିଛନ୍ତି ଏକଦା କ୍ଷମତାଶାଳୀ ଥିବା ରାଜପକ୍ଷେ ପରିବାରର ୪୦ ବର୍ଷ ବୟଷ୍କ ବଂଶଜଙ୍କୁ ଏୟାରବସ୍ କାରବାର ସମ୍ପର୍କରେ ପଚରା ଉଚରା ଲାଗି ଡକା ଯାଇଥିଲା। ଏହା ପରେ ସାଂସଦଙ୍କୁ ଗିରଫ କରାଯାଇଛି, ତାଙ୍କୁ ମାଜିଷ୍ଟ୍ରେଟ୍ ଙ୍କ ଆଗରେ ହାଜର କରାଯିବ।
ତେବେ ରାଜପକ୍ଷେଙ୍କ ବିରୋଧରେ କେଉଁ ଅଭିଯୋଗ ରହିଛି ତାହା ତୁରନ୍ତ ସ୍ପଷ୍ଟ ହୋଇ ପାରିନି। ତେବେ ତାଙ୍କ ଓକିଲ ନିଶାନ୍ତ ଦୟାନନ୍ଦ ବିବାଦୀୟ ୨.୩ ବିଲିୟନ ଡଲାର କାରବାରକୁ ନେଇ ଗିରଫ ପୁଷ୍ଟି କରିଛନ୍ତି, ଯାହାକୁ ୨୦୧୬ରେ ନୂଆ ସରକାର ଅନ୍ତତଃ ରଦ୍ଦ କରିଦେଇଥିଲେ। ସିଆଇଏବିଓସି ଗତ ମେ ମାସରେ ପୂର୍ବତନ ଅଧ୍ୟକ୍ଷଙ୍କୁ ବିମାନ କ୍ରୟ ସମ୍ପର୍କରେ ପଚରା ଉଚରା କରିଥିଲା। ଦୁର୍ନୀତି ଯାଞ୍ଚ ଏହି ଦାବି ଉପରେ କେନ୍ଦ୍ରିତ ରହିଛି ଯେ ୟୁରୋପୀୟ ନିର୍ମାତା କ୍ରୟରୁ ପ୍ରାପ୍ତ ଧନର ଏକ ଭାଗ ଶ୍ରୀଲଙ୍କାର ବରିଷ୍ଠ ଅଧିକାରୀ ଓ ରାଜନେତାଙ୍କୁ ହସ୍ତାନ୍ତରିତ କରିଥିଲା।
ତେବେ ରାଜପକ୍ଷା ପରିବାର ଲାଞ୍ଚ ନେଇଥିବା ଅଭିଯୋଗକୁ ଅସ୍ୱୀକାର କରିଛି ଓ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗକୁ ରାଜନୀତି ପ୍ରେରିତ ବୋଲି କହିଛି। ଶ୍ରୀଲଙ୍କା ଏୟାରଲାଇନ୍ସର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କପିଲା ଚନ୍ଦ୍ରସେନା ମାର୍ଚ୍ଚରେ ତଦନ୍ତକାରୀଙ୍କୁ କହିଥିଲେ ଯେ ସେ ନିଜେ ରଜପକ୍ଷେଙ୍କୁ ଲାଞ୍ଚ ଆକାରରେ ୫ଲକ୍ଷ ଡଲାର ଦେଇଥିଲେ। ଏହା ପରେ ଚନ୍ଦ୍ରସେନା ଗତ ମେ ମାସରେ ତାଙ୍କର ଜନୈକ ସମ୍ପର୍କୀୟଙ୍କ ଘରେ ମୃତାବସ୍ଥାରେ ମିଳିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।
ଆମେରିକା, ବ୍ରିଟିଶ ଓ ଫ୍ରାନ୍ସ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଏକ ମିଳିତ ଯାଞ୍ଚରେ ପ୍ରଥମେ ଜଣାପଡିଥିଲା ଯେ ଏୟାରବସ୍ ଶ୍ରୀଲଙ୍କାରେ ପାଖାପାଖି ୧୬ ମିଲିୟନ ଡଲାର ଲାଞ୍ଚ ଦେବାକୁ ସହମତ ହୋଇଥିଲା। ଏଥିରୁ ୧.୭ ମିଲିୟନ ଡଲାର ଦୁର୍ନୀତି ଜଣାପଡିବା ପୂର୍ବରୁ ଚନ୍ଦ୍ରସେନାଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଏହି ପୈଠ ୧୦ଟି ଏୟାରବସ୍ ବିମାନ କ୍ରୟ ସମ୍ପର୍କିତ। ଯେଉଁଥି ପାଇଁ ରାଜପକ୍ଷେଙ୍କୁ ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ (୨୦୦୫-୧୫) ମଧ୍ୟରେ କ୍ୟାବିନେଟର ମଞ୍ଜୁରୀ ନେବା ଜରୁରି ଥିଲା।
କୋର୍ଟରେ ଉପସ୍ଥାପନ କରାଯାଇଥିବା ନଥିପତ୍ର ଅନୁସାରେ ଚନ୍ଦ୍ରସେନା ଆରମ୍ଭରେ ତଦନ୍ତକାରୀଙ୍କୁ କହିଥିଲେ ଯେ ୨୦୧୩ ମସିହାରେ ରାଜପକ୍ଷେଙ୍କୁ ୩ଟି କିସ୍ତିରେ ୬୦ ମିଲିୟନ ଟଙ୍କା(୪୬୧,୦୦୦ ଡଲାର) ପୈଠ କରିଥିଲେ। ତେବେ ପରେ ସେ ଚାପରେ ଏପରି ବୟାନ ଦେଇଥିବାର କହି ତାଙ୍କ ବୟାନ ପ୍ରତ୍ୟାହାର କରିଥିଲେ। ଶ୍ରୀଲଙ୍କା ଏୟାର ଲାଇନ୍ସ ପାଖାପାଖି ୨ବିଲିୟନ ଡଲାର କ୍ଷତିରେ ରହିଛି। ଋଣରେ ବୁଡିଥିବା ଏହି ମୁଖ୍ୟ ଏୟାରଲାଇନକୁ ଘରୋଇକରଣ କରିବା ପାଇଁ କରାଯାଉଥିବା ଉଦ୍ୟମ ବାରମ୍ବାର ବିଫଳ ହେଉଛି।