ଶେଷରେ ଥିଏଟରରେ ରିଲିଜ୍ ହୋଇଛି ‘ମିର୍ଜାପୁର: ଦ ମୁଭି’, ଟକ୍ସିକ୍’ ପାଇଁ ଆଣିଲା ଟେନସନ
ଶେଷରେ ଥିଏଟରରେ ରିଲିଜ୍ ହୋଇଛି ‘ମିର୍ଜାପୁର: ଦ ମୁଭି’ । ନୂଆ ଫିଲ୍ମର ରିଲିଜ ପରେ ‘ଟକ୍ସିକ୍’ ପାଇଁ ବଢ଼ିଛି କମ୍ପିଟିସନ । ଏହାର ପ୍ରଭାବ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ଉପରେ କେତେ ପଡ଼ିବ, ତାହା ଏବେ ଦେଖିବାକୁ ବାକି ରହିଲା । ଏପଟେ ‘ହନୁମାନ ଅଂଶ’ ଓ ‘ଟକ୍ସିକ୍’ ମଧ୍ୟରେ ବକ୍ସ ଅଫିସ୍ରେ ଚାଲିଛି ଲଢ଼େଇ । କମ୍ ବଜେଟରେ ତିଆରି ହୋଇଥିବା ‘ହନୁମାନ ଅଂଶ’ ଏବେ ମଧ୍ୟ ଦର୍ଶକଙ୍କୁ ଥିଏଟରକୁ ଟାଣୁଛି । ଏକ ରିପୋର୍ଟ ଅନୁସାରେ, ଫିଲ୍ମଟି ରିଲିଜର ୨୮ତମ ଦିନରେ ପ୍ରାୟ ୧୧ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି । ସେହି ଦିନ ଫିଲ୍ମର ମୋଟ ୭,୦୫୫ଟି ଶୋ ହୋଇଥିବା ରିପୋର୍ଟରେ କୁହାଯାଇଛି । ୨୭ତମ ଦିନ ତୁଳନାରେ ୨୮ତମ ଦିନ ଫିଲ୍ମର କଲେକ୍ସନରେ ପ୍ରାୟ ୪୧.୯ ପ୍ରତିଶତ ବୃଦ୍ଧି ହୋଇଛି ।
୨୭ତମ ଦିନରେ ଫିଲ୍ମଟି ପ୍ରାୟ ୭.୭୫ କୋଟି ଟଙ୍କା କଲେକ୍ସନ କରିଥିଲା । ଏହା ସହିତ ଫିଲ୍ମର ମୋଟ ଗ୍ରସ୍ କଲେକ୍ସନ୍ ପ୍ରାୟ ୮୫.୯୭ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ନେଟ୍ କଲେକ୍ସନ୍ ୭୨.୮୮ କୋଟି ଟଙ୍କା ହୋଇଛି । ବିଶେଷ କଥା ହେଉଛି, ଫିଲ୍ମର ବଜେଟ୍ ପ୍ରାୟ ୧.୮ ରୁ ୨ କୋଟି ଟଙ୍କା ମଧ୍ୟରେ ଥିବା କୁହାଯାଉଛି । ତେଣୁ ଏହି କଲେକ୍ସନ୍ ଫିଲ୍ମକୁ ବଡ଼ ସଫଳତା ଦେଇଛି । ଆରମ୍ଭରେ ଫିଲ୍ମର ଆୟ ବେଶ୍ କମ୍ ଥିଲା । କିନ୍ତୁ ଦର୍ଶକଙ୍କ ପ୍ରଶଂସା ଓ ସୋସିଆଲ୍ ମିଡିଆରେ ଚର୍ଚ୍ଚା ପରେ ଫିଲ୍ମର ଦର୍ଶକ ସଂଖ୍ୟା ବଢ଼ିଥିଲା । ଭଲ ୱର୍ଡ ଅଫ୍ ମାଉଥ୍ ମଧ୍ୟ ଫିଲ୍ମର କଲେକ୍ସନ୍ ବଢ଼ାଇବାରେ ସହାୟକ ହୋଇଛି ।
ଗତ ୭ ଦିନର କଲେକ୍ସନ୍ ଉପରେ ନଜର ପକାଇଲେ ୨୨ତମ ଦିନରେ ୬.୨୫ କୋଟି ଟଙ୍କା, ୨୩ତମ ଦିନରେ ୯.୨୫ କୋଟି ଟଙ୍କା, ୨୪ତମ ଦିନରେ ୧୨.୭୫ କୋଟି ଟଙ୍କା, ୨୫ତମ ଦିନରେ ୫.୫୦ କୋଟି ଟଙ୍କା, ୨୬ତମ ଦିନରେ ୮.୫୦ କୋଟି ଟଙ୍କା, ୨୭ତମ ଦିନରେ ୭.୭୫ କୋଟି ଟଙ୍କା ଓ ୨୮ତମ ଦିନ ୧୧ କୋଟି ଟଙ୍କା ହୋଇଛି । ଏବେ ଫିଲ୍ମଟି ଖୁବ୍ଶୀଘ୍ର ୧୦୦ କୋଟି ଟଙ୍କାର ମାଇଲଷ୍ଟୋନ୍ ଛୁଇଁବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ।