ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨ )
ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ଅଧିକ ବର୍ଷା ହେବ । ଏପରିକି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଓ ତାମିଲନାଡୁ ଛୁଇଁସାରିବା ପରେ ଏବେ କର୍ଣ୍ଣାଟକ, ଆସାମ ଓ ମେଘାଳୟରେ ପ୍ରବେଶ କରୁଛି । ତେଣୁ ଖୁବ୍ ଶିଘ୍ର ଏହା ଦେଶର ଅନ୍ୟ ଅଞ୍ଚଳ ଛୁଇଁବ ବୋଲି ସେ ସୂଚନା ଦେଇଛନ୍ତି ।ବିଶେଷ କରି ପଶ୍ଚିମ ଭାରତ, ଉତ୍ତର- ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ସ୍ୱାଭାବିକ ଓ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ କମ୍ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ତାମିଲନାଡୁ, କେରଳ ଓ କର୍ଣ୍ଣାଟକର ଦକ୍ଷିଣ ଭାଗରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି ।ତେବେ ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକା ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ହେଲେ ଓଡ଼ିଶାରେ କେତେ ପରିମାଣର ବର୍ଷା ଜାରି ରହିବ ସେନେଇ ନିର୍ଦ୍ଦିଷ୍ଟ ଆକଳନ କରାଯାଇନଥିଲେ ମଧ୍ୟ ମିଶ୍ରିତ ଆକଳନ କରାଯାଇଛି । ରାଜ୍ୟର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଆଉ କେତେକ ଅଞ୍ଚଳରେ ସ୍ୱାଭାବିକ ଓ ଆଉ କେତେକ ଅଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ଡିଜି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।