ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା,ଟିମକୁ ଫେରିଛନ୍ତି ଦ୍ରୁତବୋଲର ଜସପ୍ରୀତ ବୁମରା

ସେପ୍ଟେମ୍ବର ୧୩ରେ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଟିମକୁ ଫେରିଛନ୍ତି ଦ୍ରୁତବୋଲର ଜସପ୍ରୀତ ବୁମରା । ହାର୍ଦ୍ଦିକ ପାଣ୍ଡ୍ୟା ଆହତଜନିତ ସମସ୍ୟା ଯୋଗୁଁ ଟିମରେ ସ୍ଥାନ ପାଇନାହାନ୍ତି । ଭାରତ-ଆଫଗାନିସ୍ତାନ ମଧ୍ୟରେ ଦିଲ୍ଲୀ ଟି୨୦ ସିରିଜ ଖେଳାଯିବ । ଯାହାକୁ ଆଫଗାନିସ୍ତାନ ହୋଷ୍ଟ କରୁଛି ।

ଟିମରେ ବରୁଣ ଚକ୍ରବର୍ତ୍ତୀ, ସ୍ପିନ ଅଲରାଉଣ୍ଡର ୱାଂଶିଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ ଏବଂ ଜସପ୍ରୀତ ବୁମରା ସାମିଲ ରହିଛନ୍ତି । ବିସିସିଆଇ ୩ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛନ୍ତି ।

ଆଫଗାନିସ୍ତାନ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ : ଶ୍ରେୟସ ଆୟର ( ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଂଜୁ ସାମସନ (ୱିକେଟକିପର), ଈଶାନ କିଶନ, ତିଳକ ବର୍ମା, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ନୋଇ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣା ।

ଟି୨୦ ମ୍ୟାଚ୍ :

ପ୍ରଥମ ଟି୨୦ : ୧୩ ସେପ୍ଟେମ୍ବର ( ଅରୁଣ ଜେଟଲୀ ଷ୍ଟାଡିୟମ)
ଦ୍ବିତୀୟ ଟି୨୦ : ୧୫ ସେପ୍ଟେମ୍ବର (ଅରୁଣ ଜେଟଲୀ ଷ୍ଟାଡିୟମ)
୩ୟ ଟି୨୦ : ୧୭ ସେପ୍ଟେମ୍ବର ( ଅରୁଣ ଜେଟଲୀ ଷ୍ଟାଡିୟମ)

Leave a comment