ନେପାଳରେ ପ୍ରଳୟଙ୍କରୀ ବନ୍ୟା: ଗୋଟିଏ ଘରୁ ୨୧ଟି ମୃତଦେହ ଏବଂ ବାହାରୁ ୨ଟି ମୃତଦେହ ଜବତ

ନେପାଳରେ ପ୍ରଳୟଙ୍କରୀ ବନ୍ୟାର ଦୁର୍ଦ୍ଦଶା ଏଯାଏଁ କମିନାହିଁ । ପାଣି ଶୁଖିଥିଲେ ବି ବଢିଚାଲିଛି ଦୁର୍ଦ୍ଦଶା । ଏହାସହ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୧୦୦୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ୪୦୦୦ରୁ ଅଧିକ ବ୍ୟକ୍ତି ନିଖୋଜ ରହିଛନ୍ତି । ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ତେବେ ନୁବାକୋଟ ଜିଲ୍ଲାରେ ଉଦ୍ଧାରକାର୍ଯ୍ୟ ବେଳେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି ।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସି ନୁବାକୋଟ୍ ଜିଲ୍ଲାର ବେତ୍ରବନ୍ତୀରେ ରବିବାରଠୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି । ତେବେ ବେତ୍ରବନ୍ତୀ ଅଞ୍ଚଳରେ ଗୋଟିଏ ଘରୁ ୨୩ଟି ମୃତଦେହ ଉଦ୍ଧାର ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ସମସ୍ତେ ତୀର୍ଥଯାତ୍ରୀ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ପୋଲିସ ଅଧିକାରୀଙ୍କ କହିବା ମୁତାବକ, ସର୍ଚ୍ଚ ଏବଂ ରେସକ୍ୟୁ ସମୟରେ ଗୋଟିଏ ଘରୁ ୨୧ଟି ମୃତଦେହ ଏବଂ ବାହାରୁ ୨ଟି ମ୍ତଦେହ ଜବତ କରାଯାଇଛି । ମୃତଦେହ ପରିଚୟ ମିଳିନାହିଁ । ପୋଲିସ ତୀର୍ଥଯାତ୍ରୀ ହୋଇଥିବା ଆଶଙ୍କା କରାଯାଉଛି ।

ନୁୱାକୋଟର ଏସପି ବିପିନ ରେମ୍ମି କହିଛନ୍ତି, ଗୋଟିଏ ରୁମରୁ ୨୧ଟି ମୃତଦେହ ମିଳିଥିବା ବେଳେ ବାହାରେ୨ଟି ମୃତଦେହ ମିଳିଛି । ମୃତଦେହ ସହିତ ଅନେକ ବ୍ୟାଗ ମିଳିଛି । ତେଣୁ ଏମାନେ ଗୋସାଇକୁଣ୍ଡ ଯାଉଥିବା ଯାତ୍ରୀ ହୋଇପାରନ୍ତି । ପାଣି ବଢିବା ଯୋଗୁଁ ଏମାନେ ଘରର ଛାତକୁ ଚାଲିଯାଇଥିଲେ । ଆଉ ଛାତ ଉପର ଘରେ ଏକ ରୁମରେ ଏମାନଙ୍କ ମୃତଦେହ ମିଳିଛି । ଜଣେ ମହିଳାଙ୍କୁ ଏକ ଛୁଆ କୁଣ୍ଢାଇ ଧରିଥିବା ଅବସ୍ଥାରେ ମ୍ତଦେହ ମିଳିଛି ।
ନେପାଳରେ ଭାରତୀୟ ରେସକ୍ୟୁ ଟିମ୍ ନିଜର ଅଭିଯାନ ଜାରି ରଖିଛି । ସୂଚନା ମୁତାବକ, ଭାରତୀୟ ଏକ୍ସପର୍ଟ ଟିମ୍ ନେପାଳୀ ସେନା ସହିତ ମିଶି କଠିନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave a comment