ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ,ଘରୋଇ ହସ୍ପିଟାଲକୁ ଶୋ’ କଜ୍ ନୋଟିସ୍ ଜାରି

ଘରୋଇ ହସ୍ପିଟାଲଗୁଡ଼ିକର ମନମାନି ବିରୋଧରେ ଓଡ଼ିଶା ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି। ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାଞ୍ଚ ସମୟରେ ତ୍ରୁଟି ଚିହ୍ନଟ ହେବା ପରେ ଭୁବନେଶ୍ୱରସ୍ଥିତ ଦୁଇ ପ୍ରମୁଖ ଘରୋଇ ହସ୍ପିଟାଲକୁ ଓଡ଼ିଶା ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି (SHAS) ପକ୍ଷରୁ ଶୋ’ କଜ୍ ନୋଟିସ୍ ଜାରି କରାଯାଇଛି।

ରୋଗୀଙ୍କୁ ହଇରାଣ କରିବା, ନିୟମ ବିରୋଧରେ ଅଧିକ ଟଙ୍କା ଆଦାୟ କରିବା, କ୍ୟାସଲେସ୍ ସୁବିଧାରୁ ବଞ୍ଚିତ କରିବା ଏବଂ ଦୁର୍ବ୍ୟବହାର ଦେଖାଇବା ନେଇ ବହୁ ଅଭିଯୋଗ ଆସିଥିଲା। ସରକାରୀ ଟିମ୍ ହସ୍ପିଟାଲଗୁଡ଼ିକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ଅନିୟମିତତାର ପ୍ରମାଣ ମିଳିଛି।

ଗଣମାଧ୍ୟମ ଜରିଆରେ କଡ଼ା ସତର୍କତା

ଏହି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମ ଜରିଆରେ ସମସ୍ତ ଘରୋଇ ହସ୍ପିଟାଲକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଯୋଜନାରେ କୌଣସି ବି ଅନିୟମିତତା କିମ୍ବା ରୋଗୀ ଶୋଷଣକୁ ସରକାର ଆଦୌ ବରଦାସ୍ତ କରିବେ ନାହିଁ। ନିୟମ ନ ମାନିଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରୋଗୀଙ୍କ ପାଇଁ ନୂଆ ନିୟମ ଓ ସୁବିଧା

IPD ଚିକିତ୍ସା ପୂର୍ବର ଖର୍ଚ୍ଚ: ଭର୍ତ୍ତି (IPD) ହେବାର ୩ ଦିନ ପୂର୍ବରୁ ହୋଇଥିବା ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଡାଇଗ୍ନୋଷ୍ଟିକ୍ ଖର୍ଚ୍ଚ ରୋଗୀମାନେ ନିଜ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ। ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ଡିସଚାର୍ଜ ପରବର୍ତ୍ତୀ ସେବା: ହସ୍ପିଟାଲରୁ ଡିସଚାର୍ଜ ହେବାର ୧୫ ଦିନ ପର୍ଯ୍ୟନ୍ତ ରୋଗୀ ମାଗଣାରେ ଔଷଧ, ଫଲୋ-ଅପ୍ ପରୀକ୍ଷା ଓ ଅନ୍ୟାନ୍ୟ ଚିକିତ୍ସା ସୁବିଧା ପାଇବାକୁ ହକଦାର। ସମସ୍ତ ଘରୋଇ ହସ୍ପିଟାଲ ଏହି ନିୟମକୁ କାଟ Nob କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a comment