ଆମେରିକା ସେନାର ବିଭିନ୍ନ ସ୍ତରରେ ଦେଖା ଦେଇଛି ନେତୃତ୍ୱ ସଂକଟ

ଆମେରିକା ସେନାର ବିଭିନ୍ନ ସ୍ତରରେ ନେତୃତ୍ୱ ସଂକଟ ଦେଖା ଦେଇଛି। ଏହା ଏପରି ସମୟରେ ହୋଇଛି ଯେତେବେଳେ ଆମେରିକା ସେନା ପଶ୍ଚିମ ଏସିୟାରେ ଜାରି ଯୁଦ୍ଧରେ ସକ୍ରିୟ ରୂପେ ସାମିଲ ରହିଛି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଏହି ଗୁରୁତର ସଂକଟ ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ୍ ଙ୍କ ଦ୍ୱାରା କରାଯାଇଥିବା ଛଟେଇ ଓ ଅନ୍ତରୀଣ କଳହ କାରଣରୁ ହୋଇଛି। ଏଣୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ବିନା ଚିଫ୍-ଅଫ-ଷ୍ଟାଫ ମାସାଧିକ କାଳ ହେଲା ଲଢି ଆସୁଛନ୍ତି।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଗତ ଏପ୍ରିଲରେ ପିଟ୍ ହେଗସେଥ୍ ବିନା କୌଣସି କାରଣରେ ଜେନେରାଲ ରାଣ୍ଡି ଜର୍ଜଙ୍କୁ ଅଚାନକ ପଦରୁ ହଟାଇ ଦେଇଥିଲେ। ଏହା ପରଠାରୁ ଆମେରିକା ସେନାରେ କେହି ଚିଫ-ଅଫ-ଷ୍ଟାଫ ନାହାନ୍ତି। ରିପୋର୍ଟରେ କୁହାଯାଇଛି ଯେ ଆମେରିକା ସେନାର ଶୀର୍ଷ ପଦବୀ ଲାଗି ନିକଟରେ କୌଣସି ନୂଆ ବ୍ୟକ୍ତିଙ୍କ ନିଯୁକ୍ତି ସଂକେତ ମଧ୍ୟ ମିଳୁ ନାହିଁ। ସମ୍ବାଦପତ୍ରକୁ ଏହି ସୂଚନା ଦେଇଥିବା ଅଧିକାରୀଙ୍କ ଅନୁସାରେ ହେଗସେଥ୍ ସେବେଠାରୁ ଏ ପର୍ଯ୍ୟନ୍ତ ଏପରି ୩ ଜଣ ଅଧିକାରୀଙ୍କୁ ବାହାର କରିଦେଇଛନ୍ତି ଯେଉଁମାନେ ଜେନେରାଲ ଜର୍ଜଙ୍କ ସ୍ଥାନ ନେବା ପାଇଁ ପ୍ରବଳ ଦାବିଦାର ଅନୁମାନ କରାଯାଉଥିଲେ।

ଆମେରିକୀୟ ସେନା ଏବେ ଅଧିକ ଅଟୋମେସନ ଆଡକୁ ବଢୁଛି। ଏଥି ପାଇଁ ସଂସ୍ଥାଗତ, ସିଦ୍ଧାନ୍ତିକ ଓ ସଂରଚନାତ୍ମକ ପରିବର୍ତ୍ତନ ଲାଗି ସେନାର ଉଚ୍ଚସ୍ତରରେ ନିରନ୍ତରତା ଜରୁରି ଥିବା ବେଳେ ସେନାର ଲିଡର ସିପ୍ ପାଇପଲାଇନ ସୀମିତ ହୋଇଯାଇଛି। ଆମେରିକୀୟ ସେନାରେ କରାଯାଉଥିବା ଏହି ପରିବର୍ତ୍ତନ ୟୁକ୍ରେନ ଓ ପଶ୍ଚିମ ଏସିୟାରେ ଯୁଦ୍ଧର ବଦଳୁଥିବା ପରିସ୍ଥିତିକୁ ଧ୍ୟାନରେ ରଖି କରାଯାଉଛି। ମୋଟ ଉପରେ ଏବେକା ପୂର୍ବତନ ଅଧିକାରୀଙ୍କ କହିବା କଥା ହେଉଛି ହେଗସେଥ୍ ପଦ ସମ୍ଭାଳିବା ପରଠାରୁ ପାଖାପାଖି ୬ ଜଣ ସିନିୟର ଅଧିକାରୀଙ୍କୁ ବାହାରକୁ ରାସ୍ତା ଦେଖାଇଛନ୍ତି। ଏଥିରେ ଅନ୍ତରୀଣ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ହେଗସେଥଙ୍କ ପଦକ୍ଷେପ ଯୋଗୁ ସେନାର ଶୀର୍ଷ ପଦରେ ବିଶେଷଜ୍ଞତା ଦୁର୍ବଳ ହୋଇଛି।

ରିପୋର୍ଟ ଅନୁସାରେ ହେଗସେଥ୍ ଯେବେ ଗତବର୍ଷ ଜାନୁୟାରୀରେ ପଦବୀରେ ଅବସ୍ଥାପିତ ହେଲେ ସେତେବେଳେ ଆମେରିକା ସେନାରେ ୧୦ ଜଣ ଫୋର ଷ୍ଟାର ଅଧିକାରୀ ଥିଲେ। ଏବେ ଏହି ସଂଖ୍ୟା ୫କୁ ସୀମିତ ହୋଇଯାଇଛି। ଦୀର୍ଘ ଦଶନ୍ଧୀରେ ଆମେରିକା ସେନାରେ ଏହା ସବୁଠୁ କମ୍ ସଂଖ୍ୟା। ଏଥିରେ ଏହା ବି କୁହାଯାଇଛି ଯେ ଡିଫେନ୍ସ ସେକ୍ରେଟାରୀ ହେଗସେଥ୍ ଆର୍ମି ନ୍ୟାସନାଲ ଗାର୍ଡ ଛାଡିବା ପାଇଁ ବାଧ୍ୟ ହୋଇଥିଲେ। କାରଣ ସଙ୍ଗଠନ ଭିତରେ ତାଙ୍କୁ ବିପଦଜନକ ଅନ୍ତରୀଣ ସଦସ୍ୟ ଭାବେ ଚିହ୍ନିତ କରାଯାଇଥିଲା।

ଏହି ଘଟଣାର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫେବୃଆରୀ ଶେଷ ସପ୍ତାହରୁ ପଶ୍ଚିମ ଏସିୟାରେ ଆମେରିକୀୟ ସାମରିକ ଘାଟି ଉପରକୁ ସହଜରେ ନଷ୍ଟ ହୋଇ ପାରୁଥିବା ଇରାନୀ ଡ୍ରୋନର ଲଗାତାର ଆକ୍ରମଣ ଜାରି ରହିଛି। ଏହି ସବୁ ଆକ୍ରମଣରେ ଏ ପର୍ଯ୍ୟନ୍ତ ୧୮ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଅଭିଜ୍ଞ କମାଣ୍ଡରଙ୍କୁ ପଦବୀରୁ ହଟାଯିବା ପୂର୍ବରୁ ଜଟିଳ ଅପରେସନାଲ ସ୍ଥିତିକୁ ଆହୁରି ଜଟିଳ କରିଛି।

Leave a comment