ବଜେଟ୍ ପ୍ରାଇସ୍ରେ ଡୁଆଲ୍ ଡିସପ୍ଲେ ଥିବା ସ୍ମାର୍ଟଫୋନ୍ ଲଞ୍ଚ କଲା Honor ,ଫୋନର ଫ୍ରଣ୍ଟରେ ୱାଟରଡ୍ରପ୍ ନଚ୍ ଡିଜାଇନ୍ରେ ସେଲ୍ଫି କ୍ୟାମେରା ଫିଟ୍
Honor ବଜେଟ୍ ପ୍ରାଇସ୍ରେ ଡୁଆଲ୍ ଡିସପ୍ଲେ ଥିବା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଫୋନର ବ୍ୟାକରେ ସେଲ୍ଫି ମିରର୍ ଡିସପ୍ଲେ ଦିଆଯାଇଛି । Honor ଏହି ଫୋନକୁ ଗ୍ଲୋବାଲ୍ ମାର୍କେଟରେ ପ୍ରସ୍ତୁତ କରିଛି । ଏଥିରେ 6000mAh ବ୍ୟାଟେରୀ ରହିଛି । କମ୍ପାନୀ ନିକଟରେ ରୋବୋଟ୍ ଫୋନ୍ ମଧ୍ୟ ଲଞ୍ଚ କରିଛି । ଏହି ଫୋନକୁ ଚୀନର ଏହି ବ୍ରାଣ୍ଡ୍ ବର୍ଷ ଆରମ୍ଭରେ ଆୟୋଜିତ Mobile World Congress (MWC)ରେ ପ୍ରଦର୍ଶନ କରିଥିଲା ।
ଫିଚର୍ସ:
Honorର ଏହି ସ୍ମାର୍ଟଫୋନରେ ୬.୯ ଇଞ୍ଚର LCD IPS ଡିସପ୍ଲେ ଦିଆଯାଇଛି । ଫୋନର ଡିସପ୍ଲେ 90Hz ରିଫ୍ରେଶ୍ ରେଟକୁ ସପୋର୍ଟ କରେ ଏବଂ ଏଥିରେ ପତଳା ବେଜେଲ୍ ରହିଛି । ଫୋନର ବ୍ୟାକରେ ଏକ ସେକେଣ୍ଡାରୀ କଭର୍ ଡିସପ୍ଲେ ମିଳୁଛି, ଯାହାକୁ ନୋଟିଫିକେସନ୍ ଦେଖିବା ଏବଂ ସେଲ୍ଫିର ପ୍ରିଭ୍ୟୁ ପାଇଁ ବ୍ୟବହାର କରାଯାଇପାରିବ ।
ଏହା ଏକ 4G ସ୍ମାର୍ଟଫୋନ୍ ଏବଂ MediaTek G81 ଚିପସେଟରେ ଚାଲିଥାଏ । ଫୋନରେ ୧୨୮GB ଷ୍ଟୋରେଜ୍ ମିଳୁଛି, ଯାହାକୁ 1TB ପର୍ଯ୍ୟନ୍ତ ଏକ୍ସପାଣ୍ଡ୍ କରାଯାଇପାରିବ । ଏହି ସ୍ମାର୍ଟଫୋନରେ ୬୦୦୦mAhର ପାୱାରଫୁଲ୍ ବ୍ୟାଟେରୀ ଦିଆଯାଇଛି । ଏହା ସହିତ USB Type-C ଚାର୍ଜିଂ ଫିଚର୍ ମିଳିବ । ଫୋନରେ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ରହିଛି ।
ଫୋନର ବ୍ୟାକରେ ୧୩MPର ମେନ୍ କ୍ୟାମେରା ମିଳୁଛି । ଏହା ସହିତ ଏପରି ଏକ ସେଲ୍ଫି କ୍ୟାମେରା ଦିଆଯାଇଛି, ଯାହାର ସହାୟତାରେ ୟୁଜର୍ସମାନେ ମେନ୍ କ୍ୟାମେରା ବ୍ୟବହାର କରି ସେଲ୍ଫି ମଧ୍ୟ ନେଇପାରିବେ। ଫୋନର ଫ୍ରଣ୍ଟରେ ୱାଟରଡ୍ରପ୍ ନଚ୍ ଡିଜାଇନ୍ରେ ସେଲ୍ଫି କ୍ୟାମେରା ଫିଟ୍ କରାଯାଇଛି ।
ପ୍ରାଇସ୍:
Honor ଏହି ଫୋନର ମୂଲ୍ୟ ବର୍ତ୍ତମାନ ସୁଦ୍ଧା ପ୍ରକାଶ କରିନାହିଁ । ଏହି ସିରିଜର ଫୋନଗୁଡ଼ିକ ସାଧାରଣତଃ ବଜେଟ୍ ଫ୍ରେଣ୍ଡଲି ୟୁଜରମାନଙ୍କୁ ଧ୍ୟାନରେ ରଖି ଆସିଥାଏ । ତେଣୁ ଏହି ଫୋନଟି ମଧ୍ୟ ବଜେଟ୍ ପ୍ରାଇସରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏହାକୁ ତିନୋଟି କଲର ଅପ୍ସନରେ ପ୍ରସ୍ତୁତ କରାଯାଇଛି ଯାହା ରହିଛି- Midnight Black, Light Blue ଏବଂ Starry Purple କଲର ।
Honor Robot Phone:
ଚୀନର ଏହି ବ୍ରାଣ୍ଡ୍ ନିକଟରେ Honor Robot Phone ମଧ୍ୟ ଲଞ୍ଚ କରିଛି । ଏଥିରେ ୬.୩୧ ଇଞ୍ଚର OLED ଡିସ୍ପ୍ଲେ ଦିଆଯାଇଛି । ଏହି ଫୋନର ଡିସପ୍ଲେର ପିକ୍ ବ୍ରାଇଟ୍ନେସ୍ ୬୮୦୦ ନିଟ୍ସ ପର୍ଯ୍ୟନ୍ତ ଏବଂ ଏହା ୧୨୦Hz ରିଫ୍ରେଶ୍ ରେଟକୁ ସପୋର୍ଟ କରେ ।
ଏହି ଫୋନ୍ Qualcomm Snapdragon 8 Elite Gen 5 ପ୍ରୋସେସରରେ ଚାଲିଥାଏ । ଏଥିରେ ୧୬GB RAM ଏବଂ 1TB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳେ । ଫୋନଟି Android 16 ଉପରେ ବେସ୍ଡ MagicOS 10ରେ ଚାଲିଥାଏ । ଏହି ଫୋନର ବ୍ୟାକରେ ରୋବୋଟିକ୍ କ୍ୟାମେରା ଲଗାଯାଇଛି, ଯାହା Gimbal Stabilization ଫିଚରକୁ ସପୋର୍ଟ କରେ ।