ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ,PPPAC ଦେଲା ମଞ୍ଜୁରୀ

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ ।  ଲିଜ ସୂତ୍ରରେ ଦେବା ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ଆପ୍ରାଇଜାଲ କମିଟି- PPPAC ମଞ୍ଜୁରୀ ଦେଇଛି ।  ବଣ୍ଡଲ- ୩ କାଟାଗୋରୀରେ ଭୁବନେଶ୍ବର ବିମାନବନ୍ଦର ସହ କର୍ଣ୍ଣାଟକର ହୁବଲି ଏୟାରପୋର୍ଟକୁ ଯୋଡ଼ା ଯାଇଛି ।  ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣ ନେଇ ତେଜିଛି ରାଜନୀତି ।

ଲାଭଜନକ ସଂସ୍ଥାର ପ୍ରାଇଭେଟାଇଜେସନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।  କେନ୍ଦ୍ରର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛି ବିଜେଡି ।  କାହା ସ୍ୱାର୍ଥରେ ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଯାଉଛନ୍ତି ବୋଲି ପ୍ରଶ୍ନ କରିଛି ।

ଲାଭରେ ଥିବା ଏୟାରପୋର୍ଟର ଘରୋଇକରଣ ନିଷ୍ପତ୍ତିକୁ ଦୃଢ ନିନ୍ଦା ସହ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଛି ବିଜେଡି ।  କଂଗ୍ରେସ କହିଛି, ବିଜୁ ବାବୁଙ୍କ ନାଁରେ ଥିବା ବିମାନବନ୍ଦର ବର୍ଷକୁ ୨ଶହ କୋଟିରୁ ୪ଶହ କୋଟି ଲାଭ ଦେଉଛି ।  ଲାଭ ଦେଉଥିବା ସଂସ୍ଥାକୁ କାହିଁକି ସରକାର ଘରୋଇକାରଣ କରିବାକୁ ଚାହୁଁଛନ୍ତି ?  କିଛି ପୁଞ୍ଜିପତି ବନ୍ଧୁଙ୍କ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଉଥିବା ଅଭିଯୋଗ କରିଛି କଂଗ୍ରେସ ।

Leave a comment