ଭାରତ ପାଇଁ ୱିକେଟକିପର ଭାବେ ସର୍ବାଧିକ ଟେଷ୍ଟ ରନ୍ କରିବାରେ ଧୋନିଙ୍କୁ ପଛରେ ପକାଇଲେ ରିଷଭ ପନ୍ତ

ଟିମ୍ ଇଣ୍ଡିଆର ଓ୍ବିକେଟ୍ କିପର ବ୍ୟାଟର ରିଷଭ ପନ୍ତ ଇତିହାସ ରଚିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ବ୍ୟାଟିଂ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଇତିହାସରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି । ସେ ଶୁବମନ ଗିଲଙ୍କୁ ପଛରେ ପକାଇ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ପନ୍ତ ମଇଦାନକୁ ଫେରିବା ପରେ ପନ୍ତ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ । ପ୍ରଥମ ଦିନରେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲାହିରୁ କୁମାରାଙ୍କ ଏକ ଶର୍ଟ ବଲ୍ ପନ୍ତଙ୍କ ବାମ ହାତରେ ବାଜିଥିଲା । ଏହାପରେ ସେ ଯନ୍ତ୍ରଣା ଅନୁଭବ କରିବାରୁ ଫିଜିଓଙ୍କ ସହାୟତା ନେଇଥିଲେ । ଶେଷରେ ୧୫ଟି ବଲରୁ ୩ ରନ୍ କରି ମଇଦାନ ଛାଡ଼ିଥିଲେ। ତେବେ ଟିମ୍ ପକ୍ଷରୁ ତାଙ୍କ ଆଘାତ ଗୁରୁତର ନୁହେଁ ବୋଲି ସୂଚନା ମିଳିଥିଲା । ପନ୍ତ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ୬୩ ରନ କରି ଆଉଟ୍ ହୋଇଛନ୍ତି ।

ଦ୍ୱିତୀୟ ଦିନରେ ପନ୍ତ ପୁଣି ପଡ଼ିଆକୁ ଫେରି ନିଜ ଆକ୍ରମଣାତ୍ମକ ବ୍ୟାଟିଂରେ ଭାରତୀୟ ଇନିଂସକୁ ମଜବୁତ କରିଥିଲେ । ଭାରତ ପାଇଁ ୱିକେଟକିପର ଭାବେ ସର୍ବାଧିକ ଟେଷ୍ଟ ରନ୍ କରିବାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି । ଧୋନି ୪୮ ଟେଷ୍ଟ ମ୍ୟାଚରେ ଏଭଳି କରିଥିବା ବେଳେ ପନ୍ତ ୩୬ତମ ଟେଷ୍ଟ ମ୍ୟାଚରେ ଏଭଳି କରି ଦେଖାଇଛନ୍ତି । ରିଷଭ ପନ୍ତ ଟେଷ୍ଟରେ ୱିକେଟକିପର ଭାବେ ୨୫୦୨ ରନ୍ କରିଥିବା ବେଳେ ମହେନ୍ଦ୍ର ସିଂ ଧୋନି ୨୪୯୬ ରନ୍ କରିଛନ୍ତି ।

Leave a comment