ଭାରତ ଏବଂ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ମ୍ୟାଚ: ରିଷଭ ପନ୍ତ ଆହତ
ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ୱିକେଟକିପର-ବ୍ୟାଟର ରିଷଭ ପନ୍ତ ପଡ଼ିଆ ଛାଡ଼ିଛନ୍ତି। କଲମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଇନିଂସର ୫୮ତମ ଓଭରରେ ଶ୍ରୀଲଙ୍କା ବୋଲର ଲାହିରୁ କୁମାରାଙ୍କର ଗୋଟିଏ ସର୍ଟ ବଲ୍ ପନ୍ତଙ୍କ wristରେ ବାଜିଥିଲା। ପନ୍ତ ପୁଲ୍ ସଟ୍ ମାରିବାକୁ ଚେଷ୍ଟା କରୁଥିବା ବେଳେ ବଲଟି ଗ୍ଲୋଭସରେ ବାଜି ଥିଲା, ଫଳରେ ସେ ଆହାତ ହୋଇଥିଲେ ।
ଫିଜିଓ ପଡ଼ିଆକୁ ଆସି ବରଫ ଲଗାଇ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ଯନ୍ତ୍ରଣା କମିନଥିଲା। ଫଳରେ ପନ୍ତ ‘ରିଟାୟର୍ଡ ହର୍ଟ’ ହୋଇ ପାଭିଲିୟନ ଫେରିଥିଲେ ଏବଂ ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିଥିଲେ। ଅନ୍ୟପଟେ, ଶୁଭମାନ ଗିଲ୍ (୫୦) ଏବଂ ଦେବଦତ୍ତ ପାଡିକଲ (ଅପରାଜିତ ୬୩)ଙ୍କ ଚିତ୍ତାକର୍ଷକ ଅର୍ଦ୍ଧଶତକ ବଳରେ ଖେଳ ବିରତି ସୁଦ୍ଧା ଭାରତ ୩ ୱିକେଟ ହରାଇ ୧୮୭ ରନ୍ ସଂଗ୍ରହ କରି ମଜଭୁତ ସ୍ଥିତିରେ ରହିଥିଲା। କେ.ଏଲ. ରାହୁଲ ଏବଂ ଯଶସ୍ୱୀ ଜାଇସ୍ୱାଲ ଶୀଘ୍ର ଆଉଟ୍ ହେବା ପରେ ଗିଲ୍ ଓ ପାଡିକଲ ତୃତୀୟ ୱିକେଟ୍ ପାଇଁ ୧୨୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଦଳକୁ ସମ୍ଭାଳିଥିଲେ।ପାଡିକଲ ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ରନ୍ କରିଥିବା ବେଳେ ତାଙ୍କର ଗୋଟିଏ ସହଜ କ୍ୟାଚ୍ ଶ୍ରୀଲଙ୍କା ଅଧିନାୟକ ଧନଞ୍ଜୟ ଡି’ସିଲଭା ଛାଡ଼ିଦେଇଥିଲେ। ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାଡିକଲ ୯୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଦମଦାର ବ୍ୟାଟିଂ ଜାରି ରଖିଥିଲେ। ଅନ୍ୟପଟେ, ସୁନ୍ଦର ବ୍ୟାଟିଂ କରୁଥିବା ଗିଲ୍ ବିରତି ପୂର୍ବରୁ ଅସିଥା ଫର୍ନାଣ୍ଡୋଙ୍କ ବଲରେ ୱିକେଟକିପର ନିରୋଶନ ଡିକୱେଲାଙ୍କ ହାତରେ କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଥିଲେ ।