ଭାରତ ଏବଂ ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ: ଟିମ୍ ଇଣ୍ଡିଆ ପ୍ଲେଇଂ ୧୧ରେ ପରିର୍ତ୍ତନ,ବାଦ୍ ପଡ଼ିପାରନ୍ତି କୁଲଦୀପ ଯାଦବ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ଅଗଷ୍ଟ ୨୩ ତାରିଖରେ ସିଂହଳୀ ସ୍ପୋର୍ଟସ କ୍ଲବ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବା ସ୍ଥିତି ମଜବୁତ କରିବା ପାଇଁ ଭାରତକୁ ଦ୍ବିତୀୟ ଟେଷ୍ଟରେ ଜିତିବା ନିଶ୍ଚିତ ଦରକାର । ଏବେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପ୍ଲେଇଂ ୧୧ରେ ପରିର୍ତ୍ତନ କରିପାରେ । କୁଲଦୀପ ଯାଦବଙ୍କୁ ବାଦ୍ ଦିଆଯାଇପାରେ ।

ପ୍ରଥମ ଟେଷ୍ଟରେ ଭାରତ ବ୍ୟାଟିଂ ଏବଂ ବୋଲିଂରେ ବଢିଆ ପ୍ରଦର୍ଶନ କରିଥିଲା । ଦେବଦତ୍ତ ପାଡ୍ଡିକଲ ପ୍ରଥମ ଇନିଂସରେ ୧୬୭ ରନ୍ କରିଥିଲେ । କେଏଲ ରାହୁଲ ଦୁଇଟି ଯାକ ଇନିଂସରେ ଭଲ୍ କରିଛନ୍ତି । ରିଷଭ ପନ୍ତ ଦ୍ବିତୀୟ ଇନିଂସରେ ଦ୍ରୁତଗତିରେ ରନ୍ କରିଥିଲେ । ସ୍ପିନର ମାନବ ସୁଥାର ଏବଂ ରବିନ୍ଦ୍ର ଜାଡେଜା ବଢିଆ ବୋଲିଂ କରିଥିଲେ । ମାନବ ସୁଥାର ଦୁଇଟି ଯାକ ଇନିଂସରେ ୧୦ଟି ୱିକେଟ ନେଇଥିଲେ । ଏହି ମ୍ୟାଚରେ କୁଲଦୀପ ଯାଦବ ବେଶ୍ କିଛି ଖାସ୍ କରିନଥିଲେ । ପ୍ରଥମ ଇନିଂସରେ ୬୫ ରନ୍ ଦେଇ ୧ ୱିକେଟ ନେଇଥିଲେ । ସେହିପରି ଦ୍ବିତୀୟ ଇନିଂସରେ ୧୧ ଓଭର ବୋଲିଂ କରି ଗୋଟିଏ ବି ୱିକେଟ ନେଇପାରିନଥିଲେ ।

ଦ୍ବିତୀୟ ଟେଷ୍ଟରେ କୁଲଦୀପ ଯାଦବଙ୍କ ସ୍ଥାନରେ ସାରାଂଶ ଜୈନ ସୁଯୋଗ ମିଳିପାରେ । ଶ୍ରୀଲଙ୍କା ଟିମରେ ବାମହାତୀ ବୋଲର ରହିଛନ୍ତି, ଏମାନଙ୍କ ଆଗରେ ସ୍ପିନ ସମସ୍ୟା କରିପାରେ । ତେଣୁ ପ୍ଲେଇଂ ୧୧ରେ ସାରାଂଶ ଜୈନଙ୍କୁ ସାମିଲ କରାଯାଇପାରେ । ସାରାଂଶ ଜୈନଙ୍କ ପ୍ରଥମ ଟେଷ୍ଟ ଡେବ୍ୟୁ ହେବ ଏହ ମ୍ୟାଚ । ପ୍ରଥମ ଶ୍ରେଣୀ କ୍ରିକେଟରେ ୨୨୨୩ ରନ୍ କରିଛନ୍ତି । ୯୭ ଇନିଂସରେ ୧୮୮ ୱିକେଟ ନେଇଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ଟି ମ୍ୟାଚରେ ୫ କିମ୍ବା ଏହାଠାରୁ ଅଧିକ ୱିକେଟ ନେଇସାରିଛନ୍ତି ।

Leave a comment