ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି Poco M8 ସିରିଜର ସ୍ମାର୍ଟଫୋନ୍,ଆସନ୍ତୁ ଜାଣିବା କଣ ରହିଛି ଫିଚର୍ସ

Poco M8 ସିରିଜରେ କମ୍ପାନୀ ଏକ କମ୍ ଦାମର ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଚୀନ୍ କମ୍ପାନୀର ଏହି ଫୋନ୍ ଅଗଷ୍ଟ ୨୧ ତାରିଖ ଅର୍ଥାତ୍ ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହି ଫୋନକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ସହ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ମଧ୍ୟ ଲିଷ୍ଟ କରାଯାଇଛି । ଫୋନର ଅନେକ ଫିଚର୍ ଓ କଲର୍ ଅପ୍ସନ୍ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଫୋନରେ ୭,୯୦୦mAhର ବଡ଼ ବ୍ୟାଟେରୀ ମିଳିବ ।

Poco M8x ପାଇଁ କମ୍ପାନୀ ଏକ ସ୍ୱତନ୍ତ୍ର ମାଇକ୍ରୋସାଇଟ୍ ମଧ୍ୟ ଲଞ୍ଚ କରିଛି । ଏହି ଫୋନକୁ ବ୍ଲାକ୍, ବ୍ଲୁ ଓ ଲେଦର ଗ୍ରୀନ୍ ଭଳି ୩ଟି କଲର ଅପ୍ସନରେ କିଣିପାରିବେ । ଫୋନର ପଛ ପଟେ ଫ୍ଲାଟ୍ ମିଡିଲ୍ ଫ୍ରେମ୍ ସହ ମ୍ୟାଟାଲିକ୍ ଫିନିଶ୍ ମିଳିବ । ଏହାର ଆଗ ପଟେ କ୍ୱାଡ୍-କର୍ଭଡ୍ ପ୍ୟାନେଲ୍ ରହିଛି ।

ଏହି ଫୋନ୍ Xiaomiର HyperOS 3 ସହ ଲଞ୍ଚ ହୋଇଛି, ଯାହା Android 16 ଉପରେ ବେସ୍ଡ । କମ୍ପାନୀ ଫୋନ୍‌ ପାଇଁ ୪ ବର୍ଷ ପର୍ଯ୍ୟନ୍ତ ଅପରେଟିଂ ସିଷ୍ଟମ୍ ଅପଡେଟ୍ ଓ ୬ ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଅପଡେଟ୍ ଦେଇଛି । କମ୍ପାନୀର ମାଇକ୍ରୋସାଇଟ୍ ଅନୁସାରେ, Poco M8xରେ ୭,୯୦୦mAh ବ୍ୟାଟେରୀ ରହିଛି । ଏଥିରେ ୪୫W ୱାୟାର୍ଡ ଚାର୍ଜିଂ ସହ ୨୨.୫W ରିଭର୍ସ ୱାୟାର୍ଡ ଚାର୍ଜିଂ ସୁବିଧା ମିଳିପାରିବ ।

ପ୍ରୋସେସରରେ Qualcomm Snapdragon 4 Gen 5 ଚିପସେଟ୍ ଦିଆଯିବ । ଏହା ସହ ୬GB RAM ଓ ୧୨୮GB ଷ୍ଟୋରେଜ୍ ମିଳିବ । ଫୋନରେ LPDDR4x RAM ଏବଂ UFS 2.2 ଷ୍ଟୋରେଜ୍ ସପୋର୍ଟ ରହିବ ।

Poco M8 Powerର ଫିଚର୍ସ:

ଚୀନ୍ କମ୍ପାନୀ Poco ନିକଟରେ ଭାରତୀୟ ବଜାରରେ Poco M8 Power ଲଞ୍ଚ କରିଛି । ଏଥିରେ ୬.୯ ଇଞ୍ଚର AMOLED ଡିସପ୍ଲେ ଦିଆଯାଇଛି । ଡିସପ୍ଲେରେ ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ ରହିଛି । ଏହି ଫୋନ୍ Qualcomm Snapdragon 4 Gen 4 ଚିପସେଟରେ ଚାଲେ । ଏଥିରେ ୮GB RAM ଓ ୧୨୮GB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳୁଛି ।

ଫୋନ‌ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ ୫୦MP ମେନ୍ କ୍ୟାମେରା ସହ ଏକ ସେକେଣ୍ଡାରୀ କ୍ୟାମେରା ରହିଛି । ସେଲ୍ଫି ଓ ଭିଡିଓ କଲ୍ ପାଇଁ ୮MP କ୍ୟାମେରା ଦିଆଯାଇଛି। Poco M8 Powerରେ ୮,୦୦୦mAh ବ୍ୟାଟେରୀ ସହ ୪୫W ଫାଷ୍ଟ ଚାର୍ଜିଂ ସୁବିଧା ରହିଛି । Poco M8xରେ ମଧ୍ୟ M8 Power ଭଳି ଅନେକ ଫିଚର୍ ରହିବ । କମ୍ପାନୀ ଏହାକୁ ଏକ ଅଫୋର୍ଡେବଲ୍ ସ୍ମାର୍ଟଫୋନ୍ ଭାବେ ଲଞ୍ଚ କରିଛି। ଭାରତରେ Poco M8 Powerର ଆରମ୍ଭିକ ଦାମ ୨୪,୯୯୯ ଟଙ୍କା ରଖିଛି ।

Leave a comment