ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର, ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼
ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼। ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ। ଜଳଲାଗି ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ। ଶୈବପୀଠରେ ଜଳଲାଗି କରିବାକୁ କାଉଡିଆଙ୍କ ପ୍ରବଳ ସମାଗମ ହୋଇଛି। ଲିଙ୍ଗରାଜ ମନ୍ଦିରରେ ଭୋରୁ ଲାଇନ ଲଗାଇଛନ୍ତି କାଉଡିଆ। ଫୁଲରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର । ବ୍ୟାରିକେଡ୍ ଦେଇ ଭିତରକୁ ପ୍ରବେଶ କରୁଛନ୍ତି । ଏହି ଦିନ ଭକ୍ତିଭାବରେ ଶିବଙ୍କ ଉପାସନା କଲେ ସୁଖ, ଶାନ୍ତି, ସମୃଦ୍ଧି ଓ ମନୋକାମନା ପୂରଣ ହୁଏ ବୋଲି ଧାର୍ମିକ ବିଶ୍ବାସ ରହିଛି।
ସୁରକ୍ଷା ଦୃଷ୍ଟିରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଶ୍ରାବଣ ସୋମବାରରେ ଭକ୍ତି ଓ ନିଷ୍ଠାର ସହ ଭଗବାନ ଶିବଙ୍କ ଉପାସନା କଲେ ସୁଖ, ଶାନ୍ତି ଓ ସମୃଦ୍ଧି ମିଳିବା ସହ ମନୋକାମନା ପୂରଣ ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ନେଇ ହଜାର ହଜାର ଭକ୍ତ ମହାଦେବଙ୍କ ଦର୍ଶନ ଓ ଜଳଲାଗି ପାଇଁ ଶୈବପୀଠରେ ପହଞ୍ଚିଛନ୍ତି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର ଓ ପ୍ରବେଶ ପଥରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ଭିଡ଼ ନିୟନ୍ତ୍ରଣ ଉପରେ ନଜର ରଖାଯାଉଛି। ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ଶ୍ରାବଣ ତୃତୀୟ ସୋମବାର ପାଳନ କରୁଛନ୍ତି ଶିବଭକ୍ତ।