Google Pixel 11 ସିରିଜ୍ ସହ କମ୍ପାନୀ ଲଞ୍ଚ କଲା ନୂଆ ସ୍ମାର୍ଟୱାଚ୍ Pixel Watch 5 ଲଞ୍ଚ

Google Pixel 11 ସିରିଜ୍ ସହ କମ୍ପାନୀ ନୂଆ ସ୍ମାର୍ଟୱାଚ୍ Pixel Watch 5 ମଧ୍ୟ ଲଞ୍ଚ କରିଛି । ଏହି ସ୍ମାର୍ଟୱାଚକୁ ୪୧ ମିଲିମିଟର ଏବଂ ୪୫ ମିଲିମିଟର- ଦୁଇଟି ଡାଏଲ୍ ସାଇଜରେ ଆଣାଯାଇଛି । ଏଥିରେ ଅନେକ ହେଲ୍ଥ ଫିଚର୍ ସହ AI ବେସ୍ଡ Google Gemini ସୁବିଧା ମଧ୍ୟ ମିଳିବ।

ଫିଚର୍ସ:
ଉଭୟ ମଡେଲରେ Always-On Display ସୁବିଧା ରହିଛି । ଏଥିରେ Actua 360 AMOLED LTPO ଡିସପ୍ଲେ ଦିଆଯାଇଛି, ଯାହା ୩ ହଜାର ନିଟ୍ସ ପର୍ଯ୍ୟନ୍ତ ବ୍ରାଇଟନେସ୍ ଦେଇପାରିବ । ସ୍କ୍ରିନ୍କୁ 3D Corning Gorilla Glass 5ର ସୁରକ୍ଷା ଦିଆଯାଇଛି। ଏହି ସ୍ମାର୍ଟୱାଚ୍ 5ATM ଏବଂ IP68 ରେଟିଂ ସହ ଆସିଛି । ତେଣୁ ଏହାକୁ ପିନ୍ଧି ସୁଇମିଂ ମଧ୍ୟ କରିପାରିବେ । ୪୧ ମିଲିମିଟର ମଡେଲରେ ୩୩୨mAh ବ୍ୟାଟେରୀ ଏବଂ ୪୫ ମିଲିମିଟର ମଡେଲରେ ୪୬୫mAh ବ୍ୟାଟେରୀ ଦିଆଯାଇଛି ।

ପ୍ରୋସେସିଂ ପାଇଁ ଏଥିରେ Qualcomm Snapdragon W5 Gen 2 ଚିପ୍ସେଟ୍ ରହିଛି । ଏହା ସହ ୬୪GB ଷ୍ଟୋରେଜ୍ ମିଳିବ। ନୂଆ Wear OS 7 ଅପରେଟିଂ ସିଷ୍ଟମ୍ ସହ ଏହି ସ୍ମାର୍ଟୱାଚ୍ ଆସିଛି । ହେଲ୍ଥ ଟ୍ରାକିଂ ପାଇଁ ମଧ୍ୟ Pixel Watch 5ରେ ଅନେକ ସୁବିଧା ରହିଛି । ଏଥିରେ ୫୦ରୁ ଅଧିକ ପ୍ରକାରର ଏକ୍ସରସାଇଜ୍, ସ୍ଲିପ୍ ଟ୍ରାକିଂ, Workout Builder ଏବଂ Google Health Coach ଭଳି ଫିଚର୍ ରହିଛି । ଏହା ସହ SpO2, ECG ଏବଂ ହାର୍ଟ ରେଟ୍ ମନିଟରିଂ ଭଳି ସୁବିଧା ମଧ୍ୟ ମିଳିବ ।

କନେକ୍ଟିଭିଟି ପାଇଁ ଏଥିରେ Wi-Fi 6, NFC ଏବଂ Bluetooth 6.0 ଭଳି ଫିଚର୍ ଦିଆଯାଇଛି । ମୋଟାମୋଟି ଭାବେ, ହେଲ୍ଥ୍ ଟ୍ରାକିଂ, AI ଫିଚର୍ ଏବଂ ଉନ୍ନତ ଡିସପ୍ଲେ ସହ Pixel Watch 5କୁ Googleର ଏକ ନୂଆ ପ୍ରିମିୟମ୍ ସ୍ମାର୍ଟୱାଚ୍ ଭାବେ ଲଞ୍ଚ କରାଯାଇଛି ।

ପ୍ରାଇସ୍:
Pixel Watch 5ର ୪୧ ମିଲିମିଟର ମଡେଲର ଦାମ ରହିଛି- ୪୨ ହଜାର ୯୦୦ ଟଙ୍କା । ସେହିପରି ୪୫ ମିଲିମିଟର ମଡେଲର ଦାମ ୪୫ ହଜାର ୯୦୦ ଟଙ୍କା । ଗତବର୍ଷ ଲଞ୍ଚ ହୋଇଥିବା Pixel Watch 4ର ପ୍ରାରମ୍ଭିକ ଦାମ ୩୯ ହଜାର ୯୦୦ ଟଙ୍କା ଥିଲା । ନୂଆ Pixel Watch 5କୁ Obsidian, Fog, Olive ଏବଂ Canyon ଏହି ଚାରିଟି କଲରରେ ଲଞ୍ଚ କରାଯାଇଛି । ୪୧ ମିଲିମିଟର ମଡେଲର ଓଜନ ପ୍ରାୟ ୩୧ ଗ୍ରାମ ହୋଇଥିବାବେଳେ ୪୫ ମିଲିମିଟର ମଡେଲର ଓଜନ ପ୍ରାୟ ୩୬.୭ ଗ୍ରାମ ରହିଛି । ଏଥିସହ ଯଦି ଆପଣ ଏକ ଷ୍ଟାଇଲିସ୍ ସ୍ମାର୍ଟୱାଚ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ୱାଚଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Leave a comment