ଭାରତ -ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ,ଭାରତ ୯ ୱିକେଟ୍ ହରାଇ ୪୬୦ ରନ୍ ସଂଗ୍ରହ କରିଛି

ଗାଲେରେ ଚାଲିଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ୍ ହରାଇ ୪୬୦ ରନ୍ ସଂଗ୍ରହ କରିଛି। ବର୍ଷା ପ୍ରଭାବିତ ଏହି ଦିନରେ ପିଚର ସ୍ଥିତି ବୋଲରଙ୍କ ପାଇଁ ଅଧିକ ଅନୁକୂଳ ଥିଲେ ମଧ୍ୟ ଭାରତୀୟ ଦଳ ଏକ ମଜଭୁତ ସ୍ଥିତିରେ ପହଞ୍ଚିପାରିଛି।

ଆହତ ସାଇ ସୁଦର୍ଶନଙ୍କ ସ୍ଥାନରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କର୍ଣ୍ଣାଟକର ବ୍ୟାଟର ପାଡ୍ଡିକଲ ପ୍ରଥମ ଦିନରେ ଅପରାଜିତ ୧୩୧ ରନ୍ କରିଥିଲେ। ଦ୍ୱିତୀୟ ଦିନରେ ସେ ନିଜର ଦମଦାର ବ୍ୟାଟିଂ ଜାରି ରଖି ୧୬୭ ରନ୍‌ର ଏକ ଦମଦାର ପାଳି ଖେଳିଛନ୍ତି।

ସେପଟେ ଚାପପୂର୍ଣ୍ଣ ସ୍ଥିତିରେ ଧ୍ରୁବ ଜୁରେଲ ୫୧ ରନ୍‌ର ଏକ ମୂଲ୍ୟବାନ ପାଳି ଖେଳିଛନ୍ତି। ମାନବ ସୁତାରଙ୍କ ସହ ମିଶି ସେ ସପ୍ତମ ୱିକେଟ୍ ପାଇଁ ୫୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଛନ୍ତି । ସେମାନଙ୍କ ବ୍ୟତୀତ କେ.ଏଲ୍. ରାହୁଲ (୮୨ ରନ୍) ଏବଂ ରିଷଭ ପନ୍ତ (୩୯ ରନ୍) ଆଜି ନିରାଶ କରିଛନ୍ତି। ପ୍ରଥମ ଦିନରେ ୭୭ ରନ୍ କରି Cramps ଯୋଗୁଁ ରିଟାର୍ଡ ହର୍ଟ ହୋଇଥିବା ରାହୁଲ ଆଜି ମାତ୍ର ୫ ରନ୍ ଯୋଡ଼ିପାରିଛନ୍ତି । ପନ୍ତ ମଧ୍ୟ ଗତକାଲିର ସ୍କୋରରେ ମାତ୍ର ୧୨ ରନ୍ ଯୋଡ଼ି ଆଉଟ୍ ହୋଇଛନ୍ତି ।

ଶ୍ରୀଲଙ୍କା ପକ୍ଷରୁ ପ୍ରଭାତ ଜୟସୂର୍ଯ୍ୟା ଏବଂ କେଶରା ନୁୱାନଥା ମିଳିତ ଭାବରେ ୭ଟି ୱିକେଟ୍ ହାସଲ କରି ଭାରତୀୟ ମିଡିଲ ଅର୍ଡରକୁ ଝଟକା ଦେଇଥିଲେ। ପ୍ରଥମ ଦିନରେ ଓପନର ଯଶସ୍ୱୀ ଜୟସ୍ବାଲ(୩୨ ରନ୍) ରନ୍ ଆଉଟ୍ ହେବା ପରେ ପାଡିକ୍କଲ ଏବଂ ରାହୁଲ ଦ୍ୱିତୀୟ ୱିକେଟ୍ ପାଇଁ ୧୫୦ ରନ୍‌ର ଭାଗିଦାରୀ କରି ଭାରତକୁ ପ୍ରଥମ ଦିନ ଶେଷ ସୁଦ୍ଧା ୨୮୮/୨ ସ୍କୋରରେ ପହଞ୍ଚାଇଥିଲେ। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୪୬୦ ରନ୍‌ର ବିଶାଳ ସ୍କୋର ଛିଡ଼ା କରି ସ୍ଥିତି ମଜଭୁତ କରିଛି।

Leave a comment