Robot Phone ଲଞ୍ଚ କଲା Honor ,୨୦୦MP କ୍ୟାମେରା ସହିତ ବଡ଼ ବ୍ୟାଟେରୀ ଏବଂ ଅନେକ ପାଓ୍ବାରଫୁଲ ଫିଚର୍ସ ସାମିଲ
Honor ଶେଷରେ Robot Phone ଲଞ୍ଚ କରିଛି । ଚୀନ୍ କମ୍ପାନୀ ଏହି ୟୁନିକ୍ ଡିଜାଇନ୍ ଫୋନକୁ ମାର୍ଚ୍ଚ ମାସରେ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସରେ ପ୍ରଦର୍ଶନ କରିଥିଲା । ଏହି ଫୋନରେ ୨୦୦MP କ୍ୟାମେରା ସହିତ ବଡ଼ ବ୍ୟାଟେରୀ ଏବଂ ଅନେକ ପାଓ୍ବାରଫୁଲ ଫିଚର୍ସ ସାମିଲ ରହିଛି ।
ଫିଚର୍ସ:
Honorର ଏହି Robot Phone ୬.୩୧ ଇଞ୍ଚର OLED ଡିସପ୍ଲେ ପ୍ୟାନେଲ ସହିତ ଆସିଛି । ଯାହା ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ସେହିପରି ପିକ୍ ବ୍ରାଇଟନେସ ୬୮୦୦ Nits ପର୍ଯ୍ୟନ୍ତ ରହିଛି । ଏହି ଫୋନର ଡିସପ୍ଲେ HDR ଫିଚର୍ସକୁ ସପୋର୍ଟ କରିଥାଏ । ଏହା Qualacomm Snapdragon 8 Elite Gen 5ପ୍ରୋସେସରରେ କାମ କରିଥାଏ । ଏଥିସହ ଏଥିରେ ୧୬ GB RAM ଏବଂ 1TB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ ଭଳି ସୁବିଧା ରହିଛି । ଏହା Android 16 ଉପରେ ବେସ୍ଡ । ଯାହା MagicOS 10ରେ କାମ କରିଥାଏ ।
ଏହି ଫୋନର ବିଶେଷତା ହେଉଛି ଏହାର କ୍ୟାମେରା । ଏହାର ଟପରେ ରୋବଟିକ୍ ଗିମ୍ବଲ କ୍ୟାମେରା ମାଉଣ୍ଟ ରହିଛି । ଯାହା ଥ୍ରୀ-ଏକ୍ସିସ୍ ମେକାନିକାଲ ଗିମ୍ବଲ ସିଷ୍ଟମର ରହିଛି । ଏହି କ୍ୟାମେରା ଘୂରି ଘୂରି ସେଲ୍ଫି ଭିଡିଓ କ୍ୟାପଚର କରିବାରେ ସକ୍ଷମ ହୋଇଛି । ଏହାର ବ୍ୟାକରେ ଟ୍ରିପଲ୍ କ୍ୟାମେରାର ସେଟଅପ୍ ରହିଛି । ଯେଉଁଥିରେ ୨୦୦MPର ମେନ୍ CMOS ସେନ୍ସର ପ୍ରଦାନ କରାଯାଇଛି । ଏହି କ୍ୟାମେରାକୁ ମୋଶନ୍ ଭିଡିଓ ରେକଡିଂ ପାଇଁ ବ୍ୟବହାର କରାଯାଇପାରିବ ।
ଏହା ବ୍ୟତୀତ ଏଥିରେ ଏକ ୨୦୦MP ପେରିସ୍କୋପ୍ କ୍ୟାମେରା ରହିଛି । ଯାହା 200x ଡିଜିଟାଲ୍ ଜୁମ୍ ସପୋର୍ଟ କରିଥାଏ । ଏଥିରେ ୫୦MP ଅଲ୍ଟ୍ରା-ୱାଇଡ୍-ଏଙ୍ଗଲ୍ କ୍ୟାମେରା ମଧ୍ୟ ରହିଛି । ୫୦MPର ଏକ ସେଲ୍ଫି କ୍ୟାମେରା ମଧ୍ୟ ଉପଲବ୍ଧ। ସମସ୍ତ କ୍ୟାମେରାରେ 4K ଭିଡିଓ ରେକର୍ଡ କରାଯାଇପାରିବ । ଏହି ଫୋନର ଉପର ପ୍ୟାନେଲରେ ଏକ ରୋବୋଟିକ୍ ଗିମ୍ବାଲ୍ କ୍ୟାମେରା ମାଉଣ୍ଟ ରହିଛି ।
ଏହି ଫୋନଟି AI ଫିଚର୍ସ ସହିତ ସଜ୍ଜିତ । କନେକ୍ଟିଭିଟି ପାଇଁ ଏଥିରେ 5G, ବ୍ଲୁଟୁଥ୍ 6, WiFi 7, NFC, ଏବଂ USB Type-C ସାମିଲ ରହିଛି । ଏଥିରେ 7060mAh ବ୍ୟାଟେରୀ ପ୍ୟାକ୍ ସହିତ 3D ଅଲ୍ଟ୍ରାସୋନିକ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ସୁବିଧା ରହିଛି । ଯାହା 120W ୱେୟାର୍ଡ ଏବଂ 50W ୱେୟାରଲେସ୍ ଚାର୍ଜିଂ ପ୍ରଦାନ କରିଥାଏ ।
ପ୍ରାଇସ୍:
Honorର ଏହି Robot Phone ଚୀନରେ ଲଞ୍ଚ ହୋଇଛି । ଯାହାର ପ୍ରାରମ୍ଭିକ ମୂଲ୍ୟ ୯,୯୯୯ ଟଙ୍କା ରହିଛି । ଏହା ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ୧୨GB RAM + ୫୧୨GB ଷ୍ଟୋରେଜ ଭାରିଆଣ୍ଟ ଫୋନର ପ୍ରାଇସ୍ ୯,୯୯୯ଟଙ୍କା ଥିବାବେଳେ ୧୬ GB RAM + 1TB ଷ୍ଟୋରେଜ ଭାରିଆଣ୍ଟ ଫୋନର ମୂଲ୍ୟ ୧୨,୯୯୯ ଟଙ୍କା ରହିଛି । ଏହି ଫୋନ୍ ମୁନ୍ ସାଡୋ ଗ୍ରେ ଏବଂ ଷ୍ଟାର ଟ୍ରେଲ୍ ସିଲଭର କଲରରେ ଉପଲବ୍ଧ ।