ସକାଳୁ ସକାଳୁ ଭୂକମ୍ପରେ ଥରିଲା ଲେହ-ଲଦାଖ, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ

ସକାଳୁ ସକାଳୁ ଭୂକମ୍ପରେ ଥରିଲା ଲେହ-ଲଦାଖ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଗୁରୁବାର ସକାଳ ୬.୦୫ ରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ କରାଯାଇଥିଲା। ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ସୂଚନାଯୋଗ୍ୟ ଯେ ପରବର୍ତ୍ତୀ ସମୟରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିଲୋମିଟର ତଳେ ଥିଲା। ଏହି ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା। ତଥାପି, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ସ୍ଥାନୀୟ ପ୍ରଶାସନ ଏବଂ ସମ୍ବନ୍ଧିତ ସଂସ୍ଥାଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି।ଲୋକମାନେ ଶୋଇଥିବା ସମୟରେ ଭୂକମ୍ପ ହୋଇଥିଲା।

ହଠାତ୍ ଏହି ଝଟକା ସେମାନଙ୍କୁ ଏତେ ଭୟଭୀତ କରିଥିଲା ଯେ ସେମାନେ ଘରୁ ବାହାରକୁ ବାହାରି ରାସ୍ତାକୁ ଧାଇଁ ଆସିଥିଲେ। ଲୋକମାନେ ସୂଚନା ଦେଇଛନ୍ତି ଯେ ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସେମାନେ ଶୋଇଥିବା ସମୟରେ ମଧ୍ୟ ସମଗ୍ର ଘର ଥରି ଉଠିବା ଅନୁଭବ କରିଥିଲେ। ଏହି ଭୟ ଆତଙ୍କ ସୃଷ୍ଟି କରିଥିଲା ଏବଂ ଲୋକମାନେ ଆତଙ୍କିତ ହୋଇଥିଲେ।

Leave a comment