ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ,ଲୋୟର ପିଏମଜିର ଗାନ୍ଧୀ ମାର୍ଗରେ ୫୧ଟି କଣ୍ଟିଜେଣ୍ଟର ଫୁଲ ଡ୍ରେସ ରିହରସଲ
ଦିନକ ପରେ ଦେଶ ପାଳିବ ୮୦ତମ ସ୍ବାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଲୋୟର ପିଏମଜିର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହରସଲ । ୫୧ଟି କଣ୍ଟିଜେଣ୍ଟ ସାମିଲ୍ । ଯେଉଁଥିରେ ପୋଲିସ ଓ ସମର ବାହିନି ର ୧୯ଟି କଣ୍ଟି ଜେଣ୍ଟ ରହିଛନ୍ତି । ସେହିପରି ବିଭିନ୍ନ ସ୍କୁଲ ଓ କଲେଜର ୨୫ଟି କଣ୍ଟିଜେଣ୍ଟ ସାମିଲ ହେଉଛନ୍ତି । ପ୍ରଥମ ଥର ଚଳିତ ବର୍ଷ ବନ୍ଦେ ମାତରମ ଦୁଇ ଥର ସହ ରାଷ୍ଟ୍ରିୟ ସଂଗିତ ମଧ୍ୟ ଦୁଇଥର ପରିବେଷଣ ହେବ । ସୁରକ୍ଷା ଦୃଷ୍ଟିରୁ ପରେଡ୍ ଗ୍ରାଉଣ୍ଡକୁ କଡା ସୁରକ୍ଷା ବଳୟରେ ରଖାଯାଇଛି । ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ କୁ ମଧ୍ୟ ନିୟୋଜିତ କରାଯାଇଛି। କଡ଼ା ନଜରରେ ରହିବ ଗାନ୍ଧି ମାର୍ଗ । ଭିଆଇପି ଓ ଭିଭିଆଇପି ଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବଳୟ ଭିତରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ପରେଡ୍ ପ୍ରସ୍ତୁତିର ସମୀକ୍ଷା ପାଇଁ ନିଜେ ଡିଜିପି ଉପସ୍ଥିତ ରହିବେ । ପରେଡକୁ ନିଖୁଣ ଓ ଆକର୍ଷଣୀୟ କରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥର ପରେଡ୍ ର ଆକର୍ଷଣ ବଢ଼ାଇବ ଛତିଶଗଡ଼ ପୋଲିସର ଏକ ଟିମ୍ । ସୁରକ୍ଷା ଦୃଷ୍ଟିରୁ ଗାନ୍ଧୀ ମାର୍ଗରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ସିଲ୍ କରାଯାଇଥିବା ବେଳେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରହିଛି । .