ମୋବାଇଲ ନେଲା ୧୬ ବର୍ଷ ବାଳକ ଜୀବନ , ମୋବାଇଲକୁ ଚାର୍ଜରେ ଲଗାଇ ଇୟରଫୋନ୍ ଲଗାଇବା ହେଲା କାଳ

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋସନ୍ଦି ପଞ୍ଚାୟତ ଡାରେଙ୍ଗବା ଗାଁରେ ଅଘଟଣ । ବଜ୍ରପାତରେ ଚାଲିଗଲା ଜଣେ ୧୬ ବର୍ଷ ବାଳକର ଜୀବନ । ମୃତ ବାଳକ ଡାରେଙ୍ଗବା ଗାଁର ଜଗନ୍ନାଥ ଶିଶାଙ୍କ ପୁଅ ଭାଗୀରଥି ଶିଶା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବୁଧବାର ସଂଧ୍ୟା ସମୟରେ ନନ୍ଦପୁର ଅଞ୍ଚଳଳରେ ପ୍ରବଳ ପବନ ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା । ଏହି ସମୟରେ ଭାଗୀରଥି ମୋବାଇଲକୁ ଚାର୍ଜରେ ଲଗାଇ ଇୟରଫୋନ୍ ଲଗାଇ କିଛି ଶୁଣୁଥିଲେ । ଠିକ୍ ଏହି ସମୟରେ ବଜ୍ରପାତ ହୋଇଥିଲା । ଯେଉଁଥିରେ ସେ ଅଚେତ ହୋଇପଡିଥିଲେ । ପରିବାର ଲୋକେ ତୁରନ୍ତ ଭାଗୀରଥିଙ୍କୁ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ମେଡିକାଲରେ ଡାକ୍ତର ଭାଗୀରଥିଙ୍କୁ ମୃତ ଘୋଷଣା କରିଥିଲେ ।ସେପଟେ ଏହି ଦୁଃଖଦ ଖବର ପାଇବା ପରେ ପରିବାରରେ ଖେଳିଯାଇଛି ଶୋକର ଛାୟା । ପରିବାର ଏବଂ ଗ୍ରାମବାସୀମାନେ ମେଡିକାଲରେ ଏକାଠି ହୋଇଛନ୍ତି । ପୁରା ମେଡିକାଲରେ ଶୋକର ମାହୋଲ ଦେଖାଦେଇଛି ।

Leave a comment