ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କଲା ଦେଶୀ ବ୍ରାଣ୍ଡ୍ Lava,ଫୋନରେ ରହିଛି ୫,୦୦୦ mAh ର ବଡ଼ ବ୍ୟାଟେରୀ
Lava ପକ୍ଷରୁ ଭାରତୀୟ ବଜାରରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ଦେଶୀ ବ୍ରାଣ୍ଡ୍ Lava ର ଏହି ନୂଆ ସ୍ମାର୍ଟଫୋନଟି ବିଶେଷ କରି ବଜେଟ୍ ଫ୍ରେଣ୍ଡଲି ୟୁଜର୍ସଙ୍କୁ ଧ୍ୟାନରେ ରଖି ବଜାରକୁ ଆଣାଯାଇଛି । ଫୋନରେ ରହିଛି ୫,୦୦୦ mAh ର ବଡ଼ ବ୍ୟାଟେରୀ । ଏହା ସହିତ ମିଳୁଛି ମିଲିଟାରୀ ଗ୍ରେଡ୍ MIL-STD-810H ଡ୍ୟୁରେବିଲିଟି ।
ଫିଚର୍ସ:
ଆମେ ଯେଉଁ ସ୍ମାର୍ଟଫେନ୍ ବିଷୟରେ କହୁଛୁ ତା ନାଁ ହେଉଛି- Lava Smart 4 । Lava ଏହି ସିରିଜରେ ପୂର୍ବରୁ Smart 4 Plus ସ୍ମାର୍ଟଫୋନ୍ ଲଞ୍ଚ କରିସାରିଛି । ନୂଆ ଫୋନରେ ୬.୫୬ ଇଞ୍ଚର qHD ଡିସପ୍ଲେ ଦିଆଯାଇଛି । ଏଥିରେ LCD ପ୍ୟାନେଲ୍ ବ୍ୟବହାର କରାଯାଇଛି । ପରଫର୍ମାନ୍ସ ପାଇଁ ଫୋନରେ UNISOC SC9863A ଚିପସେଟ୍ ରହିଛି । ଫୋନଟି ୩ GB RAM ଏବଂ ୩୨ GB ଇଣ୍ଟରନାଲ୍ ଷ୍ଟୋରେଜ୍ ସହିତ ଆସୁଛି । ଏହାର RAM କୁ ଭର୍ଚୁଆଲ୍ ଭାବେ ଆଉ ୩ GB ପର୍ଯ୍ୟନ୍ତ ବଢ଼ାଯାଇପାରିବ । ସେହିପରି ମାଇକ୍ରୋଏସ୍ଡି କାର୍ଡ ମାଧ୍ୟମରେ ଫୋନର ଷ୍ଟୋରେଜକୁ ମଧ୍ୟ ଏକ୍ସପାଣ୍ଡ କରିହେବ ।
ବ୍ୟାଟେରୀ କ୍ଷମତା ଦେଖିଲେ, ଏଥିରେ ୫,୦୦୦ mAh ର ବ୍ୟାଟେରୀ ଦିଆଯାଇଛି । ଏହା ସହିତ ୧୦ ୱାଟର ୱାୟାର୍ଡ ଚାର୍ଜିଂ ସପୋର୍ଟ ମିଳୁଛି । କ୍ୟାମେରା ବିଭାଗରେ ଫୋନର ବ୍ୟାକରେ ୮ ମେଗାପିକ୍ସେଲର ରିୟର୍ କ୍ୟାମେରା ଏବଂ ସେଲଫି ପାଇଁ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । କନେକ୍ଟିଭିଟି ପାଇଁ ଫୋନରେ ଡୁଆଲ୍ 4G ସିମ୍ ସପୋର୍ଟ ରହିଛି । ଏହା ସହିତ USB Type-C ପୋର୍ଟ ମଧ୍ୟ ଦିଆଯାଇଛି । ଫୋନରେ କନଫରେନ୍ସ କଲିଂ ଏବଂ କଲ୍ ରେକର୍ଡିଂ ଭଳି ସୁବିଧା ମଧ୍ୟ ମିଳିବ ।
ସଫ୍ଟୱେର୍ କଥା କହିଲେ, ଏହି ସ୍ମାର୍ଟଫୋନ୍ Android 16 Go ଅପରେଟିଂ ସିଷ୍ଟମରେ ଚାଲୁଛି । କମ୍ପାନୀ ପକ୍ଷରୁ ଫୋନକୁ ଦୁଇ ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଅପଡେଟ୍ ଦେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଫୋନର ଆଉ ଏକ ବିଶେଷ ଫିଚର୍ ହେଉଛି MIL-STD-810H ମିଲିଟାରୀ ଗ୍ରେଡ୍ ଡ୍ୟୁରେବିଲିଟି । ଏହା ସହିତ ଲାଭା ନିଜ ଫୋନ୍ ପାଇଁ ଘରେ ମାଗଣା ସର୍ଭିସିଂର ସୁବିଧା ମଧ୍ୟ ପ୍ରଦାନ କରୁଛି ।
ପ୍ରାଇସ୍:
ଏହା ପୂର୍ବରୁ ଲାଭା ଭାରତରେ Virat V1 ସିରିଜ୍ ଲଞ୍ଚ କରିଥିଲା । ଏହି ସିରିଜରେ କମ୍ପାନୀ ଗୋଟିଏ 4G ଏବଂ ଗୋଟିଏ 5G ମଡେଲ୍ ବଜାରକୁ ଆଣିଛି । Virat V1 ସିରିଜର ଆରମ୍ଭିକ ଦାମ୍ ୮,୯୯୯ ଟଙ୍କା ରହିଛି । ସିରିଜ୍ର ଉଭୟ ଫୋନ୍ 4GB RAM ଏବଂ ୬୪ GB ଷ୍ଟୋରେଜ୍ ସହିତ ଆସୁଛି । ଏଥିରେ ୬,୦୦୦ mAh ପର୍ଯ୍ୟନ୍ତ ବ୍ୟାଟେରୀ ଏବଂ ୧୩ ମେଗାପିକ୍ସେଲ୍ AI କ୍ୟାମେରା ଭଳି ଫିଚର୍ ଦିଆଯାଇଛି । ଉଭୟ ଫୋନ୍ Android 16 ଅପରେଟିଂ ସିଷ୍ଟମରେ ଚାଲୁଛି ।
ଏବେ ଲାଭାର ଏହି ନୂଆ ଫୋନଟି କେବଳ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ ହୋଇଛି, ଯାହା ହେଉଛି- ୩ GB RAM ଏବଂ ୩୨ GB ଷ୍ଟୋରେଜ୍ ଥିବା ଏହି ମଡେଲର ଦାମ୍ ୮,୪୯୯ ଟଙ୍କା ରଖାଯାଇଛି ।
ଏହି ଫୋନକୁ ଦୁଇଟି କଲର୍ ଅପ୍ସନରେ ଘରକୁ ଆଣିପାରିବେ ଯାହା ହେଉଛି- କୋଣାର୍କ ଗୋଲ୍ଡ ଏବଂ ଅଜନ୍ତା ଗ୍ରେରେ କଲର । ଗ୍ରାହକମାନେ ଏହାକୁ ଇ-କମର୍ସ ୱେବସାଇଟ୍ ସହିତ ବିଭିନ୍ନ ରିଟେଲ୍ ଷ୍ଟୋର୍ରୁ ମଧ୍ୟ କିଣିପାରିବେ । ଯଦି ଆପଣ ମଧ୍ୟ ଏହିପରି ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣମାନଙ୍କ ପାଇଁ ଏହି ଫୋନଟି ବେଷ୍ଟ ଅପ୍ସନ ହୋଇପାରିବ ।