ସେଲିବ୍ରିଟିଙ୍କୁ କିସ୍ କଲେ ଫ୍ୟାନ,ଭିଡିଓ ହେଲା ଭାଇରାଲ
ସେଲିବ୍ରିଟିଙ୍କୁ କିସ୍ କଲେ ଫ୍ୟାନ । ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ । ନିଜେ ଅଭିନେତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଅଭିନେତ୍ରୀ ନିକିତା ରାଓ୍ୱାଲଙ୍କ ସହ କିଛି ଏମିତି ଘଟିଛି ଏକ କାର୍ଯ୍ୟକ୍ରମରେ । ରେଡ୍ କାର୍ପେଟରେ ସେ ଆସୁଥିବା ବେଳେ ଜଣେ ଫ୍ୟାନ୍ସ ହଠାତ ତାଙ୍କୁ ଚୁମ୍ବନ ଦେଇଛନ୍ତି । ଯାହାର ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ନିକିତାଙ୍କୁ ପ୍ରଥମେ ପାପାରାଜି ଘେରି ଯାଇଛନ୍ତି । ଫଟୋ ପୋଜ୍ ଦେବାକୁ କହୁଛନ୍ତି । ନିକିତା ମଧ୍ୟ ସେମାନଙ୍କ କଥା ଶୁଣି ଫଟୋ ପୋଜ୍ ଦେଉଛନ୍ତି । ଏହି ସମୟରେ ଜଣେ ମହିଳା ଫ୍ୟାନ୍ସ ତାଙ୍କ ପାଖକୁ ଆସୁଛନ୍ତି ।ଏହାସହ ସେଲଫି ପାଇଁ କହୁଛନ୍ତି । ନିକିତା ଏଥିରେ ସହମତି ପ୍ରକାଶ କରୁଛନ୍ତି । ହେଲେ ଏତିକି ବେଳେ ଏକ ଅଜବ ଘଟଣା ଘଟିଯାଉଛି ।ହଠାତ ମହିଳା ଫ୍ୟାନ୍ସଜଣଙ୍କ ନିକିତାଙ୍କୁ ଧରି ଚୁମ୍ବନ ଦେଉଛନ୍ତି । ତାଙ୍କ ଓଠକୁ ସେ କିଛି ସେକେଣ୍ଡ ଯାଏଁ ଜୋର ଜବରଦସ୍ତି ଚୁମ୍ବନ ଦେଉଛନ୍ତି । ଏହାପରେ ଗାଲକୁ ମଧ୍ୟ ଚୁମ୍ବନ ଦେଉଛନ୍ତି । ଏହା ଦେଖିବା ପରେ ସେଠାରେ ଉପସ୍ଥିତ ସମସ୍ତଙ୍କ ହୋସ୍ ଉଡିଯାଇଥିଲା । ତେବେ ଏହି ସବୁ ଘଟଣା ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଛି । ଏତେ ସବୁ ପରେ ବି ଫ୍ୟାନ୍ସ ଜଣଙ୍କ ନିକିତାଙ୍କୁ ଛାଡୁ ନାହାଁନ୍ତି । ଅନ୍ୟ ଦିଗରେ ଅଭିନେତ୍ରୀ ନିଜକୁ ଅସହଜ ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ମହିଳା ଫ୍ୟାନ୍ସ ତାଙ୍କ ହାତ ଛାଡିବା ପୂର୍ବରୁ ଆଉ ଥରେ କିସ୍ କରୁଛନ୍ତି । ତେବେ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନାଯୋଗ୍ୟ, ନିକିତା ଅନେକ ବଲିଉଡ୍ ଏବଂ ସାଉଥ୍ ମୁଭିରେ ଅଭିନୟ କରିଛନ୍ତି । ବଲିଉଡରେ ସେ ବ୍ଲାକ୍ ହ୍ୱାଇଟ୍, ମିଷ୍ଟର୍ ହଟ୍ ମିଷ୍ଟର୍ କୁଲ୍, ଦି ହିରୋ ଅଭିମନ୍ୟୁ, ଅମ୍ମା କି ବୋଲି ଭଳି ଫିଲ୍ମରେ ନଜର ଆସିଛନ୍ତି । ୨୦୧୨ରେ ସେ ତେଲୁଗୁ ମୁଭିରେ ଡେବ୍ୟୁ କରିଥିଲେ । ବିକ୍ରମ ରୟଙ୍କ ସହ ସେ ନଜର ଆସିଥିଲେ ।