ତିନି ଦଶନ୍ଧି ପରେ ଭାଙ୍ଗିଲା ବିଜେପି ଗଡ଼, ବିହାର ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ପ୍ରଶାନ୍ତ କିଶୋର
ବିହାର ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ପ୍ରଶାନ୍ତ କିଶୋର । ବାଙ୍କୀପୁରରୁ ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ବିଜୟ ପାଇଛନ୍ତି । ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ହରାଇଛନ୍ତି ପ୍ରଶାନ୍ତ କିଶୋର । ୧୮୯୫୧ ଭୋଟରେ ବିଜୟୀ ହୋଇଛନ୍ତି ପ୍ରଶାନ୍ତ । ଏହି ଆସନଟି ଗତ ତିନି ଦଶନ୍ଧି ଧରି ବିଜେପିର ଦୃଢ଼ ଗଡ଼ ଭାବେ ଗଣାଯାଉଥିଲା । ପୂର୍ବତନ ବିଧାୟକ ନିତୀନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏହି ସିଟ୍ ଖାଲି ପଡ଼ିଥିଲା ।
ବିଜେପିର ଦୁର୍ଗ ଭାବେ ପରିଚିତ ବାଙ୍କୀପୁର ଆସନ ପୂର୍ବତନ ବିଧାୟକ ନିତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଖାଲି ପଡ଼ିଥିଲା । ଏଠାରେ ପ୍ରଶାନ୍ତଙ୍କ ସହ ବିଜେପିର ନୀରଜ କୁମାର ସିହ୍ନା ଓ ଆରଜେଡିର ରେଖା କୁମାରୀ ଗୁପ୍ତାଙ୍କ ମଧ୍ୟରେ ଲଢ଼େଇ କରୁଥିଲେ । ମୋଟ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଗତ ଜୁଲାଇ ୩୦ ତାରିଖରେ ଏହି ଆସନ ପାଇଁ ମତଦାନ ହୋଇଥିବା ବେଳେ ଅଗଷ୍ଟ ୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଛି ।