ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର,ତିନି ମାସର ବିରତି ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା
ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ତିନି ମାସର ବିରତି ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି । ପୁଣିଥରେ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ଓ ବନ୍ୟଜନ୍ତୁଙ୍କୁ ନିକଟରୁ ଉପଭୋଗ କରିବାର ସୁଯୋଗ ପାଇବେ ପର୍ଯ୍ୟଟକ ।
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରଙ୍କ ସୁରକ୍ଷିତ ପ୍ରଜନନ ଓ ପରିବେଶର ସନ୍ତୁଳନ ରକ୍ଷା ପାଇଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି ରହିଥିଲା ।ତେଣୁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲାଯାଇଛି । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଆଜି ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆଗାମୀ ଦିନରେ ବିପୁଳ ସଂଖ୍ୟାରେ ପର୍ଯ୍ୟଟକ ଭିତରକନିକାକୁ ଆସିବେ ବୋଲି ବନ ବିଭାଗ ଆଶା କରୁଛି।