ଆସନ୍ତାକାଲିଠୁ କମିବ ବର୍ଷାର ପରିମାଣ,୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୫ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ
ବଦଳିଛି ପାଣିପଗ ମିଜାଜ , ଆସନ୍ତାକାଲିଠୁ ଆହୁରି କମିବ ବର୍ଷାର ପରିମାଣ । ଗଭୀର ଅବପାତ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ଛତିଶଗଡ଼ ସଂଲଗ୍ନ ବିଦର୍ଭା ଓ ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶରେ ସକ୍ରିୟ ରହିଛି। ଓଡିଶା ଉପରୁ ଲଘୁଚାପ ଅପସରି ଯାଇଥିବା ବେଳେ ଓଡ଼ିଶାରେ ଲଘୁଚାପର ପ୍ରଭାବ ଆଉ ନାହିଁ।
ତଥାପି ରାଜ୍ୟରେ କିଛି କିଛି ସ୍ଥାନରେ ହାକୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ବର୍ଷର ପ୍ରଭାବ ରହିବ। ୪ ଦିନ ପର୍ଯ୍ୟନ୍ତ ବଡ ବର୍ଷାର ସମ୍ଭାବନା ନଥିବା ବେଳେ ପୁଣି ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ୧୮ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଆସନ୍ତାକାଲି ବର୍ଷାର ପରିମାଣ ଆହରୁ କମିବା ସହ ରାଜ୍ୟର ୧୩ ଜିଲ୍ଲାକୁ ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଂ ଜାରି କରିଛି ବିଭାଗ। ଜୁଲାଇ ୧ ଯାଏ ବର୍ଷାର ପରିମାଣ କମ ରହିଵା ସହ ପୁଣି ୨ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୫ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ। ଗତ ୨୪ ଘଂଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅତି ପ୍ରବଳ ୮ଟି ସ୍ଥାନରେ ରେକର୍ଡ କରାଯାଇଛି।