ମା ହୋଇଛନ୍ତି ବଲିଉଡ ତଥା ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ କରିସ୍ମା ତନ୍ନା ,ଗୁରୁ ପୂର୍ଣ୍ଣିମାରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି

ବଲିଉଡ ତଥା ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ କରିସ୍ମା ତନ୍ନା ମା ହୋଇଛନ୍ତି । ଗୁରୁ ପୂର୍ଣ୍ଣିମାରେ କରିସ୍ମା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ମା ହେବା ନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଖୁସି ସେୟାର କରିଛନ୍ତି । ସେ ନୋଟ୍ ସେୟାର କରି ଲେଖିଛନ୍ତି, ଗୁରୁ ପୂର୍ଣ୍ଣିମା ପବିତ୍ର ଦିନରେ ଜନ୍ମ… ଆମର ସର୍ବୋତ୍ତମ ଆଶୀର୍ବାଦ ଆମ ସହିତ ରହିଛି । ୨୯ ଜୁଲାଇ, ୨୦୨୬ । ଆମ ଦୁନିଆକୁ ସ୍ୱାଗତ, କୁନି ଅତିଥି । କରିସ୍ମା ଏବଂ ବରୁଣ ।

କରିସ୍ମା ଚଳିତବର୍ଷ ଏପ୍ରିଲ ମାସରେ ଫ୍ୟାନ୍ସଙ୍କ ସହିତ ଗର୍ଭବତୀ ଖବର ଥିବା ନେଇ ଜଣାଇଥିଲେ । ସ୍ବାମୀ ବରୁଣ ବଙ୍ଗୋରା ସହିତ ମ୍ୟାଟରନିଟ୍ ଫଟୋଶୁଟ୍ କରିଥିଲେ । କୁନି ଅତିଥି ଆସିବା ପରେ ଅନେକ ପ୍ରଶଂସକ ଏବଂ ସେଲିବ୍ରିଟି ନୂତନ ପିତାମାତାଙ୍କ ଉପରେ ପ୍ରେମ ଏବଂ ଆଶୀର୍ବାଦ ଦେଇଛନ୍ତି । ଖୁସି କପୁର, ଅଞ୍ଜଳି ଆନନ୍ଦ, ସୋନାଲ ଚୌହାନ, ଅନୁଷ୍କା ରଞ୍ଜନ, ୱାମିକା ଗବ୍ବି ଏବଂ ଅନ୍ୟାନ୍ୟ ଅଭିନେତ୍ରୀମାନେ ଏହି ବିଶେଷ ଅବସରରେ କରିସ୍ମା ଏବଂ ବରୁଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କରିସ୍ମା ତନ୍ନା ଏବଂ ବରୁଣ ବାଙ୍ଗେରା ୫ ଫେବୃଆରୀ ୨୦୨୨ରେ ମୁମ୍ବାଇରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ । ଯେଉଁଥିରେ ନିକଟତର ବନ୍ଧୁ ଏବଂ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ । କରିସ୍ମା ୨୦୦୧ ମସିହାରେ ଟିଭି ଧାରାବାହିକ କ୍ୟୁଙ୍କି ଶାଶ୍ ଭି କଭି ବହୁ ଥି ସହିତ ଡେବ୍ୟୁ କରିଥିଲେ । ସେ ଶେଷ ଥର ପାଇଁ ହଂସଲ ମେହେଟାଙ୍କ ୱେବ୍ ସିରିଜ୍ ସ୍କୁପ୍ ରେ ନଜର ଆସିଥିଲେ । ବିବାହର ୪ ବର୍ଷ ପରେ ତାଙ୍କ ଜୀବନରେ ଖୁସି ଆସିଛି ।

Leave a comment