HMD ଏହାର ଶସ୍ତା AI ଫୋନ୍ ଲଞ୍ଚ କରିଛି,ଫୋନରେ ByteDance ର ବିଲ୍ଟ-ଇନ୍ AI ଆସିଷ୍ଟାଣ୍ଟ ରହିଛି

HMD ଏହାର ଶସ୍ତା AI ଫୋନ୍ ଲଞ୍ଚ କରିଛି । ଫୋନର ଲୁକ୍ ଏବଂ ଡିଜାଇନ୍ ନୋକିଆ ଲୁମିଆ ସହିତ ସମାନ । HMDର ଏହି କମ୍ପାକ୍ଟ ସ୍ମାର୍ଟଫୋନ୍ ବିଶେଷ ଭାବରେ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ଯେଉଁମାନେ ବେସିକ୍ ଫିଚର୍ସ ସହିତ AI ବ୍ୟବହାର କରିବାକୁ ଚାହାଁନ୍ତି । ଫୋନରେ ByteDance ର ବିଲ୍ଟ-ଇନ୍ AI ଆସିଷ୍ଟାଣ୍ଟ ରହିଛି । ଏହି HMD ସ୍ମାର୍ଟଫୋନ୍ ବର୍ତ୍ତମାନ ଚୀନ୍ ବଜାରରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ ।

ନିକଟରେ HMD ବିଶ୍ୱ ବଜାରରେ 5000mAh ବ୍ୟାଟେରୀ ବିଶିଷ୍ଟ ଏକ ଫୋନ୍ Arc 2 ଲଞ୍ଚ କରିଛି । ଚୀନରେ ଲଞ୍ଚ ହୋଇଥିବା ଏହି ଫୋନ୍ ଗୋଟିଏ ସିଙ୍ଗଲ୍ ସିୟାନ୍ କଲର ଅପ୍ସନରେ ଉପଲବ୍ଧ । ହେଲେ, ଏହାର ବ୍ୟାକ୍ ପ୍ୟାନେଲ୍କୁ ୟେଲୋ, ବ୍ଲୁ ଏବଂ ହ୍ବାଇଟ କଲରର ଏକ କଭର୍ ସହିତ ବଦଳାଯାଇପାରିବ, ଅର୍ଥାତ୍ ଫୋନଟି ଏକ ରିମୁଭେବଲ୍ ବ୍ୟାକ୍ ପ୍ୟାନେଲ୍ ସହିତ ଆସିଥାଏ । ଏହି ନୋକିଆ ଫୋନଟି ଗତ ବର୍ଷ ଭାରତରେ ଲଞ୍ଚ ହୋଇଥିବା HMD ଟଚ୍ 4G ଏବଂ ଏହାକୁ AI ଫିଚର୍ସ ସହିତ ଚୀନ୍ ବଜାରରେ ଉପସ୍ଥାପନ କରାଯାଇଛି ।

HMD Touch AI ରେ 3.2-ଇଞ୍ଚ ଟଚସ୍କ୍ରିନ୍ ଡିସପ୍ଲେ ପ୍ୟାନେଲ୍ ରହିଛି । ଏହି କମ୍ପାକ୍ଟ ଡିଜାଇନରେ 1,950mAh ବ୍ୟାଟେରୀ ରହିଛି ଏବଂ USB ଟାଇପ୍-C ଚାର୍ଜିଂକୁ ସପୋର୍ଟ କରେ । ଏହି ଫୋନରେ ଡୁଆଲ୍ 4G SIM କାର୍ଡ, WiFi ଏବଂ ଏକ ହଟସ୍ପଟ୍ ମଧ୍ୟ ଉପଲବ୍ଧ।

ଏହି ଫୋନରେ ByteDanceର ସ୍ପେଶାଲ Doubao AI ଫିଚର୍ସ ରହିଛି । ଏହା ଚାଇନିଜ୍ ଏବଂ ଇଂରାଜୀ ଭାଷା, ଟେକ୍ସଟ୍-ଟୁ-ଇମେଜ୍ ଜେନେରେସନ୍ ଏବଂ ଫଟୋରେ ଅବେଜେକ୍ଟ ଚିହ୍ନଟ ଭଳି ଫିଚର୍ସ ପ୍ରଦାନ କରେ । ଫୋନରେ ଏକ ଫିଜିକାଲ କଷ୍ଟମ୍ ବଟନ୍ ମଧ୍ୟ ଅଛି ଯାହାକୁ ଜରୁରୀକାଳୀନ SOS କଲ୍ ଭାବରେ ବ୍ୟବହାର କରାଯାଇପାରିବ।

ଏହି ଫୋନ୍ ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍, ଏକ ଡିଷ୍ଟ୍ରାକ୍ସନ୍-ଫ୍ରି ଇଣ୍ଟରଫେସ୍ ଏବଂ ଆଲିପେ ଭଳି ଫିଚର୍ସଗୁଡ଼ିକୁ ସପୋର୍ଟ କରେ । ଫୋନରେ 2MP ବ୍ୟାକ୍ କ୍ୟାମେରା ଅଛି । ଏଥିରେ ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ 2MP ଫ୍ରଣ୍ଟ କ୍ୟାମେରା ମଧ୍ୟ ଅଛି । ଏହି ଫୋନକୁ ଖାସ୍ ଭାବରେ ଏକ ଡିଜିଟାଲ୍ ଡିଟକ୍ସ ଡିଭାଇସ୍ ଭାବରେ ପରିଚିତ କରାଯାଇଛି।

Leave a comment