ତେହରାନ ଭିତରେ ପଶି ଆକ୍ରମଣ କରିବୁ, ଦେଶର ସବୁ ବିଦ୍ୟୁତ ପ୍ଲାଣ୍ଟକୁ ଉଡ଼ାଇ ଦେବୁ – ଟ୍ରମ୍ପ୍ ଙ୍କ ଇରାନକୁ କଡ଼ା ଚେତାବନୀ

ହୋର୍ମୋଜ୍ ପ୍ରଣାଳୀରେ ବାରମ୍ବାର ଜାହାଜ ଉପରେ ଆକ୍ରମଣ ହେବାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । କହିଛନ୍ତି, ହର୍ମୋଜରେ ଆଉ ହମଲା କରନାହିଁ । ନହେଲେ ତେହରାନ ଭିତରେ ପଶି ଆକ୍ରମଣ କରିବୁ। ଦେଶର ସବୁ ବିଦ୍ୟୁତ ପ୍ଲାଣ୍ଟକୁ ଉଡ଼ାଇ ଦେବୁ। ସେତୁଗୁଡ଼ିକୁ ବି ଧ୍ୱଂସ କରିଦେବୁ।

ଆମେରିକା ରାଷ୍ଟ୍ରପତି ଇରାନ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି । ଯୁଦ୍ଧରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ହେଉଥିବା ନେଇ ସାମ୍ବାଦିକମାନେ ପଚାରିବାରୁ ଟ୍ରମ୍ପ୍ କହିଲେ, ଦେଶର ଜନତା ଯୁଦ୍ଧକୁ ବିରୋଧ କରୁ ନାହାନ୍ତି । ଆମ ସୈନ୍ୟଙ୍କ ମୃତ୍ୟୁ ପାଇଁ ଇରାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ବିଦେଶ ସଚିବ ମାର୍କୋ ରୁବିଓ କହିଛନ୍ତି, ଆମେରିକା ଏବେ ବି ଇରାନ ସହ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ହର୍ମୋଳ ପ୍ରଣାଳୀରେ ଇରାନର ନିୟନ୍ତ୍ରଣକୁ କୌଣସି ପରିସ୍ଥିତିରେ ସ୍ୱୀକାର କରାଯିବ ନାହିଁ ।

ସେପଟେ ଆମେରିକୀୟ ସେନା ବୁଧବାର ସକାଳେ ଇରାନର ୫ଟି ସହର ଉପରେ ଏକସଙ୍ଗେ ମିସାଇଲ ମାଡ଼ କରିଛି। ଇରାନୀ ଅଧିକାରୀଙ୍କ ଅନୁସାରେ ଅନେକ ସହରକୁ ଗର୍ଗେଟ କରାଯାଇଛି। ଯୁଦ୍ଧବିରତି ବୁଝାମଣା ଭାଙ୍ଗିବା ପରେ ଆମେରିକା ଲଗାତର ୧୧ ଦିନ ହେଲା ଆକ୍ରମଣ ଜାରି ରଖିଛି। ଟ୍ରମ୍ପଙ୍କ ଧମକ ପରେ ଇରାନ ଏହାର ଜବାବ ଦେଇଛି। ଏହା କହିଛି, ଆମେରିକା ଆମ ସେତୁ, ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକ ଉପରେ ଆକ୍ରମଣ କଲେ, ମଧ୍ୟପ୍ରାଚ୍ୟରେ ଆମେରିକା ସହ ଜଡ଼ିତ ପୋଲ ଏବଂ ଶକ୍ତି କେନ୍ଦ୍ର ବି ସୁରକ୍ଷିତ ରହିବ ନାହିଁ। ଇରାନର ସେନା ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସେନା ଘାଟିଗୁଡ଼ିକ ଉପରେ ହମଲା ଜାରି ରଖିଛି। ଜୋର୍ଡାନ, ବାହାରିନ ଓ କୁଏତ ଭଳି ଦେଶକୁ ଗର୍ଗେଟ କରିଛି ।

ଇରାନର ସେନା କହିଛି, ଜୋର୍ଡାନରେ ଆକ୍ରମଣ ଯୋଗୁ ଆମେରିକୀୟ ସେନାର ଦୁଇଟି ହେଲିକପ୍ଟର କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣରେ ପିନ୍ସ ହସନ ଏବଂ କିଙ୍ଗ ଫୈସଲ ଏୟାରବେସକୁ ଗର୍ଗେଟ କରାଯାଇଥିଲା। ଏଠାରେ ଏଫ୍-୧୫ ବିମାନର ଭିଭିଭୂମି, ଡ୍ରୋନ ପ୍ରସ୍ତୁତକାରୀ ବ୍ୟବସ୍ଥା ଏବଂ ହେଲିକପ୍ଟର ଷ୍ଟ୍ରୋରେଜ ଅଞ୍ଚଳ ଉପରେ ଆକ୍ରମଣ ହୋଇଛି। ଏଥିରେ ୮ଟି ଏମକ୍ୟୁ-୯ ରିପର ଡ୍ରୋନ ନଷ୍ଟ ହୋଇଛି। ଅନ୍ୟ ଦୁଇଟି ଡ୍ରୋନ ବି କ୍ଷତିଗ୍ରସ୍ତ ହୋଇଛି।

ସେପଟେ ୟେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବ ଏବଂ ଲୋହିତ ସାଗରରେ ଚଳାଚଳ କରୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ଏହାଯୋଗୁ ଜାହାଜ ଚଳାଚଳ ପ୍ରଭାବିତ ହୋଇଛି। ସାଉଦିରୁ ଅଶୋଧିତ ତୈଳ ନେଇ ଭାରତ ଓ ଚାନ୍ ଯାଉଥିବା ଦୁଇଟି ଟ୍ୟାଙ୍କର ଉପରେ ଆକ୍ରମଣ ଲାଗି ହୁତି ବିଦ୍ରୋହୀ ଧମକ ଦେବା ପରେ ଜାହାଜଦ୍ଵୟ ୟୁ-ଟର୍ନ ମାରି ସୁଏଜ କେନାଲ ଆଡ଼କୁ ଫେରିଯାଇଛନ୍ତି।

Leave a comment