ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆସିଛି ଏକ ଦମଦାର ଅପଡେଟ୍,ପୋଷ୍ଟକୁ ଡିଲିଟ୍ ନକରି ମଧ୍ୟ ତାହାର ଅଡିଓ କିମ୍ବା ମ୍ୟୁଜିକ୍ କୁ ବଦଳାଇପାରିବେ

ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆସିଛି ଏକ ଦମଦାର ଅପଡେଟ୍ । ଏବେ ପୂର୍ବରୁ ପବ୍ଲିସ୍ କରିଥିବା ପୋଷ୍ଟକୁ ଡିଲିଟ୍ ନକରି ମଧ୍ୟ ତାହାର ଅଡିଓ କିମ୍ବା ମ୍ୟୁଜିକ୍ ବଦଳାଇବାର ସୁବିଧା ପାଇପାରିବେ ୟୁଜର୍ସ । ବିଶେଷ କରି କ୍ରିଏଟରମାନଙ୍କ ପାଇଁ ଇନଷ୍ଟାଗ୍ରାମର ଏହି ନୂଆ ଫିଚର୍ସ ବେଶ୍ ଉପଯୋଗୀ ହେବାକୁ ଯାଉଛି ।

ପୂର୍ବରୁ ଇନଷ୍ଟାଗ୍ରାମରେ କୌଣସି ପୋଷ୍ଟରେ ମ୍ୟୁଜିକ୍ କିମ୍ବା ଅଡିଓ ସମ୍ପର୍କିତ ସମସ୍ୟା ଦେଖାଦେଲେ, ତାହାକୁ ସିଧାସଳଖ ବଦଳାଇବାର ସୁବିଧା ନଥିଲା । ଯଦି ପୋଷ୍ଟରେ ଥିବା ମ୍ୟୁଜିକ୍ ପସନ୍ଦ ନହୁଏ କିମ୍ବା କୌଣସି କାରଣରୁ ଅଡିଓ କାମ ନକରେ, ତେବେ ପୋଷ୍ଟକୁ ଡିଲିଟ୍ କରି ପୁଣିଥରେ ନୂଆ ମ୍ୟୁଜିକ୍ ସହ ଅପଲୋଡ୍ କରିବାକୁ ପଡ଼ୁଥିଲା । ଏହାର ସବୁଠାରୁ ବଡ଼ ସମସ୍ୟା ଥିଲା । କାହିଁକିନା ପୁରୁଣା ପୋଷ୍ଟ ଡିଲିଟ୍ କରି ପୁଣି ଅପଲୋଡ୍ କଲେ ପୁରୁଣା ପୋଷ୍ଟର ଭ୍ୟୁ, ଲାଇକ୍, କମେଣ୍ଟ ଏବଂ ରିଚ୍ ଉପରେ ପ୍ରଭାବ ପଡ଼ୁଥିଲା । କିନ୍ତୁ ଏବେ ଏହି ସମସ୍ୟାର ସମାଧାନ ନେଇ ଆସିଛି ଇନଷ୍ଟାଗ୍ରାମ । ନୂଆ ‘Replace Audio’ ଟୁଲ୍ ମାଧ୍ୟମରେ ୟୁଜର୍ସ ନିଜ ପୁରୁଣା ପୋଷ୍ଟର ଅଡିଓକୁ ବଦଳାଇ ପାରିବେ । ଏଥିପାଇଁ ପୋଷ୍ଟକୁ ଡିଲିଟ୍ କରି ପୁଣି ଅପଲୋଡ୍ କରିବାର ଆବଶ୍ୟକତା ଆଉ ରହିବ ନାହିଁ ।

ଅନେକ ସମୟରେ ପୁରୁଣା ପୋଷ୍ଟରେ ଅଡିଓ ସମ୍ପର୍କିତ ସମସ୍ୟା ହେଲେ, ସେମାନଙ୍କୁ ପୋଷ୍ଟ ଡିଲିଟ୍ କରିବାକୁ ପଡ଼ୁଥିଲା । ଏବେ ନୂଆ ଅଡିଓ ଟୁଲ୍ ଆସିବା ପରେ ସେମାନେ ପୁରୁଣା ପୋଷ୍ଟକୁ ରଖି ତାହାର ମ୍ୟୁଜିକ୍ ବଦଳାଇପାରିବେ । ଏହି ଫିଚର୍ କ୍ରିଏଟରମାନଙ୍କ ପାଇଁ ବିଶେଷ ଭାବେ ଲାଭଦାୟକ ହେବ ।

କେବଳ ଅଡିଓ ନୁହେଁ, ଇନଷ୍ଟାଗ୍ରାମ ନିକଟରେ ପ୍ରୋଫାଇଲ୍ କଷ୍ଟମାଇଜେସନ୍ ସହ ଜଡ଼ିତ ଆଉ ଏକ ନୂଆ ସୁବିଧା ମଧ୍ୟ ଆଣିଛି । ଏହା ହେଉଛି ‘Grid Reorder’ ଫିଚର୍ସ । ଏହି ଫିଚର୍ସ ମାଧ୍ୟମରେ ୟୁଜର୍ସ ନିଜ ପ୍ରୋଫାଇଲ୍ ଗ୍ରୀଡରେ ଥିବା ପୋଷ୍ଟଗୁଡ଼ିକୁ ନିଜ ଇଚ୍ଛା ଅନୁସାରେ ସଜାଇପାରିବେ । ଏଥିପାଇଁ ପୋଷ୍ଟର ଅରିଜିନାଲ ଅପଲୋଡ୍ ଡେଟ୍ ବଦଳାଇବାକୁ ପଡ଼ିବ ନାହିଁ । ୟୁଜର୍ସ ନିଜ ପସନ୍ଦ ଅନୁସାରେ ପୋଷ୍ଟକୁ ଗ୍ରୀଡରେ ଉପରକୁ, ତଳକୁ କିମ୍ବା ଆଗ ପଛ କରି ସଜାଇପାରିବେ। ଏଥିପାଇଁ ଏକ ପୋଷ୍ଟକୁ ଦବାଇ ଧରି ରଖିବା ପରେ ‘Reorder’ ଅପ୍ସନ୍ ଆସିଲେ, ତାହାକୁ ନିଜ ଇଚ୍ଛିତ ସ୍ଥାନକୁ ଡ୍ରାଗ୍ କରି ନେଇପାରିବେ । ତେବେ ଇନଷ୍ଟାଗ୍ରାମର ଏହି ନୂଆ ଫିଚର୍ସ ୟୁଜର୍ସ ଏବଂ କ୍ରିଏଟରମାନଙ୍କୁ ନିଜ ପୋଷ୍ଟ ଓ ପ୍ରୋଫାଇଲକୁ ଆହୁରି ସହଜରେ ମ୍ୟାନେଜ୍ କରିବାର ସୁବିଧା ଦେବ । ଫଳରେ ପୁରୁଣା ପୋଷ୍ଟ ଡିଲିଟ୍ କରିବାର ଚିନ୍ତା ନକରି ୟୁଜର୍ସ ନିଜ କଣ୍ଟେଣ୍ଟକୁ ନୂଆ ଭାବରେ ଅପଡେଟ୍ ଏବଂ ସଜାଇପାରିବେ ।

Leave a comment