ଆଉ ଏକ ନୂଆ ସ୍ମାର୍ଟ ପ୍ରୋଜେକ୍ଟର ଲଞ୍ଚ କଲା ଦେଶୀ ବ୍ରାଣ୍ଡ XElectron ଜାଣନ୍ତୁ ଫିଚର୍ସ ଓ ପ୍ରାଇସ
ଦେଶୀ ବ୍ରାଣ୍ଡ XElectron ଆଉ ଏକ ନୂଆ ସ୍ମାର୍ଟ ପ୍ରୋଜେକ୍ଟର ଲଞ୍ଚ କରିଛି । ଏହି ସ୍ମାର୍ଟ ପ୍ରୋଜେକ୍ଟର ଆପଣଙ୍କ ଘରର କାନ୍ଥକୁ 4K ସ୍ମାର୍ଟ ସ୍କ୍ରିନ୍ରେ ପରିଣତ କରିପାରିବ। ଏହାର ଦାମ ୭ ହଜାର ଟଙ୍କାରୁ ମଧ୍ୟ କମ୍ । ଏହା ପୂର୍ବରୁ କମ୍ପାନୀ XElectron Luminex Smart Projector ଲଞ୍ଚ କରିଥିଲା, ଯାହା Android ପ୍ଲାଟଫର୍ମରେ କାମ କରେ। ଏହି ପ୍ରୋଜେକ୍ଟର ମାଧ୍ୟମରେ ଘରର କାନ୍ଥକୁ ୨୫୦ ଇଞ୍ଚର ଟିଭି ସ୍କ୍ରିନ୍ରେ ପରିଣତ କରିହେବ।
ଫିଚର୍ସ:
ଏହି ସ୍ମାର୍ଟ ପ୍ରୋଜେକ୍ଟରରେ 1080 ପିକ୍ସେଲ୍ ଲେନ୍ସ ଦିଆଯାଇଛି, ଯାହା 4K ରେଜୋଲ୍ୟୁସନ୍କୁ ସପୋର୍ଟ କରେ । ଏଥିରେ ସ୍ମାର୍ଟ ଷ୍ଟ୍ରିମିଂ ଏବଂ ଇଲେକ୍ଟ୍ରିକ୍ ଫୋକସ୍ ଭଳି ଫିଚର୍ ମିଳିଥାଏ । କାନ୍ଥରେ ପ୍ରୋଜେକ୍ଟ କରିବା ସମୟରେ ଏହା ନିଜେ ପ୍ରୋଜେକ୍ସନକୁ ଆଡଜଷ୍ଟ କରିଦିଏ । ଏଥିରେ ଅଟୋଫୋକସ୍ ଫିଚର୍ ମଧ୍ୟ ରହିଛି ।
ଏହି ପ୍ରୋଜେକ୍ଟର Android 14 ଅପରେଟିଂ ସିଷ୍ଟମ୍ରେ କାମ କରେ । ଏଥିରେ ପୂର୍ବରୁ Netflix, YouTube, Prime Video, JioCinema, Zee5 ଏବଂ SonyLIV ଭଳି ଅନେକ OTT ଆପ୍ ଇନ୍ଷ୍ଟଲ୍ ହୋଇ ରହିଛି । ଏହା ୪୦ ଇଞ୍ଚରୁ ୨୦୦ ଇଞ୍ଚ ପର୍ଯ୍ୟନ୍ତ ସ୍କ୍ରିନ୍ ଆକାରରେ ପରିଣତ ହୋଇପାରିବ । ଏହାକୁ ୪ ରୁ ୧୬ ଫୁଟ୍ ଦୂରତାରୁ ପ୍ରୋଜେକ୍ଟ କରାଯାଇପାରିବ । ଏହା ସହିତ ଏହି ପ୍ରୋଜେକ୍ଟରକୁ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଘୁରାଇ ହେବ ।
କନେକ୍ଟିଭିଟି ପାଇଁ ଏଥିରେ WiFi 6, Bluetooth 5.0, HDMI ଏବଂ USB ପୋର୍ଟ ଦିଆଯାଇଛି । ଏଥିରେ ବାହାରର ସ୍ପିକର ମଧ୍ୟ ଯୋଡ଼ାଯାଇପାରିବ । ଏହା ବ୍ୟତୀତ ସ୍କ୍ରିନ୍ ମିରରିଂ ମାଧ୍ୟମରେ ସ୍ମାର୍ଟଫୋନ୍କୁ ମଧ୍ୟ ଏହା ସହିତ କନେକ୍ଟ କରିହେବ ।
ଏହି ସ୍ମାର୍ଟ ପ୍ରୋଜେକ୍ଟର ପୋର୍ଟେବଲ୍ ଡିଜାଇନ୍ ସହ ଆସିଛି, ଯାହାକୁ ସହଜରେ କେଉଁଠି ବି ନେଇଯାଇପାରିବ । ଏଥିରେ ୨୫ଟି ଗ୍ଲୋବାଲ୍ ଭାଷାର ସପୋର୍ଟ ମିଳୁଛି, ଯେଉଁଥିରେ ହିନ୍ଦୀ, ଇଂରାଜୀ, ବଙ୍ଗଳା ଆଦି ଭାଷା ରହିଛି । ଏହା ସହିତ ଲାପଟପ୍, ଟିଭି, ଟାବଲେଟ୍ ଭଳି ଡିଭାଇସକୁ ମଧ୍ୟ ଏହା ସହିତ ଯୋଡ଼ାଯାଇପାରିବ।
ପ୍ରାଇସ୍:
XElectronର ଏହି ସ୍ମାର୍ଟ ପ୍ରୋଜେକ୍ଟରକୁ Techno Android 14 Smart HD ନାମରେ ଲଞ୍ଚ କରାଯାଇଛି । ଏହାର ମୂଲ୍ୟ ୬,୯୯୦ ଟଙ୍କା ରହିଛି ଏବଂ ଏହାକୁ ଇ-କମର୍ସ ୱେବସାଇଟ୍ Amazon ରୁ କିଣିହେବ । ଏହି ପ୍ରୋଜେକ୍ଟରର ବିଶେଷତା ହେଉଛି, ଏଥିରେ ଆପଣ ନିଜ ପସନ୍ଦର ୱେବ୍ ସିରିଜ୍, ଫିଲ୍ମ ଓ ସ୍ପୋର୍ଟ୍ସ ଇଭେଣ୍ଟକୁ ବଡ଼ ସ୍କ୍ରିନ୍ରେ ଉପଭୋଗ କରିପାରିବେ ।