ସ୍ପେନ୍ ଠାରୁ ହାରିବା କଥାକୁ ଆଦୌ ଗ୍ରହଣ କରି ପାରୁ ନାହାନ୍ତି ମେସି,ଧକ୍କାରୁ ବାହାରିବା ପାଇଁ ସମୟ ଲାଗିବ
ବିଶ୍ବର ଶ୍ରେଷ୍ଠ ଫୁଟବଲ୍ ଖେଳାଳି ଭାବେ ବିବେଚିତ ହୋଇଥିବା ଆର୍ଜେଣ୍ଟିନାର ଲିଓନେଲ ମେସି । ତେବେ ଫିଫା ବିଶ୍ବକପ ଫାଇନାଲରେ ତାଙ୍କ ଦଳ ସ୍ପେନ୍ ଠାରୁ ୧-୦ ଗୋଲରେ ହାରିବା କଥାକୁ ସେ ଆଦୌ ଗ୍ରହଣ କରି ପାରୁ ନାହାନ୍ତି । ତାଙ୍କୁ ଏହି ପରାଜୟ ଖୁବ୍ ବାଧିଛି । ଏକଥା ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖି ଜଣାଇଛନ୍ତି ।
ଅତ୍ୟନ୍ତ ଭାବବିହ୍ବଳ ହୋଇ ମେସି ଲେଖିଛନ୍ତି ଯେ ଫାଇନାଲରେ ସ୍ପେନଠାରୁ ପରାଜୟର ଧକ୍କାରୁ ବାହାରିବା ପାଇଁ ସମୟ ଲାଗିବ । ତେବେ ତାଙ୍କ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଲଢ଼େଇ କରି ଫାଇନାଲକୁ ଆସିଥିଲା । ପ୍ରତିକୂଳ ସମୟରେ ବି ବଢ଼ିଆ ଖେଳିଛି । ତେଣୁ ଆର୍ଜେଣ୍ଟିନା ଟିମକୁ ନେଇ ସେ ଗର୍ବିତ । ଏକଥା ମୋର ସର୍ବଦା ମନେ ରହିବ ବୋଲି ଉଲ୍ଲେଖ କରିଛନ୍ତି ।
ଆର୍ଜେଣ୍ଟିନାବାସୀଙ୍କୁ ସେମାନଙ୍କର ଭରପୂର ସମର୍ଥନ ପାଇଁ ମେସି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପାଦେ ପାଦେ ସେମାନଙ୍କ ସମର୍ଥନ ହିଁ ଆର୍ଜେଣ୍ଟିନାକୁ ଲଗାତାର ଭାବେ ଦ୍ବିତୀୟ ଥର ଫାଇନାଲରେ ପହଞ୍ଚାଇ ଥିଲା ବୋଲି ମେସି ଉଲ୍ଲେଖ କରିଛନ୍ତି ।