ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ
ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ । ସାରା ଓଡ଼ିଶା ପାଇଁ ଗୋଟିଏ ଦର । କେନ୍ଦ୍ର ସରକାର ୩୯ଟି ମେଡିସିନ ଦର ଧାର୍ଯ୍ୟ କରିବା ପରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ରସାୟନ ମନ୍ତ୍ରାଳୟ ଜାରି କରିଥିବା ତାଲିକାକୁ ରାଜ୍ୟର ସମସ୍ତ ମେଡିସିନ ଷ୍ଟୋରରେ ଲଗାଯିବ । ରକ୍ତଚାପ, ମଧୁମେୟ, ହୃଦରୋଗ ଭଳି ବିଭିନ୍ନ ରୋଗ ପାଇଁ ୩୫ଟି ଔଷଧର ଦର ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁକେଶ ମହାଲିଙ୍ଗ ।
ସେପଟେ, ସାରା ଓଡ଼ିଶା ପାଇଁ ଗୋଟିଏ ମେଡିସିନ ଦର ପ୍ରସଙ୍ଗ ନିଷ୍ପତିରେ ପ୍ରତିକ୍ରିୟା ରଖିଛି ଖୋର୍ଦ୍ଧା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ସରକାରଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇଛନ୍ତି ଔଷଧ ବ୍ୟବସାୟୀ ସଂଘ । ମେଡିସିନର ଦର ନେଇ ନ୍ୟାସନାଲ ଫାର୍ମାସୀ ପ୍ରାଇସିଂ ଅଥରିଟି ରହିଛି । ନିର୍ଦ୍ଧାରଣ ହୋଇଥିବା ଦର ଠାରୁ ଅଧିକ ଦର ନେଇପାରିବେ ନାହିଁ । ହେଲେ ତାରତମ୍ୟ ରହୁଥିବା ମେଡିସିନ ଗୁଡ଼ିକ ପାଇଁ ସୁବିଧା ହେବ । ଏହାଦ୍ବାରା ଗ୍ରାହକ ଲାଭବାନ ହେବେ । ନିର୍ଦ୍ଦିଷ୍ଟ କମ୍ପୋଜିସନ ମେଡିସିନ ଦର ତାରତମ୍ୟରେ ସୁଧାର ଆସିବ ।