ଦୀର୍ଘ ୧୫ ଦିନର ପ୍ରତୀକ୍ଷା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ,ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଦୀର୍ଘ ୧୫ ଦିନର ପ୍ରତୀକ୍ଷା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ। ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପର୍ଣ୍ଣ କରିବା ପରେ ଆଜି ନବଯୌବନ ବେଶରେ ଚକାଆଖିକୁ ଦେଖି ବିଭୋର ହେବେ ଭକ୍ତ। ଆଜି ମଧ୍ୟ ନେତ୍ରୋତ୍ସବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ନୀତିନିର୍ଘଣ୍ଟ ଅନୁଯାୟୀ ଦିନ ୨ଟା ୩୦ ରୁ ୩ଟା ୩୦ ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ଅର୍ଥାତ ଟିକେଟ ଦେଖାଇ ଭକ୍ତମାନେ ଦର୍ଶନ କରିବା ସହ ଦିନ ୩ଟା ୩୦ ରୁ ୪ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ସର୍ବସାଧାରଣ ଦର୍ଶନ ଶେଷ ହେବାପରେ ମହାପ୍ରଭୁଙ୍କ ଆଉ ଦର୍ଶନ କରିପାରିବେନି ଭକ୍ତ। ପରେ ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଓ ସକାଳଧୂପ ପରେ ଅନ୍ୟାନ୍ୟ ନୀତିବଢି ବଡସିଂହାର ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଦଇତାପତି ସେବାୟତ ମାନେ ସମ୍ପାଦିତ କରିବେ। ସେପଟେ ଶୃଙ୍ଖଳିତ ରଥଯାତ୍ରା ପାଇଁ ରଥ,ପଥ ଆଉ ଭକ୍ତ ମଧ୍ୟ ପ୍ରସ୍ତୁତ। ଚଳିତବର୍ଷ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୧୩ ହଜାର ପୋଲିସ କର୍ମଚାରୀ ମୁତୟନ ରହିବେ l ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ସାରା ସହର ।

Leave a comment