ଇଜିପ୍ଟକୁ ହରାଇ କ୍ୱାର୍ଟର ଫାଇନାଲ୍ ଦୌଡ଼ରେ ଆର୍ଜେଣ୍ଟିନା

କମ୍ ବ୍ୟାକ୍ କିଙ୍ଗ୍ ମେସିଙ୍କ ଜଲୱା  । ଇଜିପ୍ଟକୁ ହରାଇ କ୍ୱାର୍ଟର ଫାଇନାଲ୍ ଦୌଡ଼ରେ ଆର୍ଜେଣ୍ଟିନା । ଇଜିପ୍ଟର ସ୍ୱପ୍ନ ଚୂରମାର୍  ।  ୩୯  ବର୍ଷ ବୟସରେ ମଧ୍ୟ ସେହି ସେମ୍  ମ୍ୟାଜିକ୍ ।  ବିଶ୍ୱକପ୍ ରୁ ବିଦା ହେବାରୁ ବଞ୍ଚାଇଲେ ମେସି।  ! ୦-୨ ରେ ପଛୁଆ ଥାଇ ମଧ୍ୟ ଇଜିପ୍ଟକୁ ୩-୨ ରେ ଧୂଳି ଚଟାଇଲା ଆର୍ଜେଣ୍ଟିନା  ।  ହାରୁ ହାରୁ ଜିତିଲା ଆର୍ଜେଣ୍ଟିନା! । ଇଜିପ୍ଟର ୨-୦ ର ଅଗ୍ରଣୀକୁ ଧୂଳିସାତ କଲେ ମେସି ।   କାନ୍ଦି ପକାଇଲେ ଫୁଟବଲ୍ ର ଜେନିଅସ୍ । ବିଶ୍ୱକପ୍ ଇତିହାସର ଅନ୍ୟତମ ସବୁଠାରୁ ରୋମାଞ୍ଚକର ମ୍ୟାଚ୍ । ଯେତେବେଳେ ସାରା ବିଶ୍ୱ ଭାବି ନେଇଥିଲା  ଚଳିତ ବିଶ୍ୱକପରୁ ଚାମ୍ପିଅନ୍ ଆର୍ଜେଣ୍ଟିନା ବିଦା ହେବାକୁ ଯାଉଛି, ଠିକ୍ ସେତିକି ବେଳେ ମ୍ୟାଚ୍  ବଦଳାଇ ଦେଲେ ୩୯ ବର୍ଷୀୟ ମହାନାୟକ ଲିଓନେଲ୍ ମେସି ।

ଇଜିପ୍ଟ ପକ୍ଷରୁ ୨-୦ ଗୋଲ୍ ରେ ପଛୁଆ ଥାଇ ମଧ୍ୟ ଆର୍ଜେଣ୍ଟିନା ଏକ ଅବିଶ୍ୱସନୀୟ କମବ୍ୟାକ୍   କରି ମ୍ୟାଚ୍ କୁ ୩-୨ ରେ ନିଜ ନାମରେ କରିଛି। ଏହି ଅଲୌକିକ ବିଜୟ ପରେ ଅଧିନାୟକ ମେସି ନିଜର ଭାବବେଗକୁ ରୋକି ପାରିନଥିଲେ ଏବଂ ପଡ଼ିଆରେ ହିଁ କାନ୍ଦି ପକାଇଥିଲେ। ମର୍ସିଡିଜ୍-ବେଞ୍ଜ୍ ଷ୍ଟାଡିୟମରେ ଖେଳାଯାଇଥିବା ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ ରେ ମହମ୍ମଦ ସାଲାହଙ୍କ ଇଜିପ୍ଟ ଦଳ ପ୍ରାରମ୍ଭରୁ ଚମତ୍କାର ଖେଳ ପ୍ରଦର୍ଶନ କରି ୨-୦ ର ବଡ଼ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ମେସି ପ୍ରଥମେ ଏକ ଦମଦାର ଗୋଲ୍ ଦେଦଳ ମଧ୍ୟରେ ଜୀବନ ଫେରାଇ ଆଣିଥିଲେ  ଏବଂ ପରେ ଏକ ଚମତ୍କାର ଆସିଷ୍ଟ  କରି ସ୍କୋର ସମାନ କରିଥିଲେ।

ଶେଷରେ ଏଞ୍ଜୋ ଫର୍ଣ୍ଣାଣ୍ଡିଜ୍ ବିଜୟୀ ଗୋଲ୍ ଦେଇ ଆର୍ଜେଣ୍ଟିନାକୁ କ୍ୱାର୍ଟର ଫାଇନାଲ୍ କୁ ନେଇଯାଇଛନ୍ତି।  ଇଜିପ୍ଟର ପ୍ରାରମ୍ଭିକ ଆଧିପତ୍ୟ ପରେ ଆର୍ଜେଣ୍ଟିନା ଯେଉଁଭଳି ଭାବେ ବାଜି ଓଲଟାଇଲା, ତାହା କେବଳ ଏକ ସତ୍ୟକାର ଚାମ୍ପିଅନ୍ ଦଳ ହିଁ କରିପାରିବ।  ୩୯ ବର୍ଷ ବୟସରେ ମଧ୍ୟ ମେସି ପୁଣି ଥରେ ପ୍ରମାଣ କଲେ ଯେ ସେ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି। ଗୋଟିଏ ଗୋଲ୍ ଓ ଗୋଟିଏ ଆସିଷ୍ଟ କରି ସେ ଇଜିପ୍ଟର ସ୍ୱପ୍ନ ଭାଙ୍ଗି ଦେଇଥିଲେ।  କେପ୍ ଭର୍ଡେ ବିପକ୍ଷରେ କଠିନ ବିଜୟ ପରେ, ଏହି ମ୍ୟାଚ୍ ପୁଣି ଥରେ ଦର୍ଶାଇଛି ଯେ ଆର୍ଜେଣ୍ଟିନା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ହାର୍ ମାନେ ନାହିଁ। ଯେତେବେଳେ ଦଳକୁ ଗୋଲର ସବୁଠାରୁ ବେଶୀ ଆବଶ୍ୟକତା ଥିଲା, ମିଡ୍ ଫିଲ୍ଡର ଏଞ୍ଜୋ ଏକ କ୍ଲିନିକାଲ୍ ଫିନିଶିଂ କରି ଆର୍ଜେଣ୍ଟିନାକୁ ୩-୨ ରେ ଜିତାଇଥିଲେ।

ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଥିବା ଇଜିପ୍ଟ ଦଳ ଏହି ମ୍ୟାଚରେ ମଧ୍ୟ ଚାମ୍ପିଅନ୍ ଦଳକୁ ନାକେଦମ୍ କରିଦେଇଥିଲା। ସେମାନଙ୍କର ଏହି ପ୍ରଦର୍ଶନ ସବୁଦିନ ପାଇଁ ମନେ ରହିବ। ଏହି ମ୍ୟାଚ୍ ର ସଫଳତା ସହ ମେସି ବିଶ୍ୱକପ୍ ରେ ନିଜର ଗୋଲ୍ ସଂଖ୍ୟା ବଢ଼ାଇବା ସହ ନିଜ କ୍ୟାରିୟରର ଆଉ ଏକ ସ୍ମରଣୀୟ ଇତିହାସ ରଚିଛନ୍ତି।  ଡିଫେନ୍ସରେ କିଛି ଦୁର୍ବଳତା ସତ୍ତ୍ୱେ ଆର୍ଜେଣ୍ଟିନା ଏବେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ କ୍ୱାର୍ଟର ଫାଇନାଲ୍ ରେ ପ୍ରବେଶ କରିଛି। କ୍ରମାଗତ ଦ୍ୱିତୀୟ ଟ୍ରଫି ଜିତିବା ସ୍ୱପ୍ନ ଏବେ ବି ଜୀବିତ! ।  ଏହି ମ୍ୟାଚ୍ କୁ ଫୁଟବଲ୍ ଇତିହାସରେ ମେସିଙ୍କର ଅନ୍ୟତମ ଶ୍ରେଷ୍ଠ ‘ଗ୍ରେଟେଷ୍ଟ୍ କମ୍ ବ୍ୟାକ୍’ ଷ୍ଟୋରୀ ଭାବେ ଗଣନା କରାଯିବ। ମ୍ୟାଚ୍ ଶେଷରେ ମେସି ଓ ତାଙ୍କ ସହଯୋଗୀଙ୍କ ଆଖିରେ ଥିବା ଲୁହ ହିଁ ବୁଝାଉଥିଲା ଯେ ଏହି ବିଜୟ ସେମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ।

Leave a comment