Jio ତାର ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ନୂଆ TV Pro ପ୍ୟାକ୍ ଲଞ୍ଚ କରିଛି ,୫୫ ଟଙ୍କାରେ ୩୦ ଦିନର ଭ୍ୟାଲିଡିଟି ଅଫର
Jio ତାର ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ନୂଆ TV Pro ପ୍ୟାକ୍ ଲଞ୍ଚ କରିଛି । ଯେଉଁଥିରେ ୟୁଜର୍ସଙ୍କୁ ୫୫ ଟଙ୍କାରେ ୩୦ ଦିନର ଭ୍ୟାଲିଡିଟି ଅଫର ଦିଆଯାଇଛି । ଯଦି ମିଳୁଥିବା ବେନିଫିଟ୍ସ କଥା କୁହାଯାଏ ତେବେ ୫୫ ଟଙ୍କାର ପ୍ଲାନରେ ୟୁଜର୍ସଙ୍କୁ ୧୦୦୦ରୁ ଅଧିକ ଲାଇଭ ଟିଭି ଚ୍ୟାନେଲର ଲାଭ ମିଳିବ । କମ୍ପାନୀର ଏହି ନୂଆ ପ୍ଲାନର ଘୋଷଣା କରିଛି । ୟୁଜର୍ସ Jio TV ମୋବାଇଲ ଆପ୍ ମାଧ୍ୟମରେ ଏହି ପ୍ଲାନର ଲାଭ ଉଠାଇପାରିବେ ।
Jio TV Pro ପ୍ୟାକରେ ୟୁଜର୍ସଙ୍କୁ ୫୫ ଟଙ୍କାରେ ୩୦ ଦିନରେ ଭ୍ୟାଲିଡିଟି ଅଫର ପ୍ରଦାନ କରୁଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ଅଲଗା ଅଲଗା ଏକ୍ଟିଭେସନ୍ କୀର ଆବଶ୍ୟକତା ନାହିଁ । Jio TV ୟୁଜର୍ସଙ୍କୁ ଏଥିରେ ୧୬ରୁ ଅଧିକ ଭାଷାରେ ୧୫୦ରୁ ଅଧିକ ପ୍ରିମିୟମ୍ ଚ୍ୟାନେଲର ଲାଭ ମିଳିବ । ୟୁଜର୍ସଙ୍କୁ StarPlus HD, Colors HD, Sony Entertainment Television HD, Sony SAB HD, Discovery, Animal Planet, Sun TV Network, ETV ସମେତ ଲାଇଭ ଟିଭି ଚ୍ୟାନେଲରେ ମୁଭି, ନ୍ୟୁଜ, ମ୍ୟୁଜିକ୍ କଣ୍ଟେଣ୍ଟର ଆକ୍ସେସ୍ କରିପାରିବେ ।
Jio ୟୁଜର୍ସଙ୍କୁ My Jio ଆପରେ ୫୫ ଟଙ୍କାର ପ୍ଲାନ୍ ସହିତ ତାଙ୍କ ନମ୍ବରକୁ ରିଚାର୍ଜ କରିବାକୁ ପଡିବ । ପ୍ଲାନ ରିଚାର୍ଜ ହେବା ପରେ Jio TV ଆପରେ ଲଗଇନ୍ କରି ୟୁଜର୍ସ ଏହି ସମସ୍ତ ଟିଭି ଚ୍ୟାନେଲର ଆକ୍ସେସ୍ ପାଇପାରିବେ । ୟୁଜର୍ସ ସମ୍ପୂର୍ଣ୍ଣ ଗୋଟିଏ ମାସ ପାଇଁ ସେମାନଙ୍କର ପ୍ରିୟ ଚ୍ୟାନେଲ