ଫୁଲୁରୀ ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଅଣସର ଘରେ ଜ୍ବରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିକିତ୍ସା ଚାଲିଛି । ଗତକାଲି ଫୁଲୁରୀ ତେଲ ଲାଗିପରେ ଆଜିଠୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ ଲାଗି ହେବାର ବିଧି ରହିଛି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ଅଛନ୍ତି ଶ୍ରୀଜିଉ । ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି । ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ । ଆଜି ମଧ୍ୟାହ୍ନ ଧୂପ ପରେ ସୁଦ୍ଧଶୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ । ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଔଷଧ ଲାଗି କରାଯିବ । ଫଳରେ କିଛି ମାତ୍ରାରେ ଶ୍ରୀଜୀଉ ଜ୍ୱରରୁ ଉପଶମ ପାଇବେ । ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।
Trending
- ଫୁଲୁରୀ ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ
- ଭୁବନେଶ୍ବର ବାଣୀବିହାର ସ୍ଥିତ ମୁକୁଳା ଡ୍ରେନରେ ଭାସିଗଲେ ଯୁବକ,ଘଟଣାସ୍ଥଳରେ ପହଞ୍ଚିଲେ ବିଏମସି ମେୟର
- ବେଆଇନ ଏବଂ ପାଇରେଟେଡ୍ ବିଷୟବସ୍ତୁକୁ ତୁରନ୍ତ ହଟାଇବା ପାଇଁ ଟେଲିଗ୍ରାମ ନୋଟିସ ଜାରି
- ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ,ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ
- ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଆଜି ଲାଗି କରାଯିବ ଫୁଲୁରି ତେଲ
- ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ପକ୍ଷରୁ ୨୧.୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ
- ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା
- ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା
- ରାମ ମନ୍ଦିର ଦାନ ସହିତ ଜଡିତ ଚୋରି ଭଳି ଏକ ଗମ୍ଭୀର ଘଟଣାକୁ ହାଲୁକା ଭାବରେ ନିଆଯିବ ନାହିଁ -ଆରଏସ୍ଏସ୍
- ଆନ୍ଦୋଳନ ଛାଡି ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବା ପାଇଁ ଡ଼ାକ୍ତରଙ୍କୁ ନିର୍ଦ୍ଦେଶ
Prev Post