ଆଜିଠାରୁ ଆରମ୍ ହୋଇଛି ପବିତ୍ର ଅମରନାଥ ଯାତ୍ରା,ଯାତ୍ରୀଙ୍କ ପାଇଁ ଚିଠି ଲେଖିଲେ ମୋଦୀ
ଆଜିଠାରୁ ଆରମ୍ ହୋଇଛି ପବିତ୍ର ଅମରନାଥ ଯାତ୍ରା । ବର୍ଷା ମଧ୍ୟରେ ବାଲଟାଲ ଏବଂ ପହଲଗାମ ବେସ୍ କ୍ୟାମ୍ପରୁ ଗତକାଲି ଠାରୁ ଆସିଥିବା ପ୍ରଥମ ଶ୍ରଦ୍ଧାଳୁ ବ୍ୟାଚ୍ ଯାତ୍ରା ପାଇଁ ବାହାରିଛନ୍ତି । ପ୍ରଥମ ଦଳରେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା କରିଛନ୍ତି । ବାଲଟାଲ ରାସ୍ତାରେ ଯିବାକୁ ଥିବା ଶିବଭକ୍ତ ସନ୍ଧ୍ୟା ସୁଦ୍ଧା ବାବା ବରଫାନୀଙ୍କୁ ଦର୍ଶନ କରିଦେବେ । କିନ୍ତୁ ପହଲଗାମ ରାସ୍ତା ଦେଇ ଯାଉଥିବା ଶ୍ରଦ୍ଧାଳୁ ଆସନ୍ତାକାଲି ଅପରାହ୍ନରେ ବାବାଙ୍କୁ ଦର୍ଶନ କରିବେ । ଅମରନାଥ ଯାତ୍ରା ୨୮ ଅଗଷ୍ଟ ଯାଏଁ ଚାଲିବ । ଏହି ଯାତ୍ରାର ଗୁରୁତ୍ବକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମରନାଥ ଯାତ୍ରୀଙ୍କ ପାଇଁ ଏକ ଚିଠି ଲେଖିଛନ୍ତି, ଆଉ ସେଥିରେ ୫ଟି ସଂକଳ୍ପ ନେବାକୁ କହିଛନ୍ତି ।
ମୋଦି ଚିଠିରେ ଲେଖିଛନ୍ତି, ପ୍ରିୟ ଶ୍ରଦ୍ଧାଳୁ, ହର ହର ମହାଦେବ ! ଜୟ ବାବା ବରଫାନୀ । ଜମ୍ମୁ କଶ୍ମୀରରେ ପବିତ୍ର ଅମରନାଥ ଯାତ୍ରାରେ ସମ୍ମିଳିତ ହେବା ଆପଣମାନଙ୍କ ପାଇଁ ବହୁତ ବଡ଼ ସୌଭାଗ୍ୟ । ଜ୍ୟୈଷ୍ଠ ପୂର୍ଣ୍ଣିମା ପରେ ପ୍ରଥମ ପୂଜା ସହିତ ଭକ୍ତଙ୍କ ପାଇଁ ବାବା ବରଫାନୀଙ୍କ ଦର୍ଶନ ଆରମ୍ଭ ହୋଇଯାଏ । ଦେଶର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଏହି ପବିତ୍ର ଯାତ୍ରାରେ ସମ୍ମିଳିତ ହେବା ପାଇଁ ତତ୍ପର ହୋଇଉଠିଛି । ପ୍ରତିବର୍ଷ ବାବା ବରଫାନୀଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବା ଶିବଭକ୍ତଙ୍କ ଜୀବନରେ ଏକ ଅତ୍ୟନ୍ତ ଶୁବ ଏବଂ ଅବିସ୍ମରଣୀୟ ଅନୁଭବ । ମୁଁ ଚଳିତବର୍ଷ ଏହି ଯାତ୍ରା ପାଇଁ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।
ମୋଦିଙ୍କ ୫ ସଂକଳ୍ପ :
– ଆମେ ଅମରନାଥ ଯାତ୍ରା ସମୟରେ ସ୍ବଚ୍ଛତା ନିୟମ ପାଳନ କରିବା ଏବଂ ଯାତ୍ରା ମାର୍ଗ ସ୍ବଚ୍ଛତା ରଖିବାରେ ନିଜର ଯୋଗଦାନ ଦେବା ।
– ପ୍ରଶାସନର ସମସ୍ତ ଆଦେଶ, ଯାତାୟତ ନିୟମ ଏବଂ ସୁରକ୍ଷା ସମ୍ବନ୍ଧୀୟ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିବ । ଯାତ୍ରା ସମୟରେ ବର୍ଷା ଯୋଗୁଁ ଗୋଡ଼ ଖସିବା ଏବଂ ଥଣ୍ଡା ଉପରେ ବିଶେଷ ଧ୍ୟାନ ରଖନ୍ତୁ ।
– ଭୋକାଲ ଫର ଲୋକାଲ ଭାବନା ସହିତ ଯାତ୍ରା ଖର୍ଚ୍ଚର ସର୍ବନିମ୍ନ ୧୦ ପ୍ରତିଶତ ସ୍ଥାନୀୟ ଉତ୍ପାଦନ କିଣିବା । ଜମ୍ମୁ କଶ୍ମୀର ପରିବାର ଏବଂ ଯୁବପିଢିଙ୍କୁ ଆର୍ଥିକ ଶକ୍ତି ମିଳିବ ।
– ଅମରନାଥ ଯାତ୍ରାର ଶେଷ ଦିନରେ ସମସ୍ତ ଭାଇ ଓ ଭଉଣୀଙ୍କୁ ଗୋଟେ ଗଛ ପ୍ରଦାନ କରନ୍ତୁ ଏବଂ ଏକ ପେଡ୍ ମା କେ ନାମ ଅଭିଯାନକୁ ଆଗକୁ ନିଅନ୍ତୁ ।
– ଆମେ ରାଷ୍ଟ୍ରର ପ୍ରଥମ ଭାବନା ସହିତ ପୁରା ବର୍ଷ ନିଜର କର୍ତ୍ତବ୍ୟକୁ ପାଳନ କରିବା ଏବଂ ବିକଶିତ ଭାରତ ନିର୍ମାଣରେ ନିଜର ସକ୍ରିୟ ଯୋଗଦାନ ଦେବା ।