ଆନ୍ଦୋଳନ ଛାଡି ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବା ପାଇଁ ଡ଼ାକ୍ତରଙ୍କୁ ନିର୍ଦ୍ଦେଶ

ଡାକ୍ତରଙ୍କୁ ୧୨ ଘଣ୍ଟାର ମହଲତ । ଡାକ୍ତରଙ୍କ ଆନ୍ଦୋଳନ ପ୍ରସଙ୍ଗ । ସରକାରଙ୍କ କଠୋର ଆଭିମୁଖ୍ୟ ପରେ ଆକ୍ସନ ମୋଡରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଆନ୍ଦୋଳନରତ ଡାକ୍ତରଙ୍କୁ ସିଡିଏମ୍ଓଙ୍କ ଚେତାବନୀ । ଆନ୍ଦୋଳନ ଛାଡି ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ । ନଚେତ୍ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେ ବ। ବାଲେଶ୍ଵର ସିଡିଏମ୍ଓଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଆଂଶିକ ଭାବେ ପ୍ରଭାବିତ ହୋଇଥିବାବେଳେ, ରୋଗୀ ସେବା ସ୍ୱାଭାବିକ ରଖିବା ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏପଟେ ଆନ୍ଦୋଳନରତ ଡାକ୍ତରମାନେ ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସଙ୍କେତ ଦେଇଥିବାବେଳେ, ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନର ବାଟ କେବେ ବାହାରିବ ସେଥିପାଇଁ ସମସ୍ତଙ୍କ ନଜର ରହିଛି ।

ସେପଟେ ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ଦେଇଛନ୍ତି ସ୍ଥିତି ଉପରେ ଅନୁଧ୍ୟାନ କରାଯାଉଛି । କିଛି ଜିଲ୍ଲାରେ ଡାକ୍ତର କାର୍ଯ୍ୟରେ ଯୋଗଦେଲେଣି । ଢେଙ୍କାନାଳ, କଳାହାଣ୍ଡିରେ କାର୍ଯ୍ୟ ରେ ଯୋଗଦେବା ନେଇ ଖବର ଆସିଛି । ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ।  ସେନେଇ ଚିଠି କରାଯାଇଛି । ଶବ ବ୍ୟବଛେଦ ହୋଇପାରିନଥିବା ଖବର ଆସିଥିଲା ଓ ସମାଧାନ ହୋଇଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Leave a comment