ଫିଫା ଫୁଟବଲ ବିଶ୍ବକପ-୨୦୨୬:ଏବେ ସୁଦ୍ଧା ୩ଟି ହ୍ୟାଟ୍ରିକ୍‌

ଫିଫା ଫୁଟବଲ ବିଶ୍ବକପ-୨୦୨୬ରେ ଏବେ ସୁଦ୍ଧା ୩ଟି ହ୍ୟାଟ୍ରିକ୍‌ ହୋଇଛି। ଆର୍ଜେଣ୍ଟିନାର ତାରକା ଫରୱାର୍ଡ ଲିଓନେଲ ମେସି, କାନାଡାର ଜୋନାଥନ କ୍ରିଷ୍ଟିଆନ ଡେଭିଡ୍‌ ଓ ଫ୍ରାନ୍‌ସର ଉସ୍‌ମାନ ଡେମ୍ବେଲେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ମେସି ଆଲ୍‌ଜେରିଆ ବିପକ୍ଷରେ ପ୍ରଥମ ମ୍ୟାଚରେ ୧୭, ୬୦ ଓ ୭୬ ମିନିଟ୍‌ରେ ୩ଟି ଗୋଲ୍‌ ସହ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଜୋନାଥନ କ୍ରିଷ୍ଟିଆନ ଡେଭିଡ୍‌ ଦକ୍ଷିଣ କୋରିଆ ବିପକ୍ଷ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ୨୯, ୪୫ ଓ ୯୦+୨ ମିନିଟ୍‌ରେ ୩ଟି ଗୋଲ୍‌ ଦେଇଥିଲେ। ଫ୍ରାନ୍‌ସର ଷ୍ଟ୍ରାଇକର ଉସ୍‌ମାନ ଡେମ୍ବେଲେ ନରୱେ ବିପକ୍ଷ ଲିଗ୍‌ ମ୍ୟାଚରେ ୭, ୨୦ ଓ ୩୨ ମିନିଟ୍‌ରେ ୩ଟି ଗୋଲ୍‌ ଦେଇଥିଲେ।

Leave a comment