ଫିଲ୍ମ ହେବାନରେ ଏକାଠି ନଜର ଆସିବେ ଚର୍ଚ୍ଚିତ ଯୋଡି ସୈଫ ଅଲ୍ଲୀ ଖାନ ଏବଂ ଅକ୍ଷୟ କୁମାର
ଫିଲ୍ମ ଭୂତ ବଙ୍ଗଳାକୁ ସଫଳତା ମିଳିବା ପରେ ନିର୍ଦ୍ଦେଶକ ପ୍ରିୟଦର୍ଶନ ଆଗାମୀ ଫିଲ୍ମ ହେବାନ ରିଲିଜ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଫିଲ୍ମ ହେବାନ ଆସନ୍ତା ୧୧ରେ ସେପ୍ଟେମ୍ବରରେ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡର ଚର୍ଚ୍ଚିତ ଯୋଡି ପୁଣିଥରେ ଫେରିବାକୁ ଯାଉଛନ୍ତି । ସୈଫ ଅଲ୍ଲୀ ଖାନ ଏବଂ ଅକ୍ଷୟ କୁମାର ପୁଣିଥରେ ପରଦାରେ ଏକାଠି ହେବେ ।
୧୯୯୪ରୁ ୭ଟି ଫିଲ୍ମ ଏକାଠି କରିଥିବା ଏବଂ ୨୦୦୮ରେ ଫିଲ୍ମ ଟସନରେ ଏକାଠି କାମ କରିବା ପରେ ପୁଣିଥରେ ଏହି ଯୋଡ଼ି ପରଦା ଉପରେ କାମ କରିବାକୁ ଯାଉଛନ୍ତି । ଏହି ଆଇକନିକ ଯୋଡି ପୁଣିଥରେ ଫେରିବାକୁ ନେଇ ଫ୍ୟାନ୍ସ ଖୁସି ରହିଛନ୍ତି । କିନ୍ତୁ ଏଥର ଏ ଦୁହେଁ ଯୋଡି ଭାବେ ନୁହେଁ ବିଲକୁଲ ଅଲଗା ଅନ୍ଦାଜରେ ନଜର ଆସିବେ ।
ଖବର ମୁତାବକ, ଏହି ଫିଲ୍ମରେ ଅକ୍ଷୟ କୁମାର ଖଳନାୟକ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ କାମ କରିବା ବହୁତ ମଜାଦାର ରହିବ ବୋଲି ସୈଫ କହିଛନ୍ତି । ଅକ୍ଷୟଙ୍କୁ ଏଭଳି ଭୂମିକାରେ ଦେଖି ବହୁତ ଉତ୍ସାହିତ ରହିଛନ୍ତି ସୈଫ ।
ସୈଫ୍ କହିଛନ୍ତି ଯେ ଦର୍ଶକମାନେ ଏହି ଫିଲ୍ମରେ ତାଙ୍କ ଏବଂ ଅକ୍ଷୟଙ୍କ ପୁରୁଣା କମିକ୍ କେମେଷ୍ଟ୍ରି ଆଶା କରୁଥିବା ବେଳେ ଏଥର କିଛି ଭିନ୍ନ ହେବ । ହେବାନ ଆମର କମିକ୍ କେମେଷ୍ଟ୍ରି ଉପରେ ଆଧାରିତ ଫିଲ୍ମ ନୁହେଁ, ଏବଂ ମୁଁ ଭାବୁଛି ଏହା ଏକ ଭଲ କଥା । ଏପରି ଫିଲ୍ମଗୁଡ଼ିକର ସମୟ ଥିଲା । ଯଦି ଭବିଷ୍ୟତରେ ଏକ ଭଲ କମେଡି ସ୍କ୍ରିପ୍ଟ ଆସେ, ତେବେ ଦୁହେଁ ପୁଣି ଏକାଠି ଦେଖାଯାଇପାରନ୍ତି ।