ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ’ ବୈଠକ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ବା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ’ ବୈଠକ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବୈଠକ ଓଡ଼ିଶା ପାଇଁ ଗୌରବର କଥା। ଆଜିର ଏହି ବୈଠକରେ ୮ଟି ରାଜ୍ୟର ପ୍ରତିନିଧି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୫୭୪ କିଲୋମିଟର ବେଳାଭୂମି ଅଛି। ଅତୀତରେ ଆମ ସାଧବ ପୁଅ ମାନେ ଦକ୍ଷିଣ ଏବଂ ପୂର୍ବ ଏସିଆ ସହ ବାଣିଜ୍ୟିକ ସମ୍ପର୍କକୁ ମଜଭୁତ କରିଥିଲା । ସାମୁଦ୍ରିକ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା । ତାହା କିପରି ଆଗକୁ ବଢ଼ିବ ସେଥିପାଇଁ ଆମେ କାମ କରୁଛୁ ।ଓଡ଼ିଶାର ଗଞ୍ଜାମ ଜିଲ୍ଲା ବାହୁଦା ଓ ମହାନଦୀ ଅବବାହିକାରେ ଦୁଇଟି ପୋର୍ଟ କରାଯାଉଛି । ଏଥିରେ ୫୦ ହଜାର କୋଟି ବିନିଯୋଗ କରାଯିବ । ଯେଉଁଥିରେ ଡିପ୍-ସି ପୋର୍ଟ କରାଯିବ ସହ ପ୍ରଯୁକ୍ତି ବିଦ୍ୟା ସହ AIକୁ ଅନ୍ତର୍ଭୁକ୍ତ କରାଯାଉଛି । ବିଶେଷ କରି ମାଛଧରା ଡଙ୍ଗା ଓ ଟ୍ରଲର ସୁରକ୍ଷା ଡିଭାଇସ୍ ପାଇଁ ଅଧିକ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।