ଆଫଗାନିସ୍ତାନ ଆଗରେ ୪୦୨ ର ବିଶାଳ ଲକ୍ଷ୍ୟ ରଖିଲା ଭାରତ
ଗର୍ଜିଲା ଶୁଭମନ ଗିଲ୍ ଏବଂ ଇଶାନ କିଷନଙ୍କ ବ୍ୟାଟ୍।ଶୁବମନ ଗିଲ ଓ ଇଶାନ କିଶନଙ୍କ ଶତକ ବଳରେ ଭାରତର ବିଶାଳ ସ୍କୋର। ୪୯.୫ ବଲରେ ଅଲଆଉଟ ୪୦୨ ରନ କରିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ।ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୧୧୦ ବଲରେ ୨୨ଚୌକା,୨ ଛକା ମାରି ୧୫୪ ରନର ବଡ ପାଳି ଖେଳିଛନ୍ତି।ଇଶାନ କିଷନ ୭୯ ବଲରେ ୧୪ ଚୌକା, ୭ ଛକା ମାରି ୧୨୫ ରନ କରିଛନ୍ତି।
ରୋହିତ ଶର୍ମା ୪୮ ରନ୍ କରି ଆଉଟ୍ ହୋଇଛନ୍ତି। ଅର୍ଦ୍ଧଶତକରୁ ମାତ୍ର ୨ ରନ ପାଇଁ ବଞ୍ଚିତ ହୋଇଥିଲେ। ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟସ ୨୬ ଏବଂ ସୁନ୍ଦର ୧୯ ରନ କରିବାରେ ସକ୍ଷମ ହୋଇଥିଲେ। ଦଳର ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ସେପଟେ ଆଫଗାନିସ୍ତାନ ପକ୍ଷରୁ ଏନ.ଖରୋଟିଙ୍କୁ ୪ ଓ ରଶିଦ ଖାନଙ୍କୁ ୩ ୱିକେଟ ନେଇଛନ୍ତି।ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ବୁଧବାର ଉଭୟ ଦଳଙ୍କ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ୍ । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆକୁ ସହଜରେ ଜିିତି ୩ ମ୍ୟାଚ୍ର ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ୨ୟ ମ୍ୟାଚ୍ ଜିତିବା ସହ ଆଫ୍ଗାନିସ୍ତାନ ବିପକ୍ଷରେ ସର୍ବପ୍ରଥମ ଦିନିକିଆ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିଛି ଭାରତ।ଧର୍ମଶାଳାର ବର୍ଷା ପାଗରେ ଖେଳିବା ପରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଲକ୍ଷ୍ନୌରେ ଖେଳିବା ଉଭୟ ଦଳର ଖେଳାଳିଙ୍କ ପାଇଁ ଆହ୍ବାନ ହୋଇଛି।
ଅଦ୍ୟାବଧି ଭାରତ ଓ ଆଫ୍ଗାନିସ୍ତାନ ମଧ୍ୟରେ ୫ଟି ଦିନିକିଆ ଖେଳା ଯାଇଥିବା ବେଳେ ଭାରତ ୪ଟି ଜିତିଛି ଓ ଗୋଟିଏ ଡ୍ର ରହିଛି। ଧର୍ମଶାଳା ମ୍ୟାଚ୍ରେ ଦିନିକିଆ ପଦାର୍ପଣ କରି ଦୁଇ ବୋଲର ଗୁର୍ନୁର ବ୍ରାର ଓ ହର୍ଷ ଦୁବେ ଚମତ୍କାର ପ୍ରଦର୍ଶନ କରିଥିଲେ। ଗୁରନୁର ସଫଳତମ ଭାରତୀୟ ଭାବେ ମାତ୍ର ୨୭ ରନ୍ଦେଇ ୩ଟି ୱିକେଟ୍ ନେଇଥିଲେ। ବାମହାତି ସ୍ପିନର ହର୍ଷ ଦୁବେ ମଧ୍ୟ ୩ଟି ୱିକେଟ୍ ନେଇ ଭବିଷ୍ୟତ ପାଇଁ ସମ୍ଭାବନା ସୃଷ୍ଟି କରି ପାରିଛନ୍ତି।