Samsung ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟଫୋନ୍,ତେବେ ଆସନ୍ତୁ ଜାଣିବା ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ

Samsung ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଯାହାକୁ ଲୋକମାନେ ବହୁତ ଦିନ ଧରି ଅପେକ୍ଷା କରିଥିଲେ । ୟୁଜର୍ସଙ୍କ ଖୁସି ଏବଂ ଆଗ୍ରହକୁ ଦେଖି Samsung ଲଞ୍ଚ କରିଛି ଏକ ପାୱାରଫୁଲ୍ ଫୋନ୍ । ଯାହାର ଫିଚର୍ସ ଏବଂ ପ୍ରାଇସ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏବହି Samsung ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଆମେ ଯେଉଁ ପାୱାରଫୁଲ୍ ସ୍ମାର୍ଟଫୋନ୍ ବିଷୟରେ କହୁଛୁ ତା ନାଁ ହେଉଛି- Samsung Galaxy A27 5G । ଏହି ଫୋନରେ ରହିଛି ଅନେକ ପାୱାରଫୁଲ୍ ଫିଚର୍ସ । ଏଥିସହ ପ୍ରାଇସ ରହିଛି ବଜେଟ୍ ଫ୍ରେଣ୍ଡଲି । Samsung Galaxy A ସିରିଜରେ ଏକ ବଜେଟ୍ ଫୋନ୍ ଲଞ୍ଚ କରିଛି । ଏହା ଚଳିତ ବର୍ଷ ଲଞ୍ଚ ହେବାକୁ ଥିବା Galaxy A ସିରିଜ୍ ର ସବୁଠାରୁ ଶସ୍ତା ଫୋନ୍ । ସାଉଥ୍ କୋରିଆନ୍ କମ୍ପାନୀର ଏହି ଫୋନ୍ ବିଷୟରେ ସବୁଠାରୁ ଭଲ କଥା ହେଉଛି ଏହା ୨୦୩୨ ପର୍ଯ୍ୟନ୍ତ ସଫ୍ଟୱେର୍ ଅପଡେଟ୍ ଜାରି କରିବ । Galaxy A27 5G ବର୍ତ୍ତମାନ ଚେକ୍ ରିପବ୍ଲିକରେ ଲଞ୍ଚ କରାଯାଇଛି । କମ୍ପାନୀ ଖୁବ୍ ଶୀଘ୍ର ଭାରତ ସମେତ ଅନ୍ୟାନ୍ୟ ବଜାରରେ ଏହି ଫୋନ୍ ଉପସ୍ଥାପନ କରିପାରେ ।

Samsung Galaxy A27 5G ର ଫିଚସ:

ଏହି Samsung ଫୋନଟି ୬.୭-ଇଞ୍ଚ FHD+ AMOLED ଡିସପ୍ଲେ ସହିତ ଆସିଛି । କମ୍ପାନୀ Galaxy A37 ଏବଂ Galaxy A57 ପରି Infinity-O ଡିସପ୍ଲେ ବ୍ୟବହାର କରିଛି । ଏହି ଡିସପ୍ଲେ 120Hz ରିଫ୍ରେସ୍ ରେଟ୍ ଏବଂ ୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ। ଏଥିରେ ଏକ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ଅଛି ।

ଏହି ସ୍ମାର୍ଟଫୋନ୍ଟି Qualcomm Snapdragon 6 Gen 3 ଚିପସେଟ୍ ଦ୍ୱାରା ପରିଚାଳିତ । ଏଥିରେ 6GB/8GB LPDDR5x RAM ରହିଛି ଏବଂ 128GB/256GB UFS 3.1 ଷ୍ଟୋରେଜ୍ ସପୋର୍ଟ କରେ। ଫୋନର ଷ୍ଟୋରେଜକୁ microSD କାର୍ଡ ମାଧ୍ୟମରେ 2TB ପର୍ଯ୍ୟନ୍ତ ଏକସପାଣ୍ଡ କରାଯାଇପାରିବ। କମ୍ପାନୀ ଏକ ହାଇବ୍ରିଡ୍ SIM କାର୍ଡ ସ୍ଲଟ୍ ମଧ୍ୟ ପ୍ରଦାନ କରିଛି ।

Galaxy A27 5G ର ବ୍ୟାକ୍ ସାଇଡରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଫୋନଟିରେ ୫୦MP ପ୍ରାଇମେରୀ କ୍ୟାମେରା ଏବଂ 5MP ଅଲ୍ଟ୍ରା-ୱାଇଡ୍-ଏଙ୍ଗଲ୍ କ୍ୟାମେରା ରହିଛି । ପ୍ରାଇମେରୀ କ୍ୟାମେରାରେ OIS (ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍) ରହିଛି । ଫୋନଟିରେ ୨MP ମାକ୍ରୋ କ୍ୟାମେରା ମଧ୍ୟ ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ, ଏହି Samsung ଫୋନରେ ୧୨MP ଫ୍ରଣ୍ଟ କ୍ୟାମେରା ରହିଛି ।

Samsung Galaxy A27 5G ରେ ୫୦୦୦mAh ବ୍ୟାଟେରୀ ସହିତ ୨୫W ୱାୟାର୍ଡ ଫାଷ୍ଟ ଚାର୍ଜିଂ ସୁବିଧା ରହିଛି । ଏହି ଫୋନ୍ Android 16 ଉପରେ ବେସ୍ଡ OneUI ରେ ଚାଲିଥାଏ । ଏଥିସହ ଜାଣିରଖନ୍ତୁ ଯେ, କମ୍ପାନୀ ୟୁଜର୍ସଙ୍କୁ ଛଅ ବର୍ଷର ସଫ୍ଟୱେର୍ ଏବଂ ସିକ୍ୟେୁରିଟି ଅପଡେଟ୍ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛି । ଏହି ଫୋନ୍ IP64 ରେଟିଂପ୍ରାପ୍ତ ।

ପ୍ରାଇସ୍:
ଏହି ଫୋନ୍ଟି ବ୍ଲୁ, ବ୍ଲାକ୍, ଲାଇଟ୍ ପିଙ୍କ ଏବଂ ଲାଇଟ୍ ଗ୍ରୀନ୍ କଲର ଅପ୍ସନରେ ଉପଲବ୍ଧ। ଏହାକୁ ୩୦,୦୦୦ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇପାରେ । କନେକ୍ଟିଭିଟି ପାଇଁ, ଏହି ସାମସଙ୍ଗ ଫୋନଟି ଡୁଆଲ୍ 5G, 4G, LTE, WiFi ଏବଂ ବ୍ଲୁଟୁଥ୍ ଭଳି ଫିଚର୍ସ ପ୍ରଦାନ କରେ । ଏଥିସହ ଯଦି ଆପଣ କମ୍ ବଜେଟରେ ଦମଦାର୍ ଫୋନ୍ ଖୋଜୁଛନ୍ତି, ତେବେ ଏହି ଫୋନଟି ବେଷ୍ଟ ଅପ୍ସନ ହୋଇପାରିବ ।

 

Leave a comment