Motorola Edge 70 ସିରିଜର ସବୁଠାରୁ ପାୱାରଫୁଲ୍ ଫୋନ୍ ଭାରତରେ ଲଞ୍ଚ ହୋଇଛି,ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ

ସବୁଠାରୁ ପାୱାରଫୁଲ୍ ଫୋନ୍ ଲଞ୍ଚ କରିଛି Motorola । ଏଥିରେ ରହିଛି ଜବରଦସ୍ତ ଫିଚର୍ସ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।  Motorola Edge 70 ସିରିଜର ସବୁଠାରୁ ପାୱାରଫୁଲ୍ ଫୋନ୍ ଭାରତରେ ଲଞ୍ଚ ହୋଇଛି । Edge 70 Fusion, Edge 70 ଏବଂ Edge 70 Pro ପରେ ଏହା ସିରିଜର ଚତୁର୍ଥ ଫୋନ୍ । Motorola Edge 70 Pro Plus 5G ଭାରତରେ 6,500mAh ବ୍ୟାଟେରୀ, 50MP ସେଲଫି କ୍ୟାମେରା ଏବଂ 12GB RAM ଭଳି ଫିଚର୍ସ ସହିତ ଲଞ୍ଚ ହୋଇଛି। ଏଥିରେ MediaTek Extreme ଚିପସେଟ୍ ମଧ୍ୟ ରହିଛି।

ଫିଚର୍ସ:
ଏହି ଫୋନରେ ୬.୮ ଇଞ୍ଚର କଭର୍ଡ AMOLED ଡିସପ୍ଲେ ଅଛି ଯାହା ସୁପର HD ରିଜୋଲ୍ୟୁସନକୁ ସପୋର୍ଟ କରେ। ଫୋନର ଡିସପ୍ଲେର ରିଜୋଲ୍ୟୁସନ ରହିଛି 1.5K ପିକ୍ସେଲ। ଏଥିରେ ଏକ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ଅଛି । ଏହା 144Hz ରିଫ୍ରେସ୍ ରେଟ୍ ଏବଂ 5200 nits ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ ।

ଏହି ମିଡ୍ ବଜେଟ୍ ମୋଟୋରୋଲା ଫୋନଟି MediaTek Dimensity 8500 Extreme ଚିପସେଟ୍ ଦ୍ୱାରା ପରିଚାଳିତ, ଯାହା 4nm ଫ୍ୟାବ୍ରିକେସନ୍ ଟେକେନାଲୋଜି ବ୍ୟବହାର କରେ। ଏଥିସହ Motorola Edge 70 Pro Plus 12GB ପର୍ଯ୍ୟନ୍ତ RAM ଏବଂ 256GB ଇଣ୍ଟରନାଲ୍ ଷ୍ଟୋରେଜ୍ ସପୋର୍ଟ କରେ।

କ୍ୟାମେରା: ଏହି Motorola ଫୋନର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ ଏକ ୫୦MP ପ୍ରାଇମେରୀ କ୍ୟାମେରା, ଏକ ୫୦MP ସେକେଣ୍ଡାରୀ କ୍ୟାମେରା ଏବଂ ଏକ ୫୦MP ଥାର୍ଡ କ୍ୟାମେରା ସାମିଲ୍ । ସେଲଫି ଏବଂ ଭିଡିଓ କଲିଂ ପାଇଁ ମଧ୍ୟ ଏଥିରେ ଏକ ୫୦MP କ୍ୟାମେରା ଉପଲବ୍ଧ ।

ବ୍ୟାଟେରୀ: ଏହି ସ୍ମାର୍ଟଫୋନରେ 90W ଟର୍ବୋ ଚାର୍ଜିଂ ସପୋର୍ଟ ସହିତ ଏକ ପାୱାରଫୁଲ୍ 6,500mAh ବ୍ୟାଟେରୀ ଦିଆଯାଇଛି । ଏହା 15W ୱାୟାରଲେସ୍ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । ଏହି Motorola ଫୋନଟି Android 16 ଅପରେଟିଂ ସିଷ୍ଟମରେ ଚାଲିଥାଏ । ଏହା IP68 ଏବଂ IP69 ରେଟିଂପ୍ରାପ୍ତ, ଯାହା ଏହାକୁ ୱାଟର ଏବଂ ଡଷ୍ଟ ରେସିଷ୍ଟାନ୍ସ କରିଥାଏ । ଏହା ସହିତ, ଫୋନଟି Google Gemini AI ଫିଚର୍ସ ସହିତ ଲେସ୍ ।

ପ୍ରାଇସ୍:
ଏହି Motorola ଫୋନଟି ଭାରତରେ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟ ଲଞ୍ଚହୋଇଛି ଯାହା ହେଉଛି – 12GB RAM + 256GB ଷ୍ଟୋରେଜ୍ । ଫୋନଟିର ମୂଲ୍ୟ ରହିଛି ୪୭,୯୯୯ ଟଙ୍କା । କମ୍ପାନୀ ଏହି ଫୋନଟି ସେଲ୍ ଉପରେ ୩,୦୦୦ ର ଇନଷ୍ଟାଣ୍ଟ ଡିସକାଉଣ୍ଟ ପ୍ରଦାନ କରୁଛି । ଏହାର ପ୍ରଥମ ସେଲ୍ ୧୧ ଜୁନରେ ଇ-କମର୍ସ ୱେବସାଇଟ୍ Flipkart ରେ ଅନୁଷ୍ଠିତ ହେବ । ଏହି ଫୋନଟି ତିନୋଟି କଲର ଅପ୍ସନରେ ଘରକୁ ଆଣିପାରିବେ ଯାହା ହେଉଛି – ପାନାଟୋନ୍ ଷ୍ଟ୍ରୋମି ସି, ପାନାଟୋନ୍ ଚିକୋରୀ କଫି ଏବଂ ପାନାଟୋନ୍ ଜିନ୍ଫ୍ୟାଣ୍ଡେଲ୍ । ଏଥିସହ ଯଦି ଆପଣ ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Leave a comment