ଅକ୍ଟୋବରରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ,ଦୁଇଟି ଟେଷ୍ଟ, ୫ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ ଖେଳିବ

ଚଳିତବର୍ଷ ଅକ୍ଟୋବରରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହି ଟୁରରେ ଟିମ୍ ଇଣ୍ଡିଆ ୩ଟି ଫର୍ମାଟରେ ସିରିଜ ଖେଳିବ । ଦୁଇଟି ଟେଷ୍ଟ, ୫ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ ଖେଳିବ । ଟିମ୍ ଇଣ୍ଡିଆ ଏହି ଟୁରରେ ମୋଟ ୧୨ଟି ମ୍ୟାଚ୍ ଖେଳିବ ।

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏହି ଘୋଷଣା କରିଛି । ପ୍ରଥମେ ନ୍ୟୁଜିଲାଣ୍ଡ ସହିତ ଟିମ୍ ଇଣ୍ଡିଆ ଟି୨୦ ସିରିଜ ଖେଳିବ । ଏହାପରେ ଦିନିକିଆ ସିରିଜ ଏବଂ ଟେଷ୍ଟ ମ୍ୟାଚ ଖେଳିବ । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ୨୦୨୬-୨୭ ଦଷ୍ଟିରୁ ଏହି ଟେଷ୍ଟ ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ ।

ନ୍ୟୁଜିଲାଣ୍ଡ ଏବଂ ଟିମ୍ ଇଣ୍ଡିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ୨୨ ଅକ୍ଟୋବରରୁ ଆରମ୍ଭ ହେବ । ସେହିପରି ଦିନିକିଆ ସିରିଜ ୪ ନଭେମ୍ବରରୁ ଖେଳାଯିବ । ଆଉ ଶେଷରେ ଟେଷ୍ଟ ମ୍ୟାଚ ୧୯ ନଭେମ୍ବରରୁ ଖେଳାଯିବ । ଟିମ୍ ଇଣ୍ଡିଆ ଟୁର ୨୨ ଅକ୍ଟୋବରରୁ ଆରମ୍ଭ କରି ଡିସେମ୍ବର ୧ ତାରିଖ ଯାଏଁ ଚାଲିବ । ତେବେ ଏନେଇ ଟିମ୍ ଘୋଷଣା ହୋଇନାହିଁ ।

ଟି୨୦ ସିରିଜ ଖେଳସୂଚୀ :

ପ୍ରଥମ ଟି୨୦ : ୨୨ ଅକ୍ଟୋବର (କ୍ରାଇଷ୍ଟଚର୍ଚ୍ଚ)
ଦ୍ବିତୀୟ ଟି୨୦ : ୨୪ ଅକ୍ଟୋବର (କ୍ରାଇଷ୍ଟଚର୍ଚ୍ଚ)
ତୃତୀୟ ଟି୨୦ : ୨୭ ଅକ୍ଟୋବର (ୱେଲିଂଟନ)
ଚତୁର୍ଥ ଟି୨୦ : ୩୦ ଅକ୍ଟୋବର (ଅକଲାଣ୍ଡ)
ପଞ୍ଚାମ ଟି୨୦ : ୧ ନଭେମ୍ବର (ହେମିଲ୍ଟନ)

ଦିନିକିଆ ସିରିଜ ଖେଳସୂଚୀ :

ପ୍ରଥମ ଦିନିକିଆ : ୪ ନଭେମ୍ବର (ଅକଲାଣ୍ଡ)
ଦ୍ବିତୀୟ ଦିନିକିଆ : ୭ ନଭେମ୍ବର (ୱେଲିଂଟନ)
ତୃତୀୟ ଦିନିକିଆ : ୧୦ ନଭେମ୍ବର (ହେମିଲ୍ଟନ)
ଚତୁର୍ଥ ଦିନିକିଆ : ୧୩ ନଭେମ୍ବର (ଟୋରଙ୍ଗା)
ପଞ୍ଚମ ଦିନିକିଆ : ୧୫ ନଭେମ୍ବର (ଟୋରଙ୍ଗା)

ଟେଷ୍ଟ ସିରିଜ :

ପ୍ରଥମ ଟେଷ୍ଟ : ୧୯ ରୁ ୨୩ ନଭେମ୍ବର (ଓେ୍ବଲିଂଟନ)
ଦ୍ବିତୀୟ ଟେଷ୍ଟ : ୨୭ ନଭେମ୍ବରରୁ ୧ ଡିସେମ୍ବର (କ୍ରାଇଷ୍ଟଚର୍ଚ୍ଚ)

Leave a comment