ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଗୁରୁତ୍ବପୂର୍ଣ୍ଣ ସୁଧ ହାର ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଛଅ ଜଣିଆ ମୁଦ୍ରାନୀତି କମିଟି ବ୍ୟାପକ ମାନସମନ୍ଥନ କରିବା ପରେ ସୁଧକୁ ସ୍ଥିର ରଖିଛି। ଏହା ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଋଣ ନେଇଥିବା ଗ୍ରାହକଙ୍କ ନିମନ୍ତେ ଏକ ବଡ଼ ଆଶ୍ବସ୍ତି। ସେମାନଙ୍କ ଋଣର ମାସିକ କିସ୍ତି ବା ଇଏମ୍ଆଇରେ କୌଣସି ବୃଦ୍ଧି ହେବ ନାହିଁ।ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ମଲହୋତ୍ରାଙ୍କ କିଛି ତଥ୍ୟ କିନ୍ତୁ ଚିନ୍ତାଜନକ ମନେ ହେଉଛି। ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଦେଶର ବିକାଶର ଗତି ଧିମା ହୋଇଯିବ। ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୬ ପ୍ରତିଶତକୁ ହ୍ରାସ ପାଇବ। ପୂର୍ବରୁ ଏହା କହିଥିଲା ଯେ ଅଭିବୃଦ୍ଧି ୬.୯ ପ୍ରତିଶତ ହେବ। ଯୁଦ୍ଧ ପାଇଁ ଏହା ନିଜର ପୂର୍ବ ଆକଳନ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଅର୍ଥନୀତିକୁ ଡବଲ୍ ଟଝ୍କା ମିଳିବ। କେବଳ ଅଭିବୃଦ୍ଧି କମିବ ନାହିଁ, ଅନ୍ୟ ପଟେ ଦରଦାମ୍ ମଧ୍ୟ ବେଲଗାମ ହୋଇପଡ଼ିବ। ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତର ସୀମାରେଖା ଡେଇଁ ୫ ପ୍ରତିଶତରୁ ଅଧିକ ହୋଇଯିବ ବୋଲି ମଧ୍ୟ ଆକଳନ କରାଯାଇଛି।ଶ୍ରୀ ମଲହୋତ୍ରା କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧକୁ ନେଇ ଅନିଶ୍ଚିତତା ରହିଛି। ତାହାର ପ୍ରଭାବ ଓ ଯୋଗାଣ ଶୃଙ୍ଖଳା ସ୍ବାଭାବିକ ହେବାର ସମ୍ଭାବନାକୁ ଆଧାର କରି ମୁଦ୍ରାନୀତି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦେଶରୁ ଲାଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବା ବିଦେଶୀ ନିବେଶକମାନଙ୍କୁ ଶାନ୍ତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରୀ ପ୍ରତିଭୂତି ଉପରେ ବିଦେଶୀ ନିବେଶକମାନଙ୍କ ଲାଗି ଲଗାଯାଇଥିବା ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସକୁ ହଟାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଅଧିକ ବିଦେଶୀ ପାଣ୍ଠି ଆଣିବା ପଥକୁ ସୁଗମ କରିବା ପାଇଁ ଅଣ ପ୍ରବାସୀ ଭାରତୀୟ, ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଇକ୍ବିଟିରେ ନିବେଶ ସୀମାକୁ ବୃଦ୍ଧି କରାଯାଇଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ