ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଗୁରୁତ୍ବପୂର୍ଣ୍ଣ ସୁଧ ହାର ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଛଅ ଜଣିଆ ମୁଦ୍ରାନୀତି କମିଟି ବ୍ୟାପକ ମାନସମନ୍ଥନ କରିବା ପରେ ସୁଧକୁ ସ୍ଥିର ରଖିଛି। ଏହା ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଋଣ ନେଇଥିବା ଗ୍ରାହକଙ୍କ ନିମନ୍ତେ ଏକ ବଡ଼ ଆଶ୍ବସ୍ତି। ସେମାନଙ୍କ ଋଣର ମାସିକ କିସ୍ତି ବା ଇଏମ୍ଆଇରେ କୌଣସି ବୃଦ୍ଧି ହେବ ନାହିଁ।ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ମଲହୋତ୍ରାଙ୍କ କିଛି ତଥ୍ୟ କିନ୍ତୁ ଚିନ୍ତାଜନକ ମନେ ହେଉଛି। ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଦେଶର ବିକାଶର ଗତି ଧିମା ହୋଇଯିବ। ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୬ ପ୍ରତିଶତକୁ ହ୍ରାସ ପାଇବ। ପୂର୍ବରୁ ଏହା କହିଥିଲା ଯେ ଅଭିବୃଦ୍ଧି ୬.୯ ପ୍ରତିଶତ ହେବ। ଯୁଦ୍ଧ ପାଇଁ ଏହା ନିଜର ପୂର୍ବ ଆକଳନ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଅର୍ଥନୀତିକୁ ଡବଲ୍ ଟଝ୍କା ମିଳିବ। କେବଳ ଅଭିବୃଦ୍ଧି କମିବ ନାହିଁ, ଅନ୍ୟ ପଟେ ଦରଦାମ୍ ମଧ୍ୟ ବେଲଗାମ ହୋଇପଡ଼ିବ। ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତର ସୀମାରେଖା ଡେଇଁ ୫ ପ୍ରତିଶତରୁ ଅଧିକ ହୋଇଯିବ ବୋଲି ମଧ୍ୟ ଆକଳନ କରାଯାଇଛି।ଶ୍ରୀ ମଲହୋତ୍ରା କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧକୁ ନେଇ ଅନିଶ୍ଚିତତା ରହିଛି। ତାହାର ପ୍ରଭାବ ଓ ଯୋଗାଣ ଶୃଙ୍ଖଳା ସ୍ବାଭାବିକ ହେବାର ସମ୍ଭାବନାକୁ ଆଧାର କରି ମୁଦ୍ରାନୀତି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦେଶରୁ ଲାଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବା ବିଦେଶୀ ନିବେଶକମାନଙ୍କୁ ଶାନ୍ତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରୀ ପ୍ରତିଭୂତି ଉପରେ ବିଦେଶୀ ନିବେଶକମାନଙ୍କ ଲାଗି ଲଗାଯାଇଥିବା ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସକୁ ହଟାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଅଧିକ ବିଦେଶୀ ପାଣ୍ଠି ଆଣିବା ପଥକୁ ସୁଗମ କରିବା ପାଇଁ ଅଣ ପ୍ରବାସୀ ଭାରତୀୟ, ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଇକ୍ବିଟିରେ ନିବେଶ ସୀମାକୁ ବୃଦ୍ଧି କରାଯାଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ