ଆଉ ଏକ ଶସ୍ତା 5G ଫୋନ୍ ଲଞ୍ଚ କଲା Lava
Lava ଆଉ ଏକ ଶସ୍ତା 5G ଫୋନ୍ ଲଞ୍ଚ କରିଛି । ଭାରତୀୟ ବ୍ରାଣ୍ଡର ଏହି ଫୋନ୍ ଚୀନ୍ କମ୍ପାନୀଗୁଡ଼ିକର ଟେନସନ୍ ବଢ଼ାଇ ଦେଇଛି। ଏହି ଫୋନ୍ରେ 6000mAh ବ୍ୟାଟେରୀ ଏବଂ 120Hz ଡିସ୍ପ୍ଲେ ସମେତ ଅନେକ ପାୱାରଫୁଲ ଫିଚର୍ସର ସୁବିଧା ରହିଛି । ଏହି ଲାଭା ଫୋନ୍କୁ ବିଶେଷକରି ବଜେଟ୍ ୟୁଜର୍ସଙ୍କୁ ଧ୍ୟାନରେ ରଖି ଲଞ୍ଚ କରାଯାଇଛି । ପୂର୍ବରୁ କମ୍ପାନୀ ଏହି ଫୋନ୍ର ଏକ 4G ଭାରିଆଣ୍ଟ ମଧ୍ୟ ଲଞ୍ଚ କରିଥିଲା । ଏହି ଫୋନ୍ଟି ଗତ ବର୍ଷର ଲାଭା ବୋଲ୍ଡ N1 5Gର ଅପଗ୍ରେଡ୍ ।
ଏହି ଲାଭା ଫୋନ୍ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ଯାହାର ଷ୍ଟୋରେଜ୍ ଭାରିଆଣ୍ଟ ହେଉଛି 4GB RAM + 64GB । କମ୍ପାନୀ ଏହି ଫୋନ୍ର ପ୍ରାଇସ୍ ୧୨,୯୯୯ ଟଙ୍କା ରଖିଛି । କମ୍ପାନୀ ଏହି ଫୋନ୍ କିଣିବା ଉପରେ ଏକ ଖାସ୍ ଲଞ୍ଚ୍ ଅଫର୍ ପ୍ରଦାନ କରିଛି । ଏହି ଅଫର ମାଧ୍ୟମରେ ଏହି ଫୋନ୍କୁ ୧୧,୯୯୯ ଟଙ୍କାରେ କିଣାଯାଇପାରିବ । ଏହି ଫୋନ୍ର ପ୍ରଥମ ସେଲ୍ ୯ ଜୁନ୍ ଦିନ ୧୨ ଟାରେ ଇ-କମର୍ସ ୱେବସାଇଟ୍ Amazon ରେ ଆରମ୍ଭ ହେବ । ଏହା ଦୁଇଟି କଲର ଅପ୍ସନ Regal Gold ଏବଂ Billionaire Blue ଉପଲବ୍ଧ ହେବ ।
ଭାରତୀୟ ବ୍ରାଣ୍ଡର ଏହି ଶସ୍ତା 5G ଫୋନଟି 6.75 ଇଞ୍ଚ HD+ ଡିସପ୍ଲେ ସହିତ ଆସିଥାଏ । ଏହି ଡିସପ୍ଲେ HD+ ରିଜୋଲ୍ୟୁସନ ଏବଂ 120Hz ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଲାଭା ବୋଲ୍ଡ N2 5G ୟୁନିସୋକର ଅକ୍ଟା-କୋର 6nm ଚିପସେଟ୍ ୟୁଜ୍ କରାଯାଇଛି । ଏଥିରେ ଏକ ୟୁନିସୋକ T8200 ପ୍ରୋସେସର୍, 4GB RAM ଏବଂ 64GB ଇଣ୍ଟରନାଲ ଷ୍ଟୋରେଜର ସପୋର୍ଟ ପ୍ରଦାନ କରାଯାଇଛି ।
ଏହି ଫୋନର RAM 4GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । ଏହା ବ୍ୟତୀତ ଷ୍ଟୋରେଜକୁ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ମଧ୍ୟ ଏକ୍ସପାଣ୍ଡ କରାଯାଇପାରିବ । ଫୋନଟି 6000mAhର ପାୱାରଫୁଲ ବ୍ୟାଟେରୀର ସୁବିଧା ପ୍ରଦାନ କରିଛି । ଏଥିରେ 18W USB ଟାଇପ୍-C ଚାର୍ଜର ମଧ୍ୟ ରହିଛି । ଏହି ଫୋନଟି Android 16 ଅପରେଟିଂ ସିଷ୍ଟମରେ କାମ କରିଥାଏ ।
ଲାଭା ବୋଲ୍ଡ N2 5G ର ବ୍ୟାକରେ 13MPର ମେନ୍ କ୍ୟାମେରା ରହିଛି । ଏଥିରେ 5MP ସେଲଫି କ୍ୟାମେରା ମଧ୍ୟ ରହିଛି । ପ୍ରୋଟେକ୍ଟ ପାଇଁ ଫୋନରେ ଫେସ୍ ଅନଲକ୍ ଏବଂ ସାଇଡରେ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସରର ସୁବିଧା ରହିଛି । ଏହା IP64-ରେଟିଂଯୁକ୍ତ । ଯାହା ଏହାକୁ ୱାଟର ଏବଂ ଡଷ୍ଟରୁ ପ୍ରୋଟେକ୍ଟ କରିଥାଏ।
ଏହି ଲାଭା ଫୋନ୍ଟିର ପ୍ରାଇସର ରେଞ୍ଜ ୧୨୦୦୦ଟଙ୍କାରେ ଆସିଥାଏ । ଲାଭା ମାର୍କେଟରେ ଏବେ ଭଲ ଓ ଶସ୍ତା ଫୋନ୍ ଲଞ୍ଚ କରୁଛି । ଯାହା ୟୁଜର୍ସଙ୍କ ପାଇଁ ବଜେଟ୍ ଫ୍ରେଣ୍ଡଲି ରହିବ ।